ଓଡିଶା ପୋଲିସ କୁ ମିଳିଲା ବହୁତ ବଡ ସଫଳତା, ନିଖୋଜ ଶିଶୁ ଉଦ୍ଧାର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ ଅନେକ କୁ କାର୍ଯ୍ୟ ଘଟୁଛି । ଯାହା ଦ୍ୱାରା ଅନେକ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲିସ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି କିନ୍ତୁ ପୋଲିସ ଏହି କ୍ଷେତ୍ରରେ ବହୁତ କମ ସଫଳତା ପାଇ ପାରିଛି । ସମାଜ ରେ ଦିନ କୁ ଦିନ କୁ କାର୍ଯ୍ୟ ବଢ଼ିବାରେ ଲାଗିଛି । ନିକଟରେ ଦେଖିବାକୁ ମିଳିଥିଲା ଯେ କିଛି ଶିଶୁ ନିଖୋଜ ହୋଇ ଯାଇଥିଲେ । ତେବେ ଏହି କ୍ଷେତ୍ର ରେ ଆମ ଓଡ଼ିଶା ପୁଲିସ କୁ ବର୍ତ୍ତମାନ ସମୟ ରେ ବହୁତ ବଡ଼ ସଫଳତା ମିଳି ପାଇଛି ।

ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ନିଖୋଜ ଥିବା ଶିଶୁ ଙ୍କୁ ବର୍ତ୍ତମାନ ସମୟ ରେ ଓଡିଶା ପୁଲିସ ର ଏକ ସ୍ୱତନ୍ତ୍ର ଡ୍ରାଇଭ ଉଦ୍ଧାର କରିଛି । ପୁଲିସ ର ଏହି ବଡ଼ ସଫଳତା ପାଇଁ ରାଜ୍ୟବାସୀ ବହୁତ ଖୁସି ଅଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏହି ବିଷୟ ରେ ଅନେକ କିଛି କଥା ଆପଣଂକୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏହି ଖବର ସମ୍ପର୍କରେ ଆହୁରି ଅନେକ କଥା ଆଲୋଚନା କରିବା ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡିଶା ପୁଲିସ ପାଇଁ ଏକ ବଡ଼ ସଫଳତା ମିଳିଛି । ଅନେକ ଦିନ ରୁ ନିଖୋଜ ଥିବା ଶିଶୁ ଙ୍କୁ ଓଡ଼ିଶା ପୁଲିସ ର ଏକ ସ୍ୱତନ୍ତ୍ର ଡ୍ରାଇଭ ନିଜର ଏକ ସ୍ୱତନ୍ତ୍ର ଅପରେସନ ମାଧ୍ୟମରେ ଉଦ୍ଧାର କରି ପାରିଛି । ଏହି ସ୍ୱତନ୍ତ୍ର ସ୍କ୍ବାର୍ଡ ସମଗ୍ର ରାଜ୍ୟ ରୁ ପ୍ରାୟ ୮୯୪ ଶିଶୁ ଙ୍କୁ ଉଦ୍ଧାର କରିଛି । କେନ୍ଦ୍ରାପଡା ଜିଲ୍ଲା ରେ ସାର୍ବ ୧୨୭ ଶିଶୁ ଙ୍କୁ ଉଦ୍ଧାର କରାଯାଇଛି ।

ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ମୋବାଇଲ ଫୋନ କୁ ଟ୍ରାକ କରି ଏହି ଶିଶୁ ଙ୍କୁ ଉଦ୍ଧାର କରିଛନ୍ତି । ଏହି ଜିଲ୍ଲା ରେ ମୋଟ ୨୨୫ ଶିଶୁ ନିଖୋଜ ମାମଲା ରହିଥିଲା । ଏହା ପରେ ମୟୁରଭଞ୍ଜ ଜିଲ୍ଲାରେ ୧୧୧ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୯୬ ନାବାଳିକା ଓ ୧୫ ନାବାଳକ । ବାରିପଦା ଜିଲ୍ଲାର ୧୧୫ ଜଣ ଶିଶୁ ଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁ ମାନଙ୍କ ଅଭିବାବକ ମାନେ ପୁଲିସ କୁ କୃତଜ୍ଞତା ଜଣାଇଛନ୍ତି ।

କେନ୍ଦ୍ରାପଡା ଏସପି ଏମ.ସନ୍ଦୀପ ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଉଦ୍ଧାର କାର୍ଯ୍ୟ ରେ ଅନେକ ଥାନା ର ଅଧିକାରୀ ମାନେ ବହୁତ ସହଯୋଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟ ଅନୁସା ରେ ଅଭିଯୋଗ କରିଥିବା ଅଭିବାବକ ଙ୍କୁ ତାଙ୍କ ଶିଶୁ ଚିନ୍ହଟ କରାଯାଇ ତାଙ୍କ ସହିତ ପଠାଇ ଦିଆଯାଇଛି ।

ବାକି ରହିଥିବା ସମସ୍ତ ଶିଶୁ ଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି କଡା ପଦକ୍ଷେପ ଗ୍ରହଣ କରାଯିବା ସହିତ ସେମାନଙ୍କୁ ଉଦ୍ଧାର କରାଯିବାର ଆଶା ଦେଇଛନ୍ତି । ଏହା ପରେ ଉଦ୍ଧାର କରାଯାଇଥିବା ଶିଶୁ ମାନଙ୍କ ଅଭିବାବକ ମାନେ ସ୍ଥାନୀୟ ପୁଲିସ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କୁ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଓଡିଶା ପୁଲିସ ର ଏପରି ଏକ ସଫଳତା ଓଡିଶା ପୁଲିସ ଇତିହାସ ରେ ସ୍ୱର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ ।

ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ କମେନ୍ଟ କରନ୍ତୁ ଓ ଆଗକୁ ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *