ଓଡିଶା ମୁହାଁ ହେଉଛି ବାତ୍ୟା ! ବର୍ଷା ସହିତ ଘଣ୍ଟା ପ୍ରତି କେତେ କିଲୋମିଟର ବେଗରେ ବହିବ ପବନ ? ଦେଖନ୍ତୁ ଏନେଇ କଣ କହୁଛନ୍ତି IMD DG Mrutyunjay Mohapatra ?

ନମସ୍କାର ବନ୍ଧୁଗଣ ତେବେ ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ବାତ୍ୟା କେଉଁ ଉପକୂଳ ଛୁଇଁବ ? କେବେ ଛୁଇଁବ ?

ଉପକୂଳ ଛୁଇଁବା ସମୟରେ ଏହାର ତୀବ୍ରତା କେତେ ରହିବ ? ଏହାର ପୂର୍ବାନୁମାନ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି । ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ବର୍ତ୍ତମାନ ପାଇଁ ଓଡ଼ିଶା ଉପରେ କୌଣସି ବିପଦ ନାହିଁ । ଏହା କ୍ରମଶଃ ଉପକୂଳ ଆଡ଼କୁ ଆସିଲେ ସେତେବେଳେ ବାତ୍ୟା କେଉଁ ଉପକୂଳ ଦେଇ ଗତି କରିବ ତାହା ଜଣାପଡ଼ିବ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି ।

ଓଡ଼ିଶା ଉପକୂଳକୁ ଲାଗିଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଯେଉଁ ମତ୍ସଜୀବୀ ମାନେ ସମୁଦ୍ର ମଧ୍ୟରେ ଅଛନ୍ତି ଉପକୂଳକୁ ଫେରି ଆସିବା ଲାଗି ପରାମର୍ଶ ଦିଆ ଯାଇଛି ।

ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ, ବାତ୍ୟାର କେନ୍ଦ୍ର ସ୍ଥଳରେ ୧୦ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ରହିବାର ସମ୍ଭାବନା ରହିଛି । ତେବେ ଡିପ୍ରେସନରେ ପରିଣତ ହେବା ପରେ ପବନର ବେଗ ବଢ଼ିପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *