Ollywood ର ଲୋକପ୍ରିୟ Top 7 ଯୋଡି ଯେଉଁମାନେ ରିଲ ଲାଇଫରୁ ରିଅଲ ଲାଇଫରେ ଏକାଠି ହୋଇଛନ୍ତି, 3 ନଂ ଯୋଡି ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଲୋକମାନେ ବର୍ତ୍ତମାନ ଛୋଟ ପରଦା କୁ ବଲିଉଡ ଓ ଓଲିଉଡ ଠାରୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଟିଭି ପରଦାରେ ପ୍ରଦର୍ଶିତ ହେଉଥିବା ଅନେକ ଧାରାବାହିକ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହି ଠାରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ମଧ୍ୟ ହୋଇ ପାରିଛନ୍ତି ।

ତେବେ ଓଲିଉଡ ସିନେମା ଓ ଟିଭି ଜଗତର କିଛି ଏଭଳି କଳାକାର ମାନେ ରହିଛନ୍ତି ଯେଉଁମାନେ ରିଲ ଲାଇଫ ରେ ଅଭିନୟ କରୁ କରୁ ରିୟଲ ଲାଇଫ ରେ ପାର୍ଟନର ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ଯୋଡି ଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ମେଘନା ଓ ଚନ୍ଦନ । ତେବେ ଏହି ଯୋଡି ପ୍ରସାରିତ ହେଉଥିବା ଧାରାବାହିକ କଥା କହୁଥିଲେ ସରିବନି ରେ ଦୁହେଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଦୁହେଁ ଏହି ଧାରାବାହିକ ରୁ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ତେବେ ବର୍ତ୍ତମାନ ମଧ୍ୟ ଟିଭି ଦୁନିଆରେ ଦୁହେଁ ସକ୍ରିୟ ଅଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ଶୁଭାଶିଷ ଓ ପୁଷ୍ପାଞ୍ଜଳି । ତେବେ ଏହି ଯୋଡି ଧାରାବାହିକ ବଡ଼ ଘର ବଡ଼ ଗୁମର କଥା ରେ ନଜର ଆସିଥିଲେ । ତେବେ ଦୁହେଁ ଏହି ଧାରା ବାହିକ ରୁ ପରସ୍ପର ପ୍ରତି ନିକଟତର ହୋଇଥିଲେ ଏବଂ ପରେ ବିବାହ କରିଥିଲେ । ତେବେ ଶୁଭାଶିଷ ବର୍ତ୍ତମାନ ଯାତ୍ରା ଦୁନିଆରେ ସକ୍ରିୟ ଅଛନ୍ତି ।


୩- ତୃତୀୟ ରେ ହେଉଛନ୍ତି ଅମର ଓ ଜେସି । ତେବେ ତୁ ମୋ ଜୀଵନ ସାଥୀ ଧାରାବାହିକ ରେ ଦୁହେଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ପରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇ ଥିଲେ । ତେବେ ଏହି ଯୋଡି ଦର୍ଶକ ମାନଂକୁ ମଧ୍ୟ ଖୁବ ପସନ୍ଦ ଆସିଥିଲା ।


୪- ଚତୁର୍ଥ ରେ ହେଉଛନ୍ତି ମଣ୍ଟୁ ଓ ଆନି । ତେବେ ସ୍ୱାଭିମାନ ଧାରାବାହିକ ରେ ଏହି ଯୋଡି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଦୁହେଁ ପରେ ଅନେକ ସିନେମା ରେ ମଧ୍ୟ ନଜର ଆସିଥିଲେ । ତେବେ ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରି ନେଇଥିଲେ ଏବଂ ବର୍ତ୍ତମାନ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି ।


୫- ପଞ୍ଚମ ରେ ହେଉଛନ୍ତି ଅରବିନ୍ଦ ଓ ଜ୍ୟାକଲିନ । ତେବେ ଦୁହେଁ ଜେଜେମା ଧାରାବାହିକ ରେ ଏକାଠି ନଜର ଆସିଥିଲେ । ତେବେ ଦୁହେଁ ଏହି ଠାରୁ ନିଜର ପ୍ରେମ ର ଯାତ୍ରା ଆରମ୍ଭ କରି ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଏହି ଯୋଡି କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *