1947 ରୁ 2022, ଦେଖନ୍ତୁ ଓଡିଶାର ସମସ୍ତ ମୁଖ୍ୟମନ୍ତ୍ରୀ ତାଲିକା ! ଜାଣନ୍ତୁ କିଏ କେତେ ବର୍ଷ କରିଛନ୍ତି ଶାସନ…

ବନ୍ଧୁଗଣ ଓଡିଶାରେ ୧୯୪୭ ମସିହାରୁ ଏ ପର୍ଯ୍ୟନ୍ତ ୬ ଥର ରାଷ୍ଟ୍ରପତି ଶାସନ ଲାଗିଛି ୧୯୬୧, ୧୯୭୧, ୧୯୭୩, ୧୯୭୬, ୧୯୭୭, ୧୯୮୦ । ଓଡିଶାରେ ସବୁଠାରୁ କମ ଦିନ ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତ ବିନାୟକ ଆଚାର୍ଯ୍ୟ । ଆଉ ସବୁଠାରୁ ଅଧିକ ଦିନ ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଓଡିଶାରେ କଂଗ୍ରେସ ଦଳର ୧୧ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆଉ ସେମାନେ ୧୫,୪୮୬ ଦିନ ଶାସନ କରିଛନ୍ତି ।

ଓଡିଶାରେ ବିଜେଡି ଦଳରେ ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି ଆଉ ସେ ୮୦୮୯ ଦିନ ଶାସକ କରିସାରିଲେଣି । ଓଡିଶାରେ ଜନତାଦଳର ଜଣେ ମୁଖ୍ୟମନ୍ତ୍ରୀ ୧୮୩୬ ଦିନ ଶାସନ କରିଛନ୍ତି । ଓଡିଶାରେ ସ୍ଵାଧୀନ ପ୍ରାର୍ଥୀ ଦଳର ୨ ଜଣ ମୁଖ୍ୟମନ୍ତ୍ରୀ ୧୪୯୬ ଦିନ ଶାସନ କରିଛନ୍ତି । ସ୍ଵତନ୍ତ୍ର ପାର୍ଟି ଦଳର ଜଣେ ମୁଖ୍ୟମନ୍ତ୍ରୀ ୧୪୦୩ ଦିନ ଶାସନ କରିଛନ୍ତି । ଆଉ ଜନତା ପାର୍ଟିର ଜଣେ ମୁଖ୍ୟମନ୍ତ୍ରୀ ୯୬୬ ଦିନ ଶାସନ କରିଛନ୍ତି ।

ବନ୍ଧୁଗଣ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହାତାବ ରହି ୧୯୪୭-୧୯୫୦ ମସିହା ପର୍ଯ୍ୟନ୍ତ ଶାସନ କରିଛନ୍ତି । କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୨-୧୯୫୬ ମସିହା ପର୍ଯ୍ୟନ୍ତ ଶାସନ କରିଛନ୍ତି । କଂଗ୍ରେସର ହରେକୃଷ୍ଣ ମହାତାବ ମୁଖ୍ୟମନ୍ତ୍ରୀ ରୂପେ ୧୯୫୬-୧୯୬୧ ମସିହା ଯାଏଁ ଶାସନ କରିଛନ୍ତି । ବିଜୁ ପଟ୍ଟନାୟକ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ହୋଇ ୧୯୬୧-୧୯୬୩ ମସିହା ପର୍ଯ୍ୟନ୍ତ ଓଡିଶା ଶାସନ କରିଛନ୍ତି ।

ବିରେନ ମିତ୍ରା କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ହୋଇ ୧୯୬୩-୧୯୬୫ ମସିହା ଯାଏଁ ଶାସନ କରିଛନ୍ତି । କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ୧୯୬୫-୧୯୬୭ ମସିହା ପର୍ଯ୍ୟନ୍ତ ଶାସନ କରିଛନ୍ତି । ଏହା ପରେ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ୧୯୬୭-୧୯୭୧ ଯାଏଁ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ । କଂଗ୍ରେସ ଦଳର ନନ୍ଦିନୀ ଶତପଥି ମୁଖ୍ୟମନ୍ତ୍ରୀ ଭାବେ ୧୯୭୨-୧୯୭୩ ମସିହା ଯାଏଁ ଶାସନ କରିଥିଲେ ।

ଏହା ପରେ ନନ୍ଦିନୀ ଶତପଥି ୧୯୭୪-୧୯୭୬ ମସିହା ଯାଏଁ ଶାସନ କରିଥିଲେ । କଂଗ୍ରେସ ଦଳର ବିନାୟକ ଆଚାର୍ଯ୍ୟ ୧୯୭୬-୧୯୭୭ ମସିହା ଯାଏଁ ଶାସନ କରିଥିଲେ । ନୀଳମଣି ରାଉତରାୟ ୧୯୭୭-୧୯୮୦ ଯାଏଁ ଓଡିଶା ଶାସନ କରିଥିଲେ । କଂଗ୍ରେସ ଦଳର ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦-୧୯୮୯ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ । କଂଗ୍ରେସର ହେମାନନ୍ଦ ବିଶ୍ଵାଳ ୧୯୮୯-୧୯୯୦ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ ।

ବିଜୁ ପଟ୍ଟନାୟକ ୧୯୯୦-୧୯୯୫ ମସିହା ଯାଏଁ ଶାସନ କରିଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୯୫-୧୯୯ ମସିହା ଯାଏଁ ଶାସନ କରିଥିଲେ । ହେମାନନ୍ଦ ବିଶ୍ଵାଳ ୧୯୯୯-୨୦୦ ମସିହା ଯାଏଁ ଶାସନ କରିଥିଲେ । ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଶାସନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *