ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି ହେଲେ ଓଡିଆ ସିଙ୍ଗର ତପୁ ମିଶ୍ର ( Tapu Mishra)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି ।

ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ ।

ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ । ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହୋଇଛି ।

ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇଛି । ବର୍ତ୍ତମାନ ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚିନ୍ତିତ ହୋଇଛନ୍ତି ।

ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ଆରୋଗ୍ୟ କାମନା ନିମନ୍ତେ ଆମର ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଏବଂ ଆମେ ଏହା ଆଶା କରୁଛୁ ଯେ ଓଲିଉଡ ଗାୟିକା ତପୁ ମିଶ୍ର ଖୁବ ଶୀଘ୍ର ସୁସ୍ଥ ହୋଇ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ ।

ଏହା ସହିତ ତାଙ୍କର ସୁନ୍ଦର କଣ୍ଠ ରେ ନୂଆ ନୂଆ ଓଡ଼ିଆ ସଙ୍ଗୀତ ଦ୍ୱାରା ସମସ୍ତ ଦର୍ଶକ ଙ୍କ ପୁଣିଥରେ ମନୋରଞ୍ଜନ କରନ୍ତୁ । ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *