ୟୁକ୍ରେନରେ ଲଢିଲେ ଓଡିଆ ପୁଅ, ଘନଘନ ବୋମା ମାଡ ଭିତରେ ଜୀବନକୁ ଖାତିର କଲେ ନାହିଁ, କରିଲେ ଏମିତି କାମ କି ଏବେ ପୁରା ଦୁନିଆ କରୁଛି ପ୍ରଶଂସା…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଏକ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ତେବେ ବନ୍ଧୁଗଣ ଏହି ଯୁଦ୍ଧ ମଧ୍ୟରେ ସାହସିକତା ଦେଖାଇଛନ୍ତି ଆମ ଓଡିଆ ପୁଅ । ଘନଘନ ବୋମା ମାଡ ଭିତରେ ଜୀବନକୁ ଖାତିର କଲେନି ଏହି କଳାହାଣ୍ଡିର ଓଡିଆ ପୁଅ । ୩ ହଜାର ଛାତ୍ର ଛାତ୍ରୀଙ୍କୁ ୟୁକ୍ରେନ ସୀମା ପାର କରେଇଲେ । ଏହି ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଏଁଳାପାଲିର ବିକାଶ ଚନ୍ଦ୍ର ସାହୁ ।

ଡାକ୍ତରୀ ପାଠ ପଢିବାକୁ ସେ ୨୦୧୭ରେ ୟୁକ୍ରେନ ଯାଇଥିଲେ । ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ସେଠାରେ ଚିତ୍ର ସଂପୂର୍ଣ୍ଣ ବଦଳିଯାଇଥିଲା । ଜୀବନ ବଞ୍ଚାଇବାକୁ କିଏ ବଙ୍କର ଭିତରେ ତ କିଏ ଷ୍ଟେସନ ଭିତରେ ଲୁଚି ରହିଥିଲେ । ଭାରତ ଫେରିବାକୁ ବ୍ଯାକୁଳ ହେଉଥିବା ପିଲାଙ୍କୁ ବିକାଶ ଉଧାର କରି ସୀମାପାର କରିବାରେ ସହାୟତାର ହାତ ବଢାଇ ଛନ୍ତି । ସମସ୍ତେ ଯିବା ପରେ ଶୀତ କାକରରେ ଅନ୍ୟ ପିଲାଙ୍କୁ ଧରି ରାତି ଅନିଦ୍ରା ହୋଇଥିଲେ ଶେଷରେ ରୋମେନିଆରୁ ଫଙ୍ଗେରୀ ପହଞ୍ଚି ଥିଲେ ।

ବିକାଶ ୟୁକ୍ରେନ ସୀମାରେ ତିନୋଟି ବସରେ ବସିଥିବା ଛାତ୍ର ଛାତ୍ରୀଙ୍କ ଭିଡିଓ କରି ମଧ୍ୟ ପଠାଇ ଥିଲେ । ବନ୍ଧୁଗଣ ବିକାଶ ସେହି ସମୟ ଘଟଣାର ଏକ ଭିଡିଓ କରି ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ବିକାଶ ତିନୋଟି ବସରେ ଥିବା ଛାତ୍ର ଛାତ୍ରୀଙ୍କୁ ଭିଡିଓରେ ଦେଖାଇ ଛନ୍ତି ଓ ସମସ୍ତ ଛାତ୍ର ଛାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ମଧ୍ୟ ଭିଡିଓରେ ନଜର ଆସୁଛି । ବିକାଶ ନିଜେ ନଆସି ଅନ୍ୟ ପିଲା ମାନଙ୍କୁ ସୀମା ପାର କରେଇବାରେ ଯେଉଁ ଉଦ୍ୟମ କରିଥିଲେ ତାହାକୁ ପରିବାର ଲୋକଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *