ଶେଷରେ କୁନି ଙ୍କ ପାଇଁ ଭଗବାନ ସାଜି ତାଙ୍କର ସବୁ ଦୁଃଖ ଦୂର କଲେ ଓଡିଆ ହୀରୋ ସବ୍ୟସାଚ୍ଚୀ, ଶୁଣିଲେ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଦିଗଜ ଅଭିନେତା ସବ୍ୟସାଚୀ ମିଶ୍ର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସବ୍ୟସାଚୀ ମିଶ୍ରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସବ୍ୟସାଚୀ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ସବ୍ୟସାଚୀ ବହୁତ ଭଲ ମଣିଷ ହେବା ସହ ବହୁତ ଦୟାଳୁ ମଧ୍ୟ ଅଟନ୍ତି । ବନ୍ଧୁଗଣ ଆଜିକୁ ୬ ମାସ ପୂର୍ବେ କୋରୋନା ମହଆମାରୀ ସମୟରେ ଏକ ଭିଡିଓ ଭାଇରାଲ ହୋଇଥିଲା ।

ବନ୍ଧୁଗଣ ଏହି ଭିଡିଓରେ ଏକ ଝିଅ ଥିଲା ଯାହାର ନାମ ହେଉଛି କୁନି । କୁନି ଅର୍ଥ ଅଭାବରୁ ତାର ହାତରେ ବଢିଯାଇଥିବା ମାଂସ ପେଶୀ ଗୁଡିକୁ ଅପରେସନ କରିପାରୁ ନଥିଲା । କୁନି ନିଜ ହାତ ପାଇଁ ବହୁତ ଦୁଃଖିତ ଥିଲା । ହେଲେ ବନ୍ଧୁଗଣ ଯେତେବେଳେ ଏହି ଭିଡିଓ ସବ୍ୟସାଚୀଙ୍କ ପାଖକୁ ଯାଇଥିଲା ସେତେବେଳେ ସବ୍ୟସାଚୀ ସେହି ଝିଅର ସାହାର୍ଯ୍ୟ କରିଥିଲେ ।

ସେତେବେଳେ ସବ୍ୟସାଚୀ ହାତର ଅପରେସନ କରାଇବା ପାଇଁ ଆଶ୍ଵାସନା ଦେଇଥିଲେ ଏବଂ କଥା ଦେଇ କଥା ରଖିଛନ୍ତି ସବ୍ୟସାଚୀ । ଗତ ୬ ମାସ ହେବ କୁନିଙ୍କର ହାତ ଅପରେସନ ହୋଇଥିଲା ଓ ବର୍ତ୍ତମାନ ତାଙ୍କ ହାତ ସଂପୂର୍ଣ୍ଣ ଠିକ ହୋଇଯାଇଛି । ପ୍ରଥମେ ସବ୍ୟସାଚୀ କୁନିଙ୍କ ସହ ଭିଡିଓ କଲ୍ ରେ କଥା ହୋଇଥିଲେ ଓ ଜାଣିପାରିଥିଲେ କୁନି ଅର୍ଥ ଅଭାବରୁ ନିଜ ହାତର ଅପରେସନ କରିପାରୁ ନାହାନ୍ତି ।

କିନ୍ତୁ ବନ୍ଧୁଗଣ ସବ୍ୟସାଚୀ କୁନିଙ୍କର ସହାୟତା କରିଥିଲେ । ସେ ଦିଲ୍ଲୀର ଏମ୍ସକୁ ନେଇ କୁନିଙ୍କର ଅପରେସନ କରାଇଥିଲେ । ଦୀର୍ଘ ୬ ମାସ ପରେ କୁନିଙ୍କ ହାତ ଠିକ ହୋଇପାରିଛି ଓ କୁନି ସବ୍ୟସାଚୀଙ୍କ ସହ ବହୁତ ଖୁସି ହୋଇ ସାକ୍ଷାତ ମଧ୍ୟ କରିଛନ୍ତି । କୁନି ସବ୍ୟଙ୍କ ସହ ସାକ୍ଷାତ କରିବା ସମୟରେ ସବ୍ୟଙ୍କୁ ରାକ୍ଷୀ ପିନ୍ଧାଉ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହା ବ୍ଯତୀତ ସବ୍ୟ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସବୁ ଫତୋ ଗୁଡିକୁ ସେୟାର କରିଛନ୍ତି । ସବ୍ୟ କ୍ୟାପ୍ସନରେ ଲେଖିଛନ୍ତି, ‘ଦୀର୍ଘ ୬ ମାସ କାଳ ଏହି ଯାତ୍ରା ସହଜ ନଥିଲା । ଆପଣ ମାନଙ୍କ ଆଶୀର୍ବାଦ ଓ ଭଗବାନ ବୋଧେ କୁନିଙ୍କ କଷ୍ଟ ବିଷୟରେ ଜାଣିଦେଲେ । ଯାହା ଫଳରେ କୁନି ଆଜି ସଂପୂର୍ଣ୍ଣ  ସୁସ୍ଥ ହୋଇ ସାରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ଉପରେ କଣ ପ୍ରତିକ୍ରିୟା ରହିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *