ହେ ଭଗବାନ ! ଓଲିଉଡ ଜଗତରେ ପୁଣି ଶୋକର ଛାୟା, କରୋନାରେ ଓଲିଉଡର ଏହି ଫେମସ ଅଭିନେତାଙ୍କର ହେଲା ପରଲୋକ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ଷ 2020 ବଲିଉଡ ସହିତ ଓଲିଉଡ ଜଗତ ପାଇଁ ମଧ୍ୟ କଳା ବର୍ଷ ଭାବେ ଗଣା ହେଲାଣି । ଓଡିଆ ଇଣ୍ଡଷ୍ଟ୍ରି ରେ ଗୋଟିଏ ପରେ ଗୋଟିଏ ବରିଷ୍ଟ ଅଭିନେତାଙ୍କର ଦେହାନ୍ତ ହୋଇ ଗଲାଣି । ଏବେ ପୁଣି ଏକ ଦୁଃଖଦ ଖବର ଓଲିଉଡ ଇଣ୍ଡଷ୍ଟ୍ରି ରୁ ସାମ୍ନା କୁ ଆସିଛି । ଗତକାଲି ଓଲିଉଡ ର ଜଣେ ଫେମସ ଅଭିନେତା ଜୀମୂତ ପଟ୍ଟନାୟକ ଙ୍କର ପରଲୋକ ହୋଇ ଯାଇଛି ଏବଂ ସୂଚନା ଅନୁସାରେ ସେ କାରୋନା ରେ ମୃତ୍ୟୁ ବରଣ କରିଛନ୍ତି ।

ଜୀମୂତ ନିଜ ଅଭିନୟ କ୍ଯାରିୟରେ ଅନେକ ଫିଲ୍ମ ଧାରାବାହିକ ରେ ମଧ୍ୟ ନିଜ ଅଭିନୟର ଜାଦୁ ଦେଖେଇ ସାରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କ ଆକଟିଂ କୁ ବହୁତ ପସନ୍ଦ କରନ୍ତି । ଜୀମୂତ ବର୍ତ୍ତମାନ ସମୟରେ ଅଧିକ ଫିଲ୍ମ ରେ ନଜର ଆସୁ ନଥିଲେ ମଧ୍ୟ ନିକଟରେ ପ୍ରସାରିତ ହେଉଥିବା ମହାଦେବୀ ଧାରାବାହିକ ରେ ଖଡିରତ୍ନ ଭାବେ ନିଜ ଅଭିନୟର ଜାଦୁ ଦେଖେଇଛନ୍ତି ।

ସେ ହଠାତ କାରୋନା ରେ ଆକ୍ରାନ୍ତ ହେବା କାରଣରୁ ସେ କିଛି ଦିନ ହେବ ହସ୍ପିଟାଲ ରେ ଥିଲେ । ଏବେ ଗତକାଲି ତାଙ୍କର ଦେହାନ୍ତ ହୋଇ ଯାଇଛି । ତେବେ ଗତକାଲି ତାଙ୍କର ଦେହାନ୍ତ ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ଓଡିଶାର ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ଶୋକ ପ୍ରକାଶ କରି କହିଛନ୍ତି କି ସେମାନେ ଜୀମୂତ ଙ୍କ ପରି ଆଉ ଜଣେ ଅଭିନେତା ଆଉ କେବେ ପାଇବେ ନାହିଁ ।

ଜୀମୂତ ପୂର୍ବରୁ ଖଳନାୟକ ଓ ହାସ୍ୟ ଅଭିନେତା ଭାବେ ଅଭିନୟ କରି ସାରିଛନ୍ତି । ଲୋକ ମାନେ ମଧ୍ୟ ଜୀମୂତ ଙ୍କ ଆକଟିଂ କୁ ଖୁବ ପସନ୍ଦ କରିଛନ୍ତି । ଜୀମୂତ ଙ୍କ ଆକଟିଂ ଯେତିକି ସୁନ୍ଦର ସେ ମଧ୍ୟ ଲୋକ ହିସାବରେ ବହୁତ ଭଲ ମଣିଷ ବୋଲି ସମସ୍ତେ କୁହନ୍ତି । ଏମିତିରେ ଜୀମୂତ ଙ୍କର ହଠାତ ବିୟୋଗ ଓଲିଉଡ ଜଗତ ପାଇଁ ଏକ ଶୂନ୍ୟାସ୍ଥାନ ସୃଷ୍ଟି କରିଛି । ଶେଷରେ ଆମେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଜୀମୂତ ଙ୍କ ଆତ୍ମା କୁ ଶାନ୍ତି ମିଳୁ ।

ଦେଶର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *