ପଡିଆ ଜୋକ୍ସ: ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) -କାଲି ସବୁ କେମିତି ଥିଲା ? ଝିଅ- ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ ଓ ମୋର …

ବନ୍ଧୁଗଣ ବର୍ତ୍ତମାନର ଜୀବନରେ ପ୍ରାୟତଃ ସମସ୍ତ ମଣିଷ ଟେନସନରେ ରହୁଛନ୍ତି । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନଙ୍କ ମାଇଣ୍ଡ ଫ୍ରେଶ ହେଇଯିବ । ଏହି ଓଡିଆ ଜୋକ୍ସକୁ ପଢି ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ପୁଅ- ବାପା, ମୁ ପାର୍ଟି କରିବା ପାଇଁ ମୋର ସାଙ୍ଗ ଘରକୁ ଯାଇପାରିବି ?

ବାପା- ମତେ ପଚାରେ ନାହିଁ, ତୋ ମା’କୁ ପଚାରେ

ମା- ମତେ ପଚାରେ ନା, ତୋ ବାପାକୁ ପଚାରେ

ପୁଅ- ଏଇଟା ଶଳା ଘର ନା ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ରାଞ୍ଚ ।

୨. ସ୍ଵାମୀ- ଡାର୍ଲିଙ୍ଗ କାଲି ସଖାଳେ ତମେ ମୋ ସହିତ ଯୋଗ କ୍ଳାସକୁ ଯିବ କି ?

ସ୍ତ୍ରୀ- ତା ହେଲେ ତମେ କହିବାକୁ କଣ ଚାହୁଁଛ, ମୁ କଣ ମୋଟି ହେଇଯାଇଛି ?

ସ୍ଵାମୀ- ଆରେ ନା, ସେ କଥା ନୁହେଁ ଯଦି ତମେ ଯିବା ପାଇଁ ଚାହୁଁନ ତା ହେଲେ ନଯାଅ ।

ସ୍ତ୍ରୀ- ତା ହେଲେ ତମେ କଣ ମତେ ଅଳସୁଆ ଭାବୁଛ ?

ସ୍ଵାମୀ- ତମେ ଏମିତି କାହିଁକି ରାଗୁଛ ?

ସ୍ତ୍ରୀ- ଏବେ ତମକୁ ଲାଗୁଥିବ ମୁ ସବୁ ବେଳେ ପ୍ରଥମେ ଝଗଡା କରେ ।

ସ୍ଵାମୀ- ଆରେ ମୁ ଏମିତି କେବେ କହିଲି ?

ସ୍ତ୍ରୀ- ଓହୋ… ତା ହେଲେ ମୁ ମିଛ କହୁଛି ନା କଣ ?

ସ୍ଵାମୀ- ଛାଡ ମୁ ଯାଉନାହିଁ ଯୋଗ କ୍ଳାସ ହେଲା ଖୁସି ତ !!!

ସ୍ତ୍ରୀ- ଏବେ ମୁ ବୁଝିଲି, ତମେ ମୋତେ ନେଇ ଯିବାକୁ ଚାହୁଁଥିଲ ଆଉ ଏବେ ବାହାନା ବନେଇଲ । ସବୁବେଳେ ତମର ଏହି କାମ ।

ପୁରା ରାତି ପଳେଇଲା ହେଲେ ସ୍ତ୍ରୀ ଚୁପ ହେଲା ନାହିଁ ଓ ସ୍ଵାମୀ କେବଳ କଥା ଭାବୁଥିଲା,

ତାହା ଥିଲା ସେ ଏମିତି କଣ କହିଦେଲା ଯାହାପାଇଁ ତାକୁ ଏତେ କଥା ଶୁଣିବାକୁ ପଡୁଛି

୩. ଗୁପ୍ତା ବାବୁ ଗୁମସୁମ ହେଇ ବସିଥିଲେ..

ପପୁ ପଚାରିବା ଦ୍ଵାରା କହିଲେ, ତୋ ଭାଉଜ ନାକ କଟାଇ ଦେଲେ

ପପୁ- କେମିତି ?

ଗୁପ୍ତା ବାବୁ- ଆମେ ଦୁଇଜଣ ଟୟଲେଟ ଫିଲ୍ମ ଦେଖିବାକୁ ଯାଇଥିଲୁ, ଅଧିକ ଟ୍ରାଫିକ ହେତୁ ଆମେ ଲେଟରେ ଫିଲ୍ମ ହଲରେ ପହଞ୍ଚିଥିଲୁ

ପପୁ- ଏହା ଦ୍ଵାରା ନାକ କେମିତି କଟିଲା ?

ଗୁପ୍ତା ବାବୁ- ତୋର ଭାଉଜ ସବୁ ଆଡେ କହି ବୁଲୁଛି ‘ମୁ ଆଉ ମୋ ସ୍ଵାମୀ ଟୟଲେଟ ଯାଇଥିଲୁ, ଲେଟ ହେବାରୁ ଟିକେ ସରିଯାଇଥିଲା’ ।

୪. ରାତିରେ ସ୍ଵାମୀ ଚୁପ ଚାପ ସ୍ତ୍ରୀ ପାଖକୁ ଗଲା,

ସ୍ତ୍ରୀ- ପୁଅ ଉଠିଯିବ ।

ସ୍ଵାମୀ ପୁଣି ଦୁତୀୟ ପ୍ରୟାସ କରି ସ୍ତ୍ରୀ ପାଖକୁ ଗଲା

ସ୍ତ୍ରୀ- ରୁହ ନା ପୁଅ ଉଠିଯିବ ।

ସ୍ଵାମୀର ମନ ମାନିଲା ନାହିଁ ସେ ପୁଣି ଶେଷ ଥର ପାଇଁ ପ୍ରୟାସ କରି ସ୍ତ୍ରୀ ପାଖକୁ ଗଲା,

ସେହି ସମୟରେ ପୁଅ କହିଲା- ଦେଖ ମା ଇଏ ପୁଣି ଆସିଗଲେ

୫. ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?

ଝିଅ- କିଛି ଖାସ ନୁହେଁ

ସାଙ୍ଗ- କିଛି ଖାସ ନୁହଁ ମାନେ ?

କହ ନା…କଣ ହେଲା ?

ଝିଅ- କହିଲି ନା କିଛି ନୁହେଁ

ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?

ଝିଅ- ତେବେ ଶୁଣ

ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ

ସାଙ୍ଗ- ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ

ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?

ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *