ଓଡିଶାର ଲୋକପ୍ରିୟ Actress, ଦେଖନ୍ତୁ ବିବାହ ପରେ କିଏ କେଉଁ ଦେଶରେ ରହୁଛନ୍ତି ?

ବନ୍ଧୁଗଣ, ଓଡିଆ ରେ ଗୋଟିଏ ଢଗ ବହୁତ ପ୍ରଚଳିତ । ତାହା ହେଉଛି ଝିଅ ଜନମ ପର ଘରକୁ । ମାତ୍ର କିଛି କ୍ଷେତ୍ରରେ ତାହା ପର ଘରକୁ ନ ହୋଇ ପର ଦେଶକୁ ହୋଇ ଯାଉଅଛି । ଆମ୍ଭର କିଛି ଓଡିଆ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ ଲୋକପ୍ରିୟ ଓ ଯେଉଁ ମାନେ ବିବାହ କରିବା ପରେ ବର୍ତ୍ତମାନ ବିଦେଶ ରେ ନିଜ ସ୍ବାମୀଙ୍କ ସହିତ ଖୁସିରେ ରହୁ ଅଛନ୍ତି । ଆସନ୍ତୁ ଜାଣିବା ସେହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସମ୍ବନ୍ଧରେ ଜିଏକି ବିଦେଶରେ ରହୁଛନ୍ତି ।

୧- ଈପ୍ସିତା ମହାନ୍ତି;- ଓଡିଆ ଧାରାବାହୀକ ତୁଳସୀ ସିରିୟଲରେ ବହୁତ ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ନିଜର କ୍ୟାରିୟର ଏହି ସିରିୟଲ ମାଧ୍ୟମରେ ଆରମ୍ଭ କରି ବହୁତ ଖ୍ୟାତି ଅର୍ଜନ କରିଥିଲେ । ସେ ରୋହିତ ମହାନ୍ତି ଙ୍କୁ ବିବାହ କରିବା ପରେ ବର୍ତ୍ତମାନ ଦୁବାଇ ରେ ରହୁଛନ୍ତି । ବର୍ତ୍ତମାନ ସେ ୨ ଟି ସନ୍ତାନର ମା ଅଟନ୍ତି ।

୨- ସୁନିତା ବୋଷ;- ଆପଣ ମାନେ ସୁନିତା ଙ୍କୁ ମଧ୍ୟ କେତେକ ସିରିୟଲ ରେ ତଥା କେତେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖି ଆସିଛନ୍ତି । ସେ ବହୁତ ଭଲ ଅଭିନୟ କରନ୍ତି । ସେଥିପାଇଁ ସେ ଓଡିଶାରେ ଖୁବ ଲୋକରୀୟ ହୋଇ ଯାଇଥିଲେ କିନ୍ତୁ ସେ ବର୍ତ୍ତମାନ ସୁନିତା ମଧ୍ୟ ବିବାହ କରି ଏରୋଲାଣ୍ଡରେ ରହୁଛନ୍ତି ।

୩- ଯାଜ୍ଞସିନୀ ଜେନା;- “ତୋ ପାଇଁ ମୁଁ” ସିରିୟଲ ରେ ଯୋୟା ପାଇଁ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ସୂର୍ଯ୍ୟକାନ୍ତ ସ୍ଵାଇଁ ଙ୍କୁ ବିବାହ କରିଛନ୍ତି । ଯାଜ୍ଞସିନୀ ଙ୍କ ସ୍ଵାମୀ ସୂର୍ଯ୍ୟକାନ୍ତ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି । ବର୍ତ୍ତମାନ ଯାଜ୍ଞସିନୀ ଦୁବାଇ ରେ ରହି ଆସୁଛନ୍ତି ।

୪- ଜାଙ୍କଲୀନ;- ବର୍ତ୍ତମାନ ଜାଙ୍କଲୀନ ନୂତନ ବିବାହ କରିଛନ୍ତି । ଆପଣ ମାନେ ଜାଙ୍କଲିନ ଙ୍କୁ ଓଡିଆ ସିରିୟଲ ରେ ଅଭିନୟ କରିଥିବାର ଦେଖିଛନ୍ତି । ନିଜର ଅଭିନୟ ଦ୍ଵାରା ସେ ସମସ୍ତଙ୍କ ମନକୁ ଖୁବ କମ ସମୟ ମଧ୍ୟରେ ଜିତି ପାରିଛନ୍ତି । ଜାଙ୍କଲିନ ଅରିନ୍ଦମ ଙ୍କୁ ପ୍ରେମ ବିବାହ କରିଛନ୍ତି । ଅରିନ୍ଦମ ମଧ୍ୟ ଅଭିନେତା ଅଟନ୍ତି । କିନ୍ତୁ ବିବାହ ପରେ ସେ ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ରହିଛନ୍ତି ।

ବର୍ତ୍ତମାନ ଅରିନ୍ଦମ ନିଜର ବିଜନେସ ଆରମ୍ଭ କରିଛନ୍ତି । ଜାଙ୍କଲିନ ବର୍ତ୍ତମାନ ହାଇଦ୍ରାବାଦ ରେ ନିଜ ସ୍ଵାମୀଙ୍କ ସହିତ ରହୁଥିବାର ସୂଚନା ମିଳିଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବାରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *