ଲୋକପ୍ରିୟ ଓଡିଆ କମେଡିଆନ Jairam Samal ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଅଭିନେତା ଜୟୀରାମ ସାମଲ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଆପଣ ମାନେ ତ ଓଲିଉଡ କମେଡ଼ିଆନ ଅଭିନେତା ଜୟୀରାମ ସାମଲ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତା ନିଜର ଦମଦାର କମେଡ଼ି ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ହସାଇ ବେଦମ କରିଛନ୍ତି। ତେବେ ଆଜି ଆମେ ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀବନ, ପରିବାର ଏବଂ ତାଙ୍କ ସମ୍ପତ୍ତି ସମ୍ବନ୍ଧରେ ଆପଣ ମାନଙ୍କୁ ଜଣାଇବୁ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ କମେଡିଆନ ଜୟୀ ଭାଇ ଙ୍କ ପ୍ରକୃତ ନାମ ହେଉଛି, ‘ଜୟୀରାମ ସାମଲ’।ଏହି ଅଭିନେତା ୧୯୪୮ ମସିହାରେ ଓଡ଼ିଶା ର ମାହାଙ୍ଗା ରେ ଜନ୍ମଗ୍ରହଣ କରିଥିଲେ। ଏହି ଆଧାର ରେ ଅଭିନେତା ଜୟୀରାମ ସାମଲ ଙ୍କ ବୟସ ବର୍ତ୍ତମାନ ୭୨ ବର୍ଷ ବୟସରେ ଯାଇ ପହଞ୍ଚିଛି।

ଯଦି ଏହି ମହାନ ଅଭିନେତା ଙ୍କ ଫିଲ୍ମ କ୍ୟାରିଆର ସମ୍ବନ୍ଧରେ କହିବା ତେବେ, ୧୯୭୫ ମସିହାରେ ଏହି ଅଭିନେତା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ। ଏହି ଅଭିନେତା ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ରେ କାମ କରିସାରିଛନ୍ତି। ନିଜର ପ୍ରାୟତଃ ଫିଲ୍ମ ରେ ଏହି ଅଭିନେତା କମେଡ଼ି ରୋଲରେ ଅଭିନୟ କରିଛନ୍ତି ଏବଂ ଅଳ୍ପ କିଛି ଫିଲ୍ମ ରେ ଖଳନାୟକ ଭୂମିକା ରେ ଅଭିନୟ କରିଛନ୍ତି।

ଏହି ଅଭିନେତା ନିଜ ସମ୍ପୂର୍ଣ୍ଣ କ୍ୟାରିଅର ରେ ପାଖାପାଖି ୩୦୦ଟି ଚଳଚ୍ଚିତ୍ର ଏବଂ ଟିଭି ସିରିଆଲ ରେ ଅଭିନୟ କରିସାରିଛନ୍ତି। ୧୯୭୫ ମସିହାରେ ଫିଲ୍ମ ‘ଯାଯାବର’ , ୧୯୭୭ ମସିହାରେ ଫିଲ୍ମ ‘ଏ ନୁହେଁ ଖେଳଘର’, ୧୯୭୮ ମସିହାରେ ଫିଲ୍ମ ‘ପତି ପତ୍ନୀ’ ଆଦି ଚଳଚ୍ଚିତ୍ର ରେ ଏହି ଅଭିନେତା ଜଣକ ନିଜ ଅଭିନୟ କୁ ଉପସ୍ଥାପନ କରିଛନ୍ତି।୨୦୦୨ ମସିହାର ଫିଲ୍ମ ‘ସିନ୍ଦୁର ନୁହେଁ ଖେଳ ଘର’ ଏବଂ ୨୦୧୩ ମସିହାରେ ଫିଲ୍ମ ‘ଓଁ ସାଇ ତୁଝେ ସଲାମ’ ଭଳି ନିକଟ ଫିଲ୍ମ ରେ ମଧ୍ୟ ସେ ଅଭିନୟ କରିଛନ୍ତି।ଏହି ଅଭିନେତା ୨୦୦୮ ମସିହାରେ ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ହାସଲ କରିସାରିଛନ୍ତି।

ଏହି ଅଭିନେତା ନିକ ପତ୍ନୀ ଙ୍କ ସହିତ ହସଖୁସିରେ ନିଜର ଜୀବନ ବିତାଉଛନ୍ତି। ଆପଣ ମାନେ ଏହି ଅଭିନେତା ଙ୍କ ପତ୍ନୀ ଙ୍କୁ ଏହି ଫଟୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖି ପାରୁଥିବେ। ବନ୍ଧୁଗଣ ଯଦି ଏହି ଅଭିନେତା ଙ୍କ ସମ୍ପତ୍ତି ସମ୍ବନ୍ଧରେ କହିବା ତେବେ, ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୪ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ ଗୋଟିଏ ଷ୍ଟେଜ ସୋ ରେ ଅଭିନୟ କରିବା ପାଇଁ ୩୦ ରୁ ୪୦ ହଜାର ଟଙ୍କା ନେଇଥାନ୍ତି ଏବଂ ଏହା ସହିତ ଆପଣ ମାନେ ଅଭିନେତା ଜୟୀରାମ ସାମଲ ଙ୍କ କେତେ ଗୁଡ଼ିଏ ଆଡ଼ଭରଟାଇସ ମେଣ୍ଟ ମଧ୍ୟ ଦେଖିଥିବେ।

ଏହି ଅଭିନେତା ଗୋଟିଏ ଆଡ଼ଭରଟାଇସ କରିବା ନିମନ୍ତେ ପାଖାପାଖି ଦେଢ଼ ରୁ ଦୁଇ ଲକ୍ଷ ଟଙ୍କା ନେଇଥାନ୍ତି।ଏହି ଅଭିନେତାଙ୍କୁ ବର୍ତ୍ତମାନ ଫିଲ୍ମ ଅଥବା ଷ୍ଟେଜ ସୋ ରେ ଦେଖିବାକୁ ମିଳୁନାହିଁ। ଯଦି ଏହି ଅଭିନେତା ଙ୍କ ସମସ୍ତ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ସମ୍ବନ୍ଧରେ କହିବା ତେବେ ଏହି ଅଭିନେତା ପାଖାପାଖି ୬୦ ରୁ ୭୦ ଲକ୍ଷ ଟଙ୍କା ର ମାଲିକ ଅଟନ୍ତି।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *