ଫେମସ ଓଡିଆ କମେଡିଆନ Harihara Mohapatra (ହରି ଭାଇ) ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ଅଲିଉଡରେ ଅଧିକ ପ୍ରସିଦ୍ଧି ହାସଲ କରିଛନ୍ତି ହାସ୍ୟ କଳାକାର ବା କମେଡିଆନ ମାନେ । କାରଣ ସେମାନେ ନିଜର ସୁନ୍ଦର ଅଭିନୟକୁ ପଦର୍ଶନ କରି ଦର୍ଶକ ମାନଙ୍କର ଖୁବ ମନୋରଞ୍ଜୋନ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଲିଉଡର ଜଣେ ପ୍ରସିଦ୍ଧ କମେଡିଆନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ।

ବନ୍ଧୁଗଣ ସେହି କମେଡିଆନ ଜଣକ ହେଉଛନ୍ତି ହରିହର ମହାପାତ୍ର । ହରିହର ଆମ ଅଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ହରି ଭାଇଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।

 

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ହରି ଭାଇଙ୍କ ସମ୍ପତ୍ତି ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ହରି ଭାଇଙ୍କ ଅସଲ ନାମ ହେଉଛି ହରିହର ମହାପାତ୍ର । ସେ ୨୩ ଡିସେମ୍ବର ୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶାରେ ଭଦ୍ରକ ସ୍ଥିତ ଭଣ୍ଡାରି ପୋଖରୀ ଆଞ୍ଚଳରେ ସେ ଜନ୍ମ ଗ୍ରହଣ କରିଥିଲେ ।

ସେ ସେହି ଆଞ୍ଚଳରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଭିନୟ ଶିଖିଥିଲେ । ସେ ୧୯୯୫ ମସିହାରେ ଚଳଚିତ୍ର ଜଗତକୁ ପାଦ ଦେଇଥିଲେ । ଏହାପରେ ବନ୍ଧୁଗଣ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ କମେଡିଆନ ରୂପେ ଅଭିନୟ କରିଥିଲେ । ତାଙ୍କର ଫିଲ୍ମ ଲଭ ଦଟ୍ କମ, ଆଖିରେ ଆଖିରେ, ପାଗଳ କରିଛୁ ତୁ, ହାତ ଧରି ଚାଲୁଥା ଓ ରୁମକୁ ଝୁମାନା ଆଦି ଫିଲ୍ମ ବହୁତ ଲୋକପ୍ରିୟତା ହାସଲ କରିଛି ।


ଏହା ବ୍ଯତୀତ ୨୦୦୨ରେ ଆସିଥିବା ଫିଲ୍ମ ସିନ୍ଦୁର ନୁହେଁ ଖେଳଘର, ୨୦୦୪ ମସିହାରେ କଥା ଦେଇଥିଲି ମା କୁ ଓ ୨୦୧୦ ମସିହାରେ ଆଖି ପଲକରେ ତୁ ଆଦି ଫିଲ୍ମ କରି ସେ ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ହରି ଭାଇ ନିଜ ଅଭିନୟ ପାଇଁ ବହୁତ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ଏହା ବ୍ଯତୀତ ସେ ଜଣେ ବିଜେଡି କର୍ମଚାରୀ ମଧ୍ୟ ଅଟନ୍ତି । ୨୦୧୪ ମସିହାରେ ସେ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ପାଇଁ ବେସ୍ଟ କମେଡିଆନର ଆୱାର୍ଡ ପାଇ ସମ୍ମାନିତ ହୋଇଥିଲେ । ଏହା ବ୍ଯତୀତ ସେ ୨୦୧୫ରେ ମଧ୍ୟ ବେସ୍ଟ କମେଡିଆନର ଆୱାର୍ଡ ପାଇଥିଲେ । ବନ୍ଧୁଗଣ ହରି ଭାଇଙ୍କ ପତ୍ନୀଙ୍କ ନାମ ହେଉଛି ମୋନାଲିସ ମହାପାତ୍ର । ଏହି ଦୁଇଜଣଙ୍କର ଗୋଟେ ଛୋଟ ଝିଅ ମଧ୍ୟ ରହିଛି ।


ବନ୍ଧୁଗଣ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ହରି ଭାଇ ଗୋଟେ ଚଳଚିତ୍ରରେ କମେଡିଆନ ରୂପେ ଅଭିନୟ କରିବା ପାଇଁ ୪ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି । ଏହା ସହିତ ଗୋଟିଏ ସ୍ଟେଜ ସୋ ପାଇଁ ସେ ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି । ଏହା ବ୍ଯତୀତ ତାଙ୍କର ଏକ ଆଲିସାନ ଘର ସହିତ ଦୁଇଟି ଲକସରୀ କାର ମଧ୍ୟ ଅଛି । ବନ୍ଧୁଗଣ ହରି ଭାଇଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୫୦ ରୁ ୬୦ ଲକ୍ଷ ଟଙ୍କା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *