October ମାସ ଏହି ତାରିଖରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଗଣଶିକ୍ଷାମନ୍ତ୍ରୀ Samir Ranjan Dash, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କୋରନା ମହାମାରୀ ର ସଂକ୍ରମଣ ର ପ୍ରଭାବ ଅଳ୍ପ ମାତ୍ରା ରେ କମିବା ପରେ ବର୍ତ୍ତମାନ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ ଖୋଲିଛି ଏବଂ ସେମାନଙ୍କ ଅଫଲାଇନ ପାଠପଢ଼ା ହେଉଛି । କିନ୍ତୁ ଅନ୍ୟ କୌଣସି ଶ୍ରେଣୀରେ ପାଠପଢ଼ା ଅଫ୍ଲାଇନ ହେଉ ନାହିଁ ।

ତେବେ ସୂଚନାଯୋଗ୍ୟ ଦଶହରା ପୂଜା ଛୁଟି ପରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଅନ୍ୟ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିପାରେ ଏବଂ ଅଫ୍ଲାଇନ କ୍ଳାସ ହୋଇପାରେ । ଏହି ସମ୍ବନ୍ଧରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ନବନ, ଦଶମ ଓ ଦ୍ଵାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ବ୍ୟତୀତ ଅନ୍ୟ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, “ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହେବ ।

ଆଉ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ । ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଅନଲାଇନ ପ୍ରକ୍ରିୟାରେ ଶିକ୍ଷାଦାନ ପ୍ରକ୍ରିୟା ଚାଲିବ । ଏହା ସହିତ ଯେପରି ପିଲା ମାନଙ୍କ ଦ୍ୱାରା ମୋବାଇଲ ର ଦୁରପଯୋଗ ନହେଉ ସେଥିପ୍ରତି ଅଭିଭାବକ ଙ୍କୁ ଧ୍ୟାନ ରଖିବା ଆବଶ୍ୟକ । ” କୋରନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଥିଲା । ପିଲାମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ରହି ଅନ୍‌ଲାଇନ୍‌ ମାଧ୍ୟମରେ ରେ ପାଠ ପଢ଼ୁଛନ୍ତି ।

ତେବେ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିପାରୁ ନାହାନ୍ତି । ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି । ବର୍ତ୍ତମାନ କରୋନା ର ପ୍ରକୋପ କମିବା ପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମ ରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ସ୍କୁଲ ଓ କଲେଜ ଖୋଲିଛନ୍ତି ।

ଦୀର୍ଘ ଦିନ ପରେ ବିଦ୍ୟାଳୟରେ ବସି ପିଲାମାନେ ପାଠ ପଢ଼ୁଛନ୍ତି । କିନ୍ତୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ଓ କଲେକ ଖୋଲି ନାହିଁ । ଯେଉଁ କାରଣରୁ ସେମାନେ ଅନଲାଇନ କ୍ଳାସ କରୁଛନ୍ତି । ଅନେକ ପିଲା ଅସୁବିଧା ର ସମ୍ମୁଖୀନ ମଧ୍ୟ ହେଉଛନ୍ତି । କିନ୍ତୁ ପରିସ୍ଥିତି କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଖବର ଅନୁସାରେ ଦଶହରା ଛୁଟି ପରେ ଅକ୍ଟୋବର ମାସ 21 ରୁ ଏକାଦଶ ଓ 25 ତାରିଖରୁ ଅଷ୍ଟମ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ମଧ୍ୟ ସ୍କୁଲ ଓ କଲେଜ ଖୋଲିବ ଏବଂ ସେମାନଙ୍କ ମଧ୍ୟ ଅଫ୍ଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରହିବ ।

Leave a Reply

Your email address will not be published. Required fields are marked *