ବର୍ଷାଙ୍କ ଉପରେ ରାଗ, ନ୍ୟାୟ ମାଗିଲେ Anubhav, କହିଲେ କିଛି ଏମିତି….

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଉଲକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲଙ୍କ ବିୟୋଗ ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ବନ୍ଧୁଗଣ ସତରେ କଣ ପତ୍ନୀ ବର୍ଷାଙ୍କ ପାଇଁ ଜୀବନ ହାରିଦେଲେ ରାହୁଲ ଅଗ୍ରୱାଲ । ଯୌତୁକ ନିର୍ଯାତନା ମାମଲାକୁ ସହି ନ ପରି ରାହୁଲ ଆତ୍ମହତ୍ୟା ବାଟକୁ ବାଛି ଦେଲେ କି । ଯମସେଦପୁର ଥାନାରେ ରାହୁଲଙ୍କ ଭାଇ ଏମିତି ଅଭିଯୋଗ କରିବା ପରେ ଏବେ ଚର୍ଚ୍ଚାକୁ ଆସିଛି ଏହି ମାମଲାଟି ।

ଏବେ ରାହୁଲଙ୍କ ମୃତ୍ୟୁ ମାମଲାରେ ଫ୍ରଣ୍ଟ ଲାଇନକୁ ଆସିଛନ୍ତି କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି । ଟ୍ବିଟ କରି ଅନୁଭବ ନିଜେ ରାହୁଲଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ଗତ ବୁଧବାର ରାତିରେ ହଠାତ ସାଂସଦ ଅନୁଭବ ମହାନ୍ତି ଟ୍ବିଟ କରି ଲେଖିଥିଲେ- ‘ମୁଁ ଅନୁରୋଧ କରୁଛି ରାଉଲକେଲା ଏସପିଙ୍କୁ ଦୟାକରି ଏହି ହୃଦୟ ବିଦାରକ ମାମଲା ଉପରେ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବେ ।

ଭଲ ମଣିଷଙ୍କୁ ନ୍ୟାୟ ମିଳେ ନାହିଁ ତାଙ୍କ ଶଶୁର ଘର ବିରୋଧରେ କାର୍ଯ୍ୟନୁଷ୍ଠାନ ନେଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିପାରେ’ । ବନ୍ଧୁଗଣ ଆତ୍ମହତ୍ୟା କରିବା ପୂର୍ବରୁ ରାହୁଲ ଏକ ଭିଡିଓ କରିଥିଲେ ଯେଉଁଥିରେ ସେ ଆତ୍ମହତ୍ୟା କରିବା ପଛର କାରଣ ବିଷୟରେ କହିଥିଲେ । ମେନ୍ସ ଡେ ଆଉଟରେ ପ୍ରକାଶିତ ଖବର ଅନୁଯାଇ ଝାଡ଼ଖଣ୍ଡ ଯମସେଦପୁରର ବର୍ଷା ନାମକ ମହିଳାଙ୍କ ସହ ବିବାହ କରିଥିଲେ ରାଉଲକେଲାର ରାହୁଲ ଅଗ୍ରୱାଲ ।

ଉଭୟଙ୍କର ଯାଁଳା ପିଲା ଅଛନ୍ତି ବର୍ଷା ଓ ରାହୁଲଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ମଧ୍ୟ ବର୍ଷାଙ୍କ ଶଶୁର ଘର ରାହୁଲଙ୍କ ବିରୋଧରେ ଯୌତୁକ ମାମଲା ଦାୟର କରିଛନ୍ତି । ଏଥିପାଇଁ ରାହୁଲଙ୍କ ବାପା ମା ବାରମ୍ବାର ଜାମସେଦପୁର କୋର୍ଟକୁ ଧାଉନ ଛନ୍ତି । ଏଥିପାଇଁ ଗତ କିଛି ମାସ ହେଲା ରାହୁଲ ମାନସିକ ଚାପରେ ଥିଲେ ଆଉ ତା ପରେ ସେ ନିଜ ଜୀବନ ହରେଇଲେ ।

ତେବେ ଆତ୍ମହତ୍ୟା କରିଥିବା ରାହୁଲଙ୍କ ପତ୍ନୀଙ୍କ ନାମ ବର୍ଷା ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ନାମ ସମାନ ଥିବାରୁ ଏମିତି ଚର୍ଚ୍ଚା ଜୋର ଧରିଛି ବୋଲି କୁହାଯାଉଛି । ବର୍ଷାଙ୍କ ନାମ ଶୁଣିଲେ ଅନୁଭବ ରାଗୁଛନ୍ତି ବୋଲି କୁହାଯାଉଛି । ତେବେ ବନ୍ଧୁଗଣ ଏହି ମାମଲାଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *