ନୂଆ ସଂସଦ ଭବନ ର ଉଦଘାଟନ, ଆଉ ଚିରି ଫୋପାଡ଼ି ପାରିବେନି କାଗଜ

ନମସ୍କାର ବନ୍ଧୁଗଣ । ଆସନ୍ତା 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବାକୁ ଯାଉଛନ୍ତି । ନୂଆ ସଂସଦ ଭବନକୁ ନେଇ ରାଜନୀତି ଚର୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ନୂଆ ପାର୍ଲାମେଣ୍ଟର ନାଁ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ବିରୋଧୀ ଧଳ ଆଗ ଭଳି କରିପାରିବେ ନାହିଁ ଅବରୋଧ । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନୂଆ ସଂସଦ ଭବନର ଉଦଘାଟନକୁ ନେଇ ଉଠୁଛି ପ୍ରଶ୍ନ ।

ଏହି ଉଦଘାଟନକୁ ନେଇ ଦେଶର 19 ଟି ଧଳ ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ବଦଳରେ ରାଷ୍ଟ୍ରପତି ଏହାର ଉଦଘାଟନ କରିବା ଉଚିତ୍ ବୋଲି ମନେକରୁଛନ୍ତି କିଛି ଧଳ । ସୂଚନା ମୁତାବକ ଉଦଘାଟନ ଦିନ  ଜାରି ହେବ ନୂଆ କଏନ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ନୂଆ ସଂସଦ ଭବନକୁ ଯେଉଁଭଳି ଢଙ୍ଗରେ ତିଆରି କରାଯାଉଛି ସେଥିରେ ବିରୋଧୀ ଆଉ ପୂର୍ବ ପରି ବିରୋଧ କରିପାରିବେ ନାହିଁ ।

ବାଚସ୍ପତିଙ୍କ ପୋଡିୟମ କୁ ଆଗ ଠାରୁ ଉଚ୍ଚ କରାଯାଇଛି ଏବଂ ତାହାର ଚାରି ପାଖ ଅବରୋଧ  କରାଯାଇଛି । ଫଳରେ  ବିରୋଧୀ ଧଳ ଆଗ ପରି ବାଚସ୍ପତିଙ୍କ ଟେବୁଲ ନିକଟକୁ ଯାଇପାରିବେ ନାହିଁ ଏବଂ ତାଙ୍କ ଉପରକୁ କାଗଜ ଚିରି ଫୋପାଡି ପାରିବେ ନାହିଁ । ତେବେ ଏହି ଉଦଘାଟନ ଉସବ ରେ ବିରୋଧୀ ଧଳମାନଙ୍କୁ ସାମିଲ ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥର ନିବେଦନ କରିଛନ୍ତି ।

ତାଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅନୁଷ୍ଟାନ ହେବାକୁ ଯାଉଥିବା ଏହି ନୂଆ ସଂସଦ ଭବନ ନୂତନ ଧାରଣ ଇତିହାସ ସୃଷ୍ଟି କରିବ ଏହା ବ୍ୟତୀତ 140 କୋଟି ଭାରତବାସୀଙ୍କ ଆତ୍ମସମ୍ମାନ ଓ ଆଗାମୀ ଭବିଷ୍ୟତର ନୂଆ ଆଲୋକଙ୍କ ଏକ ପ୍ରତୀକ ଅଟେ । ବିରୋଧୀ ନିଜର ନିଷ୍ପତିକୁ ଧରି ବସିଛନ୍ତି ଏବଂ ଇତିହାସ କେବେ ବି ଏହି ସରକାରକୁ କ୍ଷମା କରିବ ନାହିଁ କହି ରାଜନାଥଙ୍କ ପ୍ରସ୍ତାବ ଠୁକୁରାଇ ଛନ୍ତି ବିରୋଧୀ ଧଳ ।

ତେବେ ବିରୋଧୀ ଧଳ ପ୍ରଶ୍ନ କରୁଛନ୍ତି କି ନୂଆ ସଂସଦର ଉଦଘାଟନରେ ରାଷ୍ଟ୍ରପତି ଙ୍କ ବଦଳରେ ପ୍ରଧାନମନ୍ତ୍ରୀ କାହିଁକି ଉଦଘାଟନ କରୁଛନ୍ତି । ଏବେ ନୂଆ ରାଜଦଣ୍ଡ ବା ସେନେଗୋଳ କୁ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ସ୍ଥାପନ କରିବେ । ଖବର କୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *