Nuapada ରେ ପ୍ରକୃତିର ତାଣ୍ଡବ ! ଭୟଙ୍କର ପବନ ସାଙ୍ଗକୁ କୁଆପଥର ବୃଷ୍ଟି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଧ ରାତିରେ କାଳ ବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଛି । କାଳ ବୈଶାଖୀ ଯୋଗୁଁ ପାରଳାଖେମୁଣ୍ଡି ରେ ଅନେକ କାଳ ବୈଶାଖୀ ପ୍ରଭାବରେ ନୂଆପଡ଼ା ସିନାପାଲି ଅଞ୍ଚଳରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା । ଅତ୍ୟଧିକ ମାତ୍ରାରେ ବର୍ଷାରୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କୁଆପଥର ମାଡ଼ରେ ବେହାଲ ହୋଇ ପଡ଼ିଛନ୍ତି ଚାଷୀ । ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ ।

ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର ବର୍ଷା ହୋଇଥିଲା । ତେବେ ଏଥିରେ ଚାଷକାମ ବ୍ୟାପକ କ୍ଷତି ହୋଇଥିବା ଅନୁମାନ କରାଯାଉଛି । ସେପଟେ ରାଜ୍ୟରେ ବଜ୍ରପାତ ସହ ୨ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରା ଯାଇଥିଲା । ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କାଲି ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରା ଯାଇଛି । ତେବେ କାଳବୈଶାଖୀ ଯୋଗୁଁ ପାରଳାଖେମୁଣ୍ଡିରେ ଅନେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି । ଫଳରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ରାସ୍ତାରେ ମଧ୍ୟ ଏକ ୧୮ ଚକିଆ ଟ୍ରକ୍ ଫସି ରହିଛି । ଏହା ସହ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକ ରହିଛି ।

ସେପଟେ ବରଗଡ଼ରେ କାଳବୈଶାଖୀ ଯୋଗୁ ଓଲଟି ପଡ଼ିଲା ମାଛଧରା ଡଙ୍ଗା । ସ୍ୱାୀ-ସ୍ତ୍ରୀ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ଅଚାନକ ଝଡ଼ ପବନ ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ଏଥିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ପହଁରି ପହଁରି ଆସି ଗାଁ ଲୋକଙ୍କୁ ଖବର ଦେଇଥିଲେ । ତେବେ ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଛି । ୧୩ ଜିଲ୍ଲାରେ ୩୦ରୁ ୪୦ କିମି ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *