ନୂଆବର୍ଷ ୨୦୨୧ ରେ ସାବଧାନ, ଏହି ୩ ରାଶିରେ ଭୟଙ୍କର ବିପଦ- Jyotish Shastra

ବନ୍ଧୁଗଣ ବର୍ତ୍ତମାନ ନୂତନ ବର୍ଷ ୨୦୨୧ ପାଖେଇ ଆସୁଛି । ଏହି ବର୍ଷ କେତେ ନୂଆ ଆଶା କେତେ ନୂଆ ଭରସା ଆଣି ଆସୁଛି । ଜ୍ୟୋତିଷ ଙ୍କ ଅନୁସାରେ ଗ୍ରହ ମାନଙ୍କ ସ୍ଥିତି ଆଧାରରେ ହିଁ ବ୍ୟକ୍ତି ର ଜୀବନ ପରିଚାଳିତ ହୋଇଥାଏ । ତେଣୁ ଗ୍ରହ ମାନଙ୍କ ଶୁଭ ସ୍ଥିତି କାରଣରୁ ବ୍ୟକ୍ତି କୁ ସମସ୍ତ ପ୍ରକାରର ସୁଖ ସୁବିଧା ମିଳୁଥିବା ବେଳେ ଗ୍ରହ ମାନଙ୍କର ଅଶୁଭ ସ୍ଥିତି କାରଣରୁ ତାହାକୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଜ୍ୟୋତିଷଙ୍କ ଅନୁସାରେ ଏପରି ୩ ଟି ରାଶି ଅଛନ୍ତି ଯେଉଁ ମାନଙ୍କ ପାଇଁ ଏହି ନୂତନ ବର୍ଷ ଅଶୁଭ ରହିବାର ଅଛି । ଏମାନେ ଏହି ବର୍ଷ କିଛି ସମସ୍ୟାରେ ପଡି ପାରନ୍ତି । ଏମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ତେବେ ଚାଲନ୍ତୁ ଜାଣିବା ସେହି ୩ ଟି ରାଶି ବିଷୟରେ ।

କନ୍ୟା ରାଶି- ଆପଣଙ୍କର ମାନସିକ ଆଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯୋଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିବେ । ଶାରୀରିକ କଷ୍ଟ ଭୋଗିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ପରିବାରରେ କଳହ ସୃଷ୍ଟି ହୋଇପାରେ । ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ ।

ବହୁ ଦିନର ଅନୁସନ୍ଧାନରେ ବିଫଳ ହେବେ ,ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ । ବ୍ୟସ୍ଥତା ଭିତରେ ସମୟ କଟିପାରେ । ଗୃହ କ୍ଲେଶ ଦେଖା ଦେଇପାରେ । ଅଭାବ ଅନଟନରେ ଦିନ କଟିପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି କୌଣସି ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

କୁମ୍ଭ ରାଶି – ଅର୍ଥାଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କର୍ତ୍ତୁପକ୍ଷ ଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭବ କରିବେ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ମାନସିକ ଉଦ୍ବେଗ ବଢିଯିବ ।

କାର୍ଯ୍ୟରେ ଅବନତି ଘଟିବ ବିଶ୍ଵାସ ଘାତକତାର ସ୍ଵୀକାର ହୋଇ ପାରନ୍ତି । ନିଜର ଦେହ ଉପରେ କଷ୍ଟ ଅଛି । ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାନ ମନ୍ଦିରକୁ ଯାଇ ହନୁମାନ ଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ ।

ଧନୁ ରାଶି- ଏହି ରାଶିର ଲୋକଙ୍କ ପାଇଁ ଧନର ଅଭାବ ଦେଖା ଦେଇପାରେ । ଏହି ସମୟରେ ଆପଣ ଧନ ସମ୍ବନ୍ଧୀୟ କୌଣସି କାର୍ଯ୍ୟକୁ ବହୁତ ଭାବି ଚିନ୍ତି କରିବାର ଅଛି । ଆପଣଙ୍କ ରାଶିରେ ଏହି ସମୟରେ ଧନର କ୍ଷତି ହେବାର ସଙ୍କେତ ଅଛି । ଏହି ଧନହାନି ଆପଣଙ୍କୁ କୌଣସି ବି କ୍ଷତିରୁ ହୋଇପାରେ । ତା ସହିତ ଆପଣଙ୍କୁ ଆପଣଙ୍କ ମୂଲ୍ଯବାନ ବସ୍ତୁକୁ ଦାୟିତ୍ଵର ସହିତ ରଖିବାର ଆବଶ୍ୟକତା ରହିଛି । କାହିଁକି ନା ଆପଣଙ୍କର ହଜିବା ବା ଚୋରୀ ହେବାର ଯୋଗ ବନୁଛି । ଲୋକପ୍ରିୟତା ହ୍ରାସ ପାଇବ ।

ନିଜର ଆସ୍ଥା ହରାଇବେ । ଅର୍ଥାଭାବ ଅନୁଭବ କରି ପାରନ୍ତି । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଇକୁ ଖାଇବାକୁ ଦିଅନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *