Nita Ambani ଙ୍କ ଏମିତି କିଛି ଅଜବ ଗଜବ ସଉକ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ସବୁଠାରୁ ବଡ ବିଜନେସ ମ୍ୟାନ ମୁକେଶ ଅମବାନୀଙ୍କୁ ନିଶ୍ଚୟ ଜାଣିଥିବେ । ଦେଶର ବଡ ବଡ ବିଜନେସ ମ୍ୟାନଙ୍କ ମଧ୍ୟରେ ମୁକେଶ ଅମବାନୀ ରହିଛନ୍ତି । ମୁକେଶ ଅମବାନୀ ନିଜ ବିଜନେସ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ମୁକେଶ ଅମବାନୀଙ୍କ ପତ୍ନୀ ନିତା ଅମବାନୀଙ୍କ ବିଷୟରେ କହିବାକୁ ଯାଉଛୁ । ନିତା ଅମବାନୀଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି  । ତା ହେଲେ ଆସନ୍ତୁ ଜାଣିବା ନିତା ଅମବାନୀଙ୍କ ବିଷୟରେ ।

ଏବେ ଅବଶ୍ୟ ନିତା ଅମବାନୀ ଏକ ଲକ୍ସରି ଲାଇଫ ଷ୍ଟାଇଲରେ ବଞ୍ଚୁ ଛନ୍ତି ହେଲେ ଗୋଟେ ସମୟ ଏମିତି ଥିଲା ଯେବେ ନିତା ଏକ ସ୍କୁଲ ଶିକ୍ଷୟତ୍ରୀ ଥିଲେ । ହେଲେ ମୁକେଶଙ୍କ ସହ ବିବାହ କରିବା ପରେ ନିତାଙ୍କ ଜୀବନ ସଂପୂର୍ଣ୍ଣ ବଦଳି ଗଲା । ସେ ଆଜି ଏକ ରାଜକୀୟ ଢଙ୍ଗରେ ଜୀବନ ଅତିବାହିତ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ନିତା ଅମବାନୀଙ୍କ କିଛି ମହଙ୍ଗା ସଉକ ବିଷୟରେ କହିବାକୁ ଯାଉଛୁ ।

୧. ବନ୍ଧୁଗଣ ନିତା ଅମବାନୀଙ୍କ ପାଖରେ ପ୍ରାୟ ସମସ୍ତ ପ୍ରକାରର ମହଙ୍ଗା ଜିନିଷ ଅଛି । ସେଥିମଧ୍ୟରୁ ଗୋଟେ ହେଉଛି ତାଙ୍କ ଶାଢୀ । ନିତା ଅମବାନୀଙ୍କର ଏକ ଶାଢୀର ଦାମ ହେଉଛି ୪୦ ଲକ୍ଷ ଟଙ୍କା । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ନିତା ଅମବାନୀ ନିଜ ପୁଅ ଆକାଶ ଅମବାନୀର ବିବାହରେ ଏକ ଖାସ ଶାଢୀ ବନେଇ ଥିଲେ । ଏହି ଶାଢୀରେ ବହୁତ ମାତ୍ରାରେ ସୁନା ଓ ମୂଲ୍ୟ ବାନ ରତ୍ନରେ ତିଆରି ହୋଇଛି ।

୨. ବନ୍ଧୁଗଣ ନିତାଙ୍କ ପାଖରେ ବହୁତ ପ୍ରକାରର ଗହଣା ଅଛି । ସେହି ସବୁ ଗହଣା ଗୁଡିକର ଦାମ କୋଟି କୋଟି ଟଙ୍କା । ବହୁତ ଗୁଡିକେ ଗହଣା ଥାଇ ମଧ୍ୟ ନିତା ସବୁବେଳେ ଏକ ହୀରା ମୁଦି ପିନ୍ଧନ୍ତି । ଏହି ହୀରା ମୁଦିଟି ତାଙ୍କୁ ମୁକେଶ ଅମବାନୀ ଦେଇଥିଲେ । ଏହି ହୀରା ମୁଦିର ମୂଲ୍ୟ କେତେ ଟଙ୍କା ହୋଇଥିବ ତାହାର କୌଣସି ସୂଚନା ନାହିଁ । ହେଲେ ମୁକେଶ ଯେତେବେଳେ ନିତାଙ୍କ ପ୍ରପୋଜ କରିଥିଲେ ସେତେବେଳେ ଏହି ହୀରା ମୁଦିଟି ତାଙ୍କୁ ଦେଇଥିଲେ । ସେହି ସମୟରେ ଏହି ହୀରା ମୁଦିର ମୂଲ୍ୟ ୧୮୭୦୦ ଟଙ୍କା ଥିଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଚାହା । ସାଧାରଣତଃ ସମସ୍ତ ଲୋକ ନିଜ ଦିନର ଆରମ୍ଭ ଚାହାରୁ କରିଥାନ୍ତି । ସେହିପରି ନିତା ମଧ୍ୟ ଚାହାର ସଉକିନ ଅଟନ୍ତି । ହେଲେ ନିତା ଯେଉଁ ଚାହା ପିଅନ୍ତି ତାର ଦାମ ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ନିତା ଅମବାନୀ ନିଜ ଦିନର ଆରମ୍ଭ ଯେଉଁ ଚାହା ପିଇ କରନ୍ତି ତାର ଦାମ ହେଉଛି ୩ ଲକ୍ଷ ଟଙ୍କା । ନିତା ଅମବାନୀ ଯେଉଁ ଚାହା ପିଅନ୍ତି ସେହି ଚାହା ପତିର ମୂଲ୍ୟ ଅଧିକ ଥିବା ସହ ସେ ଯେଉଁ କପ୍ ରେ ଚାହା ପିଅନ୍ତି ତାହା ସୁନାର କପ୍ ଅଟେ ।

Leave a Reply

Your email address will not be published. Required fields are marked *