ରାତି ଅଧରେ ନିରଞ୍ଜନ ସେଲ କୁ ଆସୁଛି ମାନସର ଭୁତ…ନିରଞ୍ଜନ କହୁଛି ‘ମୁଁ ଏକା ଶୋଇବିନି ମୋତେ ସେ…

ନମସ୍କାର ବନ୍ଧୁଗଣ ତେବେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ଦିନକୁ ଦିନ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ତେବେ ବକେୟା ୧୦ ହଜାର ଟଙ୍କା ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ସମ୍ପୂର୍ଣ୍ଣ ୱେବପୋର୍ଟାଲର ଏକ କ୍ଷୁଦ୍ର ଭିଡିଓର ସୁଟିଂ ବାବଦରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଠାରୁ ମାନସ ୧୦ ହଜାର ଟଙ୍କା ପାଇବାର ଥିଲା ।

ଯେଉଁଥିପାଇଁ ମାନସ ଅଫିସ କମ୍ପ୍ୟୁଟରରୁ ଭିଡିଓ ନେଇ ଯାଇଥିଷଳ ଏବଂ ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି କ୍ରାଇମବ୍ୟାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ସେପଟେ କ୍ୟାମରୋମ୍ୟାନ ମାନସ ସ୍ୱାଇଁ ସମ୍ପୂର୍ଣ୍ଣ ୱେବ ପୋର୍ଟାଲରେ କାମ କରୁଥିବାବେଳେ ଗଲା ଜାନୁଆରୀ ୧୦ ତାରିଖ ପରଠାରୁ ସୁନ୍ଦରପଦା ଦୟାଲ ଆଶ୍ରମରେ ରହୁଥିଲେ ।

ଯେହେତୁ ମାନସଙ୍କର ଭୁବନେଶ୍ୱରରେ ଭଡ଼ା ଘର ନଥିଲା । ତେଣୁ ସେ ଆଶ୍ରମରେ ରହିଯାଉଥିଲେ । ଏହି ସମୟରେ ସମ୍ପୂର୍ଣ୍ଣ ୱେବପୋର୍ଟାଲ ପକ୍ଷରୁ ଏକ କ୍ଷୁଦ୍ର ଭିଡିଓ ରେକର୍ଡିଂ ଦାୟିତ୍ୱ ନେଇଥିଲେ ମାନସ । ରେକଡିଂ ବାବଦକୁ ୧୦ ହଜାର ଟଙ୍କା ବକେୟା ଥିଲା । ସେ ବକେୟା ବାରମ୍ବାର ମାଗିଥିଲେ ବି ଶର୍ମିଷ୍ଠା ଦେଇନଥିଲା । ତେବେ ସେହି ରାଗରେ ମାନସ ୱେବପୋର୍ଟାଲ ଅଫିସର ଏକ କମ୍ପୁଟରରୁ ପାଖାପାଖି ୬୦ଟି ଭିଡିଓ ଚୋରାଇ ନେଇ ନିଜ ପାଖରେ ଏକ ମେମୋରି କାର୍ଡରେ ରଖିଥିଲେ ।

ଅଫିସ କମ୍ପ୍ୟୁଟରରେ ସେହିସବୁ ଭିଡିଓ ଡିଲିଟ ହୋଇଯାଇଥିବା ଶର୍ମିଷ୍ଠା ଜାଣିପାରିଥିଲା । ଜାନୁଆରୀ ୩୦ ତାରିଖରେ ଶର୍ମିଷ୍ଠା ଓ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିରଞ୍ଜନ ସେଠୀ ପୋର୍ଟାଲ ଅଫିସକୁ ଡାକି ମାନସଙ୍କୁ ମେମୋରି କାର୍ଡରେ ଥିବା ଭିଡିଓ ମାଗିଥିଲେ । ମାତ୍ର ମେମୋରି କାଡ ନଦେବାରୁ ଅଫିସରେ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ। ତେବେ ପରେ ହତ୍ୟା କରି ଦେଇଥିଲେ।


ତେବେ ବର୍ତ୍ତମାନ ଏହି ଅଭିଯୁକ୍ତ ମାନେ ଜେଲ ଭିତରେ ଅଛନ୍ତି। ତେବେ ବର୍ତ୍ତମାନ କୁଆଡେ ନିରଞ୍ଜନ ଅଭିଯୋଗ କରିଛନ୍ତି କି ମାନସ ର ଭୂତ ତାଙ୍କୁ ରାତି ଠିକ ୨ଟା ରେ ଆସି ଡ଼ରାଉଛି ଏବଂ ତାଙ୍କୁ କହୁଛି କି ତୁ ମୋତେ ଯେମିତି ତଡପେଇ ତଡପେଇ ମାରିଥିଲୁ ମୁଁ ମଧ୍ୟ ତୋତେ ସେହି ଭଳି ମାରିବି। ତୁ ଏମିତି ଶୋଇ ରହିଥା ମୁଁ ତୋତେ ମାରିବି।

ତେବେ ଏହା ପରେ ନିରଞ୍ଜନ ଚିତ୍କାର କରି ଉଠି ଯାଉଛନ୍ତି ଏବଂ କହୁଛନ୍ତି ଏହି ଅନ୍ଧାର କୋଠରୀ ରେ ମୁଁ ଏକୁଟିଆ ଶୋଇବି ନାହିଁ କାହାକୁ ମୋ ସହ ରଖ ନ ହେଲେ ମୁଁ ମରିଯିବି ମୋତେ ମାନସ ମାରିଦେଵ। ତେବେ ଏହା କେତେ ଦୂର ସତ କେତେ ଦୂର ଅଭିନୟ ତାହା ନିରଞ୍ଜନ ବାବୁ ହିଁ ଜାଣିଥିବେ। ତେବେ ନିରଞ୍ଜନ ବାବୁ ଆହୁରି ମଧ୍ୟ କହିଛନ୍ତି କି ମୋତେ ମୋ ପ୍ରେମିକା ଶର୍ମିଷ୍ଠାଙ୍କ ପାଖରେ ରହିବାକୁ ଦିଅ । ଆମ ଦୁହିଁଙ୍କୁ ଏକା ସାଙ୍ଗରେ ଜେରା କର ।


ମୁଁ ଶର୍ମିଷ୍ଠା ବିନା ଜମା ରହି ପାରିବିନି । ମୋତେ କେବଳ ଶର୍ମିଷ୍ଠାଙ୍କ ସହିତ ରହିବାକୁ ଦିଅ ପ୍ଲିଜ୍ । ଏହି ଅନ୍ଧାରୀ ଘର ଭିତରେ ମୋ ସାଥୀ ବିନା ମୁଁ ଜମା ରହିପାରୁନି । ମୋର ଶର୍ମିଷ୍ଠା ଦରକାର । ତୁମେ ମାନେ ଶର୍ମିଷ୍ଠାକୁ ଯୁଆଡେ ନେଉଛ ନିଅ । ମୋତେ ମଧ୍ୟ ସେଠାକୁ ନେଇଯାଓ । ମୋତେ ଏକା କରି ଶର୍ମିଷ୍ଠାକୁ କୁଆଡେ ନିଅ ନାହିଁ ନହେଲେ ମୁଁ ପାଗଳ ହେଇଯିବି । ପାଗଳ ହେଇଯିବି ମୁଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *