ନିଖୋଜ ବୃଦ୍ଧ ଓ ଡ଼ମପଡା ଅରଣ୍ୟର ଅଜଗର ! ଦେଖନ୍ତୁ କଣ ଅଟେ ପ୍ରକୃତ ସତ ?

ନମସ୍କାର ବନ୍ଧୁଗଣ ତେବେ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ଗତ ରବିବାର ଦିନ ଜଣେ ଲୁଗା ବିକାଳି ଲୁଗା ବିକ୍ରି କରିବାକୁ ଯାଇଥିଲେ ଆଜିକୁ ତିନି ଦିନ ବୀତିଲାଣି ହେଲେ ସେ ଘରକୁ ଫେରି ନାହାନ୍ତି । ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ସାନ ମୁଣ୍ଡଳି ଗାଁର ନନ୍ଦକିଶୋର ବେହେରା । ତେବେ ନନ୍ଦଙ୍କ ବୟସ ହେଉଛି ୭୫ ବର୍ଷ । କୁହା ଯାଉଛି ସେ ଘରୁ ବାହାରି ଲୁଗା ବିକ୍ରି କରିବା ପାଇଁ ଚନ୍ଦକା ଡମପଡା ଅଭ୍ୟାରଣ ଭିତରେ ଥିବା ।


ତେବେ ପିଠା ଖିଆ, ଦାହାଣୀ ଗାଡିଆ, ବେହେଣ୍ଡା ସାହି, ନୂଆ ଖୁଅ ଓ ଢୋଲ କାଠ ଆଧି ଅଞ୍ଚଳକୁ ସେ ରବିବାର ଦିନ ଲୁଗା ବିକ୍ରି କରିବାକୁ ଯାଇଥିଲେ । ହେଲେ ଏମିତି କଣ ହେଲା ସେ ଘରକୁ ଫେରିଲେ ନାହିଁ ଏହା ପରେ ଘର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ । ବହୁତ ଖୋଜା ଖୋଜି କରିବା ପରେ ତାଙ୍କ ପରିବାର ଲୋକ ଥାନାକୁ ଯାଇଥିଲେ ଏବଂ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

ତେବେ ଲୁଗା ବିକ୍ରି କରିବା ପାଇଁ ଘରର ମୁଖିଆ ଯାଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ତାହା ତାଙ୍କର ଅଭିଯୋଗ ଥିଲା । ତେବେ ଚନ୍ଦକା ଡମପଡା ଅଭ୍ୟାରଣ ଭିତରେ ଥିବା ବେଙ୍ଗପାଣି ଘାଟିରେ ତାଙ୍କ ଲୁନା, ଲୁଗାପଟା ଆଉ ଚପଲ ଆଦି ପୋଲିସ ପାଇଥିଲେ ହେଲେ ନନ୍ଦଙ୍କୁ ପାଇ ନଥିଲେ । ଥାନା ଅଧିକାରୀ ଆଉ ବନାଞ୍ଚଳ ଅଧିକାରୀ ଜଙ୍ଗଲକୁ ଯାଇ ତାଙ୍କୁ ଖୋଜା ଖୋଜି କରିଥିଲେ ହେଲେ ସେମାନଙ୍କୁ ମଧ୍ୟ ନିରାଶ ହେବା ପାଇଁ ପଡିଛି ।

ତେବେ ନନ୍ଦଙ୍କର ଏ ପର୍ଯ୍ୟନ୍ତ କୌଣସି ପତା ମିଳିନାହିଁ ଆଉ ସେପଟେ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରୁଛନ୍ତି ହେଲେ ତାଙ୍କର ପତା ଏ ଯାଏଁ ମିଳି ପାରି ନାହିଁ । ତେବେ ଗତ କାଲି ପୋଲିସ ସନ୍ଧାନୀ କୁକୁରଙ୍କ ସହାୟତାରେ ଏକ ଅଜଗର ପାଖକୁ ଯାଇଥିଲା । କୁକୁର ମାନେ ସନ୍ଧାନ କରି କରି ଅଜଗର ପାଖକୁ ଯାଇଥିଲେ ଆଉ ଅଜଗର ସାପର ପେଟ ଯେଉଁ ଭଳି ଫୁଲିଛି ତାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।


ତେବେ ସାପଟି ପାଖାପାଖି ୧୨ ରୁ ୧୪ ଫୁଟର ଥିବା ବେଳେ ଏବେ ବନବିଭାଗ ସାପଟି କଣ ଖାଇଛି ତାକୁ ନେଇ ତଦନ୍ତ କରୁଛନ୍ତି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *