ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ହିରୋଇନ Kaberi Padhi, ‘ପ୍ରଥମ ଥର ସେ ମୋ ଅଭିନୟ ଦେଖି ହେଇ ଯାଇଥିଲେ ଦିବାନା ଓ କରି ବସିଥିଲେ ଏମିତି କାମ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ କାବେରୀ ପାଢିଙ୍କୁ ନିଶ୍ଚୟ ଜାଣିଥିବେ  । ଶହେ ମାନସିକ କରି ସେ ସାଜନ୍ତି ଅର୍ଦ୍ଧାଙ୍ଗିନୀ ତ ପୁଣି ରଙ୍ଗବତୀ ହୋଇ ରୁସନ୍ତି ବି । ବେଳ ବୁ-ଡିଗଲେ ସେ ନିଜ ବେବିନା ହୋଇ କାନ୍ଦନ୍ତି ଆଉ କନ୍ଦାନ୍ତି ଆଖ ପାଖରେ ଘେରିଥିବା ଲୋକ ମାନଙ୍କୁ । ତାଙ୍କ ଶେଷ ଠିକଣା ସ୍ଵର୍ଗଦ୍ଵାର, ଅଥଚ ତାଙ୍କୁ ଛୁଇଁଲେ ପା-ପ ହେଲେ ତାଙ୍କୁ ଭୁଲି ହୁଏନା କାରଣ ସେ ମଧୁମାଳତି । ବନ୍ଧୁଗଣ ଏ ହେଉଛନ୍ତି କାବେରୀ ପାଢି ଯାହାଙ୍କର ଜୀବନ ଓ ପ୍ରେମ କୌଣସି କାହାଣୀ ଠାରୁ କମ ନୁହେଁ ।

ପ୍ରେମ ତାଙ୍କ ପାଇଁ ନିଆରା ଅନୁଭବ । ଆକାଶରୁ ଖସି ଥିବା ଚାନ୍ଦଙ୍କୁ ଧରି ସେ ଧରଣୀ ଛାତିରେ ସଂସାର ଗଢି ଛନ୍ତି । ଯାତ୍ରାରେ କାବେରୀଙ୍କୁ ଦେଖି ରାତି ରାତି ଅନିଦ୍ରା ହୁଅନ୍ତି ତାଙ୍କ ପ୍ରେମିକ ପ୍ରବର । ଫିଲ୍ମ ଭଳି ମଞ୍ଚ ନାୟିକାଙ୍କୁ ନେଇ ଗଢନ୍ତି ସ୍ଵପ୍ନର ତାଜମହଲ । ଅନୁଗୁଳ ଦୂର୍ଗା ପୂଜା ପଡିଆରେ ଖେଳୁ ଥିଲା ଗୌରି କଣନାଟ୍ଯ । ସାଙ୍ଗ ମାନଙ୍କ ସହ ଯାତ୍ରା ଦେଖିବାକୁ ଆସିଥିଲେ ସୁଶାନ୍ତ ପାଢି ।

ମଞ୍ଚକୁ ଆସିବା ମାତ୍ରେ ହିଁ କାବେରୀ ସୁଶାନ୍ତଙ୍କୁ ଦିବାନା କରିଦେଲେ । ସେହି ପ୍ରଥମ ଦେଖାରୁ ମନ ରହିଯାଇଥିଲା ତାଙ୍କରି ପାଖରେ  । ଯାତ୍ରା ସରିଲା ଯାତ୍ରା ପାର୍ଟି ଚାଲିଗଲେ ହେଲେ ସୁଶାନ୍ତଙ୍କ ମନରେ କାବେରୀ ସବୁଦିନ ପାଇଁ ରହିଗଲେ । ଏହା ପରେ ସୁଶାନ୍ତ ଗୌରି ଗଣନାଟ୍ଯର ଅନେକ ଯାତ୍ରା ଦେଖିବାକୁ ଆସିଲେ ହେଲେ କାବେରୀ ନଥିବା ସେ ଆଉ ଯାତ୍ରା ଦେଖିଲେ ନାହିଁ ।

ଏହା ପରେ ଏମିତି ଚାରି ବର୍ଷ ଚାଲିଗଲା ଓ ପଞ୍ଚମ ବର୍ଷରେ ସେହି ଅନୁଗୁଳ ଦୂର୍ଗା ପଡିଆରେ ଆସିଥିଲା ଶିବାନୀ ଗଣନାଟ୍ୟ । ଗୌରି ଛାଡି ଶିବାନୀ ସହ ଆସିଥିଲେ ସୁଶାନ୍ତଙ୍କ ମନର ପ୍ରେମିକା । ଏହା ପରେ ସୁଶାନ୍ତ କାବେରୀଙ୍କୁ ଭେଟିମା ପାଇଁ ବହୁତ ଉଦ୍ୟମ କରି ସଫଳ ହୋଇଥିଲେ । ଯାତ୍ରା ଜଗତର ବରିଷ୍ଠ କଳାକାର ଗୌରାଙ୍ଗ ସେନାପତିଙ୍କ ମଧ୍ୟରେ କାବେରୀଙ୍କ ସହ ସାକ୍ଷାତ କରିଲେ ସୁଶାନ୍ତ ।

ସୁଶାନ୍ତ କାବେରୀଙ୍କ ପାଇଁ ଏକ ଚକିଲେଟ ବକ୍ସ, ଫୋନ ନମ୍ବର ଓ ଏକ ପ୍ରେମୀ ଯୁଗଳଙ୍କ ପ୍ରତି ମୂର୍ତ୍ତି ନେଇ ଯାଇଥିଲେ । ଏହା ପରେ ଦୁଇଜଣ ପରସ୍ପର ସହ କଥା ହୋଇଥିଲେ । ଯେତେବେଳେ ଯାତ୍ରା ସାରିଲା ସେତେବେଳେ ସୁଶାନ୍ତ କାବେରୀଙ୍କୁ ଦେଖି କାନ୍ଦି ପକାଇଲେ । ଏହା ପରେ ସେମାନେ ଫୋନରେ କଥା ହେଲେ ଓ ପରସ୍ପରକୁ ପ୍ରେମ କରିଲେ । ନିଜ ଘର ଲୋକଙ୍କୁ ନଜଣାଇ କାବେରୀଙ୍କ ପାଖକୁ ଚାଲି ଆସିଥିଲେ ସୁଶାନ୍ତ ।

ସ୍ଵର୍ଗରୁ ତିଆରି ହୋଇ ଆସିଥିବା ଏହି ଯୋଡିକୁ ଭା-ଙ୍ଗି-ବା ପାଇଁ ଉଭୟଙ୍କ ପରିବାର ବହୁତ ଚେଷ୍ଟା କରିଥିଲେ ହେଲେ ସଫଳ ହେଲେ ନାହିଁ । ଏହା ପରେ ଦୁଇଜଣ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ଏକ କୁନି ଝିଅ ଅଛନ୍ତି । ଗତ ଦୁଇ ବର୍ଷ ହେବ କାବେରୀ ସ୍ଵର୍ଣ୍ଣ ମହଲରେ ଅଛନ୍ତି ଓ ତାଙ୍କ ସ୍ଵାମୀ ଏହି ପାର୍ଟିର ମ୍ୟାନେଜର ଅଛନ୍ତି । ବର୍ତ୍ତମାନ ସେମାନେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *