ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ନିଜର ଗୁପ୍ତ ରହସ୍ୟ- Jyotish Shastra

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର କିଛି ବିଶେଷ ଗୁଣ ଏବଂ କିଛି ଦୁର୍ବଳତା ମଧ୍ୟ ରହିଥାଏ । ଯିଏ ଯେତେବି ଦୁର୍ବଳ ହେଉ କିମ୍ବା ସବଳ ହେଉ ତାହାର କିଛି ନା କିଛି ଦୁର୍ବଳ ନିଶ୍ଚିତ ରହିଥାଏ । ସବୁ ବ୍ୟକ୍ତି ଙ୍କ ଭିତରେ କିଛି ରହସ୍ୟ ଲୁଚି ରହିଥାଏ ଯାହାକି ସେ କାହାକୁ ବି କହି ନ ଥାଆନ୍ତି । କିନ୍ତୁ ରାଶି ସହିତ ମନୁଷ୍ୟ ର ସ୍ଵଭାଵ ଯୋଡି ହୋଇ ରହିଥାଏ ଏବଂ ସେହି ଆଧାର ଅନୁସାରେ ଆପଣ ସେହି ବ୍ୟକ୍ତି ର ସ୍ଵଭାଵ ଏବଂ ରହସ୍ୟ ବିଷୟରେ ଜାଣି ପାରି ଥାଆନ୍ତି । ତେବେ ଆସନ୍ତୁ ରାଶି ଅନୁସାରେ ବ୍ୟକ୍ତି ର ସ୍ଵଭାଵ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ର ବ୍ୟକ୍ତି ମାନେ କେବେବି ଖାଲି ବସି ପାରିବେ ନାହିଁ । ସେମାନେ ସର୍ଵଦା କିଛି ନା କିଛି କାର୍ଯ୍ୟ କରିଥାନ୍ତି । ସେମାନଙ୍କ ଭିତରେ କଣ କଥା ଚାଲୁଛି ସେ ବିଷୟରେ ଜାଣିବା ବହୁତ କଷ୍ଟକର । ସେମାନେ ବହୁତ ଭଲ ଭାବରେ ଛଳନା କରି ପାରନ୍ତି । ସେମାନେ କେବେବି ନିଜର କାର୍ଯ୍ୟ କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ଏବଂ ଏମାନେ ବହୁତ ଶୀଘ୍ର ସଫଳତା ମଧ୍ୟ ହାସଲ କରିଥାନ୍ତି ।

୨- ଦ୍ଵିତୀୟ ରାଶି ହେଉଛି ବୃଷ ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜର କୌଣସି ବି ସମ୍ପର୍କ କୁ ନେଇ ଭୟବିତ ରହିଥାନ୍ତି ଏବଂ ନିଜର ଜୀଵନ ସାଥୀ କୁ ଖୁସି କରିବା ପାଇଁ ଏମାନେ ବହୁତ ଚେଷ୍ଟା କରିଥାନ୍ତି । ସେମାନେ ନିଜର ଡର କୁ ଏଭଳି ଭାବେ ଲୁଚାଇ ରଖନ୍ତି କି କେହି ବି ଜାଣି ପାରନ୍ତି ନାହିଁ ।

୩- ତୃତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜର ଚାକିରୀ କ୍ଷେତ୍ରରେ କେବେବି ସନ୍ତୁଷ୍ଟ ନଥାନ୍ତି । ସେମାନଂକୁ ଏହା ପସନ୍ଦ ନୁହେଁ କିନ୍ତୁ ସେମାନେ କେବେବି କାହା ଆଗରେ ଏହା ପ୍ରକାଶ କରନ୍ତି ନାହିଁ ଏବଂ ଲୋକମାନେ ମଧ୍ୟ କେବେବି ଏହା ଜାଣି ପାରନ୍ତି ନାହିଁ ।

୪- ଚତୁର୍ଥ ରାଶି ହେଉଛି କର୍କଟ ରାଶି । ଏହି ରାଶି ର ବ୍ୟକ୍ତି ମାନେ କୌଣସି ବି କଥାକୁ ବହୁତ ବ୍ୟକ୍ତିଗତ ଭାବେ ଗ୍ରହଣ କରିଥାନ୍ତି । ସେମାନେ ଏଭଳି ଅଭିନୟ କରିଥାନ୍ତି କି ସେମାନଂକୁ ଖରାପ ଲାଗି ନାହିଁ କିନ୍ତୁ ନିଜ ମନରେ ସେ ସେହି କଥାକୁ ଲୁଚାଇ ରଖିଥାନ୍ତି । କିନ୍ତୁ କେହି ବି ସେ ବିଷୟରେ କିଛି ଜାଣି ପାରନ୍ତି ନାହିଁ ।

୫- ପଞ୍ଚମ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନେ ସମସ୍ତ ଙ୍କ ସାମ୍ନାରେ ସବୁବେଳେ ଖୁସି ଏବଂ ଆତ୍ମନିର୍ଭରଶୀଳ ବୋଲି ଦେଖାଇ ହୁଅନ୍ତି କିନ୍ତୁ ସେମାନେ ଏହା ନଥାନ୍ତି ।

୬- ଷଷ୍ଠ ରାଶି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ସର୍ଵଦା ନିଜକୁ ହିଁ ନିଜ ଭିତରେ ସୀମିତ ରଖିଥାନ୍ତି । କିନ୍ତୁ ସେମାନେ ଏହା ମଧ୍ୟ ଜାଣିଥାନ୍ତି କି ଏହା କରିବା ଠିକ ନୁହେଁ କିନ୍ତୁ ସେହି କଥାକୁ ସେ ଭଲ ଭାବରେ ସ୍ୱୀକାର କରି ପାରନ୍ତି ନାହିଁ ।

୭- ସପ୍ତମ ରାଶି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ଅଳସୁଆ ଥାଆନ୍ତି କିନ୍ତୁ ସେମାନେ ନିଜର ଏହି ଗୁଣ କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ।

୮- ଅଷ୍ଟମ ରାଶି ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନେ ସର୍ଵଦା ଏହା ଅଭିନୟ କରନ୍ତି କି ସେମାନେ କାହା ଉପରେ କୌଣସି ପ୍ରକାରର କିଛି ଆଶା ରଖନ୍ତି ନାହିଁ କିନ୍ତୁ ଏଭଳି ହୋଇ ନଥାଏ ।

୯- ନବମ ରାଶି ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନେ କାହାକୁ ବି ସହଜରେ କଥା ଦିଅନ୍ତି ନାହିଁ । କୌଣସି ବି ଶପଥ ଠାରୁ ସେ ନିଜକୁ ଦୂରେଇ ରଖିଥାନ୍ତି ।

୧୦- ଦଶମ ରାଶି ହେଉଛି ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ସର୍ଵଦା ସମସ୍ତଙ୍କୁ ଏହା ଦେଖାନ୍ତି କି ସେମାନେ ସମସ୍ତ ଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଭରସା କରୁଛନ୍ତି କିନ୍ତୁ ଏହା ହୋଇ ନଥାଏ ।

୧୧- ଏକାଦଶ ରାଶି ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଲୋକ ମାନଙ୍କ ସହ ମିଶିବା ଏବଂ ଅଧିକ ମିତ୍ର କରିବା ପସନ୍ଦ କରିଥାନ୍ତି । କିନ୍ତୁ ସେ ସେମାନଙ୍କ ଠାରୁ ପାଉଥିବା ନିରାଶ କୁ ସର୍ଵଦା ଲୁଚାଇ ରଖିଥାନ୍ତି ।

୧୨- ଦ୍ୱାଦଶ ରାଶି ହେଉଛି ମୀନ ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ଭାବୁକ ହୋଉ ଥାଆନ୍ତି । କିନ୍ତୁ ସେମାନେ ନିଜର ଏହି ଗୁଣ କି କେବେବି କାହା ଆଗରେ ପ୍ରକାଶ କରନ୍ତି ନାହିଁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *