ନିଜ ନାତିର ଜନ୍ମଦିନରେ କୋଟି କୋଟି ଟଙ୍କା ଏମିତି ଉଡେଇ ଦେଲେ Mukesh Ambani, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ମାଲିକ ମୁକେଶ ଅମ୍ବାନୀ ଗତ କାଲି ଅର୍ଥାତ୍ ଡିସେମ୍ବର ୧୦ ତାରିଖରେ ନିଜ ନାତିର ପ୍ରଥମ ଜନ୍ମଦିନ ଚମତ୍କାର ଭାବରେ ପାଳନ କଲେ । ତେବେ କୋଟିପତି ବିଜନେସ ମ୍ୟାନ ମୁକେଶ ଅମ୍ବାନୀ ନାତିର ଜନ୍ମଦିନକୁ ନେଇ ବିଶେଷ ପ୍ରସ୍ତୁତି କରିଥିଲେ । ଆକାଶ ଅମ୍ବାନୀ ଏବଂ ସ୍ଲୋକା ଅମ୍ବାନୀଙ୍କ ପୁଅ ପୃଥ୍ବୀ ଆକାଶ ଅମ୍ବାନୀଙ୍କୁ ଗତକାଲି ଏକବର୍ଷ ହେଲା ।

ଏପରି ଅବସରରେ ମୁକେଶ ଅମ୍ବାନୀ ନାତିର ଜନ୍ମଦିନକୁ ନେଇ ନିଜର ଜାମନଗରରେ ଅବସ୍ଥିତ ଫାର୍ମ ହାଉସ ରେ ଗ୍ରାଣ୍ଡ ସେଲିବ୍ରେଶନ ଆୟୋଜନ କଲେ ଏବଂ ଏହି ଅବସରରେ ଅନେକ ଜଣାଶୁଣା ସେଲିବ୍ରେଟି ମଧ୍ୟ ଯୋଗଦାନ ଦେଇଥିଲେ । ସେହିପରି ଏହି ଜନ୍ମଦିନରେ ଯେଉଁ ବିଶେଷ କଥା ରହିଛି , ତାହା ହେଉଛି ଗରିବ ମାନଙ୍କୁ ଖାଇବାକୁ ଦେବା ଏବଂ ଅନାଥ ଆଶ୍ରମରେ ଦାନ କରିବା ଏବଂ ବିଦେଶରୁ ଖେଳନା ମଗାଇବା ।

ତେବେ ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାତି ପୃଥ୍ୱୀଙ୍କ ଜନ୍ମଦିନ ଗତକାଲି ଜାମନଗରର ରିଶୋର୍ଟରେ ପାଳନ କରାଗଲା ଏବଂ ଆକାଶ ଓ ସ୍ଲୋକା ନିଜ ପୁଅର ଜନ୍ମଦିନ ପାଇଁ ସୁନ୍ଦର ପ୍ରସ୍ତୁତି କରିଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଜନ୍ମଦିନରେ ଏକ ଶହ ବ୍ରାହ୍ମଣ ପୃଥ୍ବୀ ଙ୍କୁ ଆଶୀର୍ବାଦ ଦେବାପାଇଁ ଆସିଥିଲେ । ସେହିପରି ପୃଥ୍ବୀ ଙ୍କ ପାଇଁ ମୁମ୍ବାଇରୁ କେକ ମଗାଯାଇଥିଲା ।


ଇଟାଲୀ ଏବଂ ଥାଇଲ୍ୟାଣ୍ଡ ର ସେଫ୍ ଲଲିଜ୍ ବ୍ୟଞ୍ଜନ ତିଆରି କରିବାପାଇଁ ଡକାଯାଇଥିଲା । ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ସ୍ଲୋକା ନିଜ ଗେହ୍ଲା ପୁଅ ପାଇଁ ନିଦରଲ୍ୟାଣ୍ଡରୁ ଖେଳନା ମଗାଇ ଥିଲେ । ତେବେ ଅମ୍ବାନୀ ପରିବାର ପୃଥ୍ବୀଙ୍କ ପ୍ରଥମ ଜନ୍ମଦିନ ଅବସରରେ ଆଖପାଖ ଗାଁରେ ୫୦,୦୦୦ ଗ୍ରାମବାସୀଙ୍କୁ ଖାଦ୍ୟ ଖୁଆଇବା ପାଇଁ ଯୋଜନା କରିଥିଲେ ଏବଂ ସେମାନେ ଏହି ଅବସରରେ ଅନାଥ ଆଶ୍ରମରେ ଦାନ କରିବା ଏବଂ ଦେଶର ୧୫୦ଟି ଅନାଥ ଆଶ୍ରମରେ ଛୋଟ ସମାରୋହ ଆୟୋଜିତ କରିବାର ଯୋଜନା ମଧ୍ୟ କରିଥିଲେ ।

ତେବେ ଏହି ପାର୍ଟି ରେ ବଲିଉଡ଼ ର ଅନେକ ମହାନ କଳାକାର ଯୋଗଦାନ କରିଥିଲେ ସେମାନେ ବାର୍ଥଡେ ବୟ ଙ୍କୁ ମହଙ୍ଗା ମହଙ୍ଗା ଉପହାର ଭେଟି ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ମହଙ୍ଗା ରିଟର୍ଣ୍ଣି ଗିଫ୍ଟ ମଧ୍ୟ ମିଳିଥିଲା । ତେବେ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ନିଜ ପୁଆର ନାଁ ପୃଥ୍ବୀ ଏବଂ ପୂରା ନାଁ ରହିଛି ପୃଥ୍ବୀ ଆକାଶ ଅମ୍ବାନୀ ତେବେ ନାତିର ନାଁ ମୁକେଶ ଅମ୍ବାନୀ ପୃଥ୍ବୀ କାହିଁକି ରଖିଲେ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।


ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ସୋସିିଆଲ ମିଡିଆରେ କିଛି ଲୋକଙ୍କ ମୁତାବକ ଆକାଶ ଜନ୍ମ ହେବା ସମୟରେ ମୁକେଶ ଅମ୍ବାନୀ ବିମାନରେ ମଝି ଆକାଶରେ ଯାତ୍ରା କରୁଥିଲେ । ସେଥିପାଇଁ ସେ ତାଙ୍କ ପୁଅର ନାଁ ଆକାଶ ରଖିଥିଲେ । କିନ୍ତୁ ଆକାଶଙ୍କ ପୁଅ ଜନ୍ମ ହେବା ସମୟରେ ସେ ପୃଥିବୀ ଉପରେ ଥିବାରୁ ନିଜର ନାତି ନାଁ ପୃଥ୍ବୀ ରଖିଛନ୍ତି । ତେବେ ପୃଥ୍ବୀ ନାଁ କ’ଣ ପାଇଁ ରଖାଗଲା ଏ ନେଇ ଅମ୍ବାନୀ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *