“ମୁଁ କୁଆଡ଼େ ପଳାଇ ଯାଇନି କି ଫେରାର ହୋଇନି ! ତପସ୍ୱିନୀ ମୋତେ ବରବାଦ୍ କରିଦେଲେଣି” ନିଜ ମତ ରଖିଲେ Sumit, ଅଡିଓ କ୍ଲିପ ହେଉଛି ଭାଇରାଲ

ବନ୍ଧୁଗଣ, ନିକଟରେ ଘଟିଥିବା ଘଟନା ତପସ୍ଵିନୀ ଏବଂ ସୁମିତ ଙ୍କ ସମ୍ବନ୍ଧରେ ଆପଣ ଜାଣିଥିବେ । ବର୍ତ୍ତମାନ ବ୍ରହ୍ମପୁରର ତପସ୍ଵିନୀ ଏବଂ ଡାକ୍ତର ସୁମିତଙ୍କ ବିବାଦ ମାମଲାରେ ବଡ ଟ୍ଵିଷ୍ଟ ଏବଂ ନାଟକୀୟ ମୋଡ ସାମ୍ନା କୁ ଆସିଅଛି । ତପସ୍ଵିନୀ ମତେ ବର୍ବାଦ କରିଦେଲେଣି ଏବଂ କରିଚାଲିଛନ୍ତି । ଏହିକଥା କହିଛନ୍ତି ତାଙ୍କର ଡାକ୍ତର ସ୍ଵାମୀ ସୁମିତ । ଡାକ୍ତର ସୁମିତ ଏତେ ଦିନ ପରେ ଆଜି ସାମ୍ନା କୁ ଆସିଛନ୍ତି ଏକ ଅଡିଓ ମେସେଜ ଜରିଆରେ ଏବଂ ସେ ଏହି କଥା କହିଛନ୍ତି ଯେ ପାରିବାରିକ ବିବାଦରେ ନାଟକୀୟ ମୋଡ ସାମ୍ନା କୁ ଆସିଛି ।

ଏବଂ ସେ କହିଛନ୍ତି ଯେ ମୁଁ ମାନସିକ ଏବଂ ଶାରୀରିକ ଭାବରେ ସଂପୂର୍ଣ୍ଣ ଅସୁସ୍ଥ ହୋଇ ସାରିଛି । ମୁଁ କୁଆଡେ ପଳାଇବି ? ଯେଉଁ ଅଭିଯୋଗ ତପସ୍ଵିନୀ ଙ୍କ ତରଫରୁ କରାଯାଉଅଛି । ଏହି ଅଭିଯୋଗ କୁ ଆଧାର କରି ଡାକ୍ତର ସୁମିତ ବର୍ତ୍ତମାନ ଏହି କଥା କହୁଅଛନ୍ତି । ସେ କହିଛନ୍ତି ଯେ ମୁଁ କୁଆଡେ ଯାଇନାହିଁ ମୁଁ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ହୋଇ ସାରିଛି । ଆଜି ଅଡିଓ ରିଲିଜ କରି ଡାକ୍ତର ସ୍ଵାମୀ ସୁମିତ ଏହି କଥା ଜନ ସାଧାରଣ ଙ୍କ ସମୁଖରେ ଆଣିଛନ୍ତି ।

ସୁମିତ ଙ୍କ କହିବା ଅନୁଯାୟୀ ତପସ୍ଵିନୀ ପବ୍ଲିସିଟି ପାଇବା ନିମନ୍ତେ ଏଭଳି ନାଟକୀୟ ମୋଡ ରଚିଛନ୍ତି । ନିଜର ମନ କଥା କୁ ସୁମିତ ବର୍ତ୍ତମାନ ଖୋଲିକି କହିଛନ୍ତି । ସୁମିତ କଣ କହିଛନ୍ତି ଆସନ୍ତୁ ବିସ୍ତାର ରୂପରେ ଜାଣିନେବା । ଡାକ୍ତର ସୁମିତା କହିଛନ୍ତି,- ” ନମସ୍କାର ମୁଁ ଡାକ୍ତର ସୁମିତ କୁମାର ସାହୁ, ମୁଁ ଶାରୀରିକ ଏବଂ ମାନସିକ ଭାବରେ ସଂପୂର୍ଣ୍ଣ ଅସୁସ୍ଥ । ଅନ୍ୟ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ମୁଁ ସଂପୂର୍ଣ୍ଣ ରେଷ୍ଟ ରେ ଅଛି । ମୁଁ ମୋର ପ୍ରୋପୋର ଅଥରିଡିସ କୁ ଜଣାଇ ଅଛି ।

ତପସ୍ଵିନୀ କହିଥିବା କିଡନାପ ହେଇଛନ୍ତି ତଥା ମିଶିଙ୍ଗ ଅଛନ୍ତି, ଏହିସବୁ ଫଲ୍ସ ଇଲିଗେସନ । ମୋ ଉପରେ ତଥା ମୋ ଫ୍ୟାମିଲି ଉପରେ ମଧ୍ୟ ଫଲ୍ସ ଇଲିଗେସନ ଲଗା ହେଉଛି । ଏହିସବୁ ମୋର ମେଣ୍ଟାଲ ଷ୍ଟ୍ରେସ କୁ ଆହୁରି ବଢାଉଛି । ମୋର ଅସୁସସ୍ଥା ମଧ୍ୟରେ ମୁଁ ନିଜ ସାଙ୍ଗ ତଥା ରିଲେଟିଭ ଙ୍କୁ କହି ଘର ମଧ୍ୟ ଖୋଜା ଚାଲିଛି ।

ଆଶା କରୁଛି ଶୀଘ୍ର ମିଳିବ ବୋଲି । ମୁଁ ଯାହା ମଧ୍ୟ ଏଲିଗେସନ ଶୁଣିବାକୁ ପାଉଛି ସବୁ ଫଲ୍ସ ଅଟେ” । ଏହିଭଳି କହିଛନ୍ତି ଡାକ୍ତର ସୁମିତ । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଅସୁସ୍ଥ ତେବେ ନିଜ ସ୍ତ୍ରୀ କୁ ନ ଜଣାଇ ଥାନା ପାଖରୁ ଫେରାର ହେଲେ କଣ ପାଇଁ ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଆଡୁଆ ସାଜିଛି । ମାତ୍ର ତପସ୍ଵିନୀ ଙ୍କୁ ନ୍ୟାୟ କେବେ ମିଳୁଛି ତାହା ଅପେକ୍ଷାରେ ଓଡିଶାବାସୀ ? ବନ୍ଧୁଗଣ ଏହି ବିବାଦ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *