ନିଜ ଛୁଆକୁ ବଞ୍ଚେଇବା ପାଇଁ ଦେଖନ୍ତୁ କେମିତି ସଂଘର୍ଷ କରୁଛି ମା’ ହାତୀ, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ମଣିଷ ନିଜ ସୁଖ ସୁବିଧା ପାଇଁ ଜଙ୍ଗଲ ଆଦି କୁ ନଷ୍ଟ କରି ସେଠାରେ ବାସ କରୁଛି କିମ୍ବା ନିଜ ସୁଖ ସୁବିଧା ପାଇଁ ଅନେକ କାରଖାନା ସ୍ଥାପନ ମଧ୍ୟ କରୁଛି । ତେବେ ମଣିଷ ର ଏହି ଭୁଲ ର ପରିଣାମ ଜଙ୍ଗଲ ଭିତରେ ଥିବା ପଶୁ ପକ୍ଷୀ ମାନଂକୁ ଭୋଗିବାକୁ ପଡୁଛି । ସେମାନେ ବାସ ହରା ହୋଇ ଯାଉଛନ୍ତି ଏବଂ ଖାଦ୍ୟ ମଧ୍ୟ ପାଉ ନାହାଁନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ସହର କୁ କିମ୍ବା ଜଙ୍ଗଲ ବାହାରକୁ ଆସି ଯାଉଛନ୍ତି ।

ସେମାନେ କାହାକୁ କ୍ଷତି ପହଞ୍ଚାଇବା ପାଇଁ ଆସନ୍ତି ନାହିଁ ବରଂ ନିଜ ଭୋକ କୁ ମେଣ୍ଟେଇବା ପାଇଁ ଅର୍ଥାତ ଖାଦ୍ୟ ର ସନ୍ଧାନ କରି ସେମାନେ ସହର ଭିତରକୁ ଆସି ଯାଉଛନ୍ତି । ତେବେ ଲୋକମାନେ ସେମାନଂକୁ ଦେଖି ଭୟବିତ ହୋଇ ସେମାନଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଏହି କାରଣ ଯୋଗୁଁ ବାଘ,ଭାଲୁ ହାତୀ ଆଦି ଙ୍କ ର ସଂଖ୍ୟା କମିବାରେ ଲାଗୁଛି । କିଛି ଲୋକମାନେ ଙ୍କ ଅନୁସାରେ ଯେପରି ସବୁଠାରୁ ବଡ଼ ପଶୁ ଡ଼ାଇନେସର ର ଵଂଶ ଲୋପ ପାଇ ଯାଇଛି ସେହି ପରି ଏବେ ହାତୀ ର ଵଂଶ ମଧ୍ୟ ଲୋକ ପାଇଯିବ ।

କାରଣ ପ୍ରାୟତଃ ଅନେକ ସମୟରେ ସେମାନଙ୍କ ମୃତ୍ୟୁ ର ଖବର ଶୁଣିବାକୁ ମିଳିଥାଏ କେଉଁଠି କରେଣ୍ଟ ଲାଗି ତ କେଉଁଠି ଖାଲ ରେ ଗଳି । ତେବେ ଆଜି ଆମେ ସେହି ବିଶାଳ ପଶୁ ହାତୀ ବିଷୟରେ ଏକ ଘଟଣା ସମ୍ବନ୍ଧରେ ଆଲୋଚନା କରିବୁ । ତେବେ ଆପଣ ମାନେ ଜାଣିଥିବେ କି ହାତୀ ଗୁଡାକ ନିଜ ଭୋଜନ ଖୋଜିବା ଦ୍ୱାରା ଜଂଗଲ ର ବାହାରକୁ କେତେବେଳେ ରାସ୍ତା ଉପରେ ତ କେତେବେଳେ କାହାର ଚାଷ ଜମିରେ ପଶି ଫସଲ ନଷ୍ଟ ମଧ୍ୟ କରି ଦେଇଥାନ୍ତି ।

କିନ୍ତୁ ବେଳେବେଳେ ଏହି ବଡ଼ ଜୀବ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ତେବେ ସେହିଭଳି ବର୍ତ୍ତମାନ ହିନ୍ଦୋଳ ର ଏକ ଜଂଗଲ ରେ ହାତୀ ଏବଂ ତାର ଛୁଆ ଟି ଯାଉଥିଲେ କିନ୍ତୁ ଏତେ ଶୀତ ଏବଂ କୁହୁଡି ର ଅନ୍ଧାର ରେ ହାତୀ ଛୁଆ ଟି କୁ ରାସ୍ତା ଠିକ ଭାବରେ ଦେଖା ଗଲା ନାହିଁ ଯାହା ଦ୍ୱାରା ସେ ଏକ ନଳା ରେ ପଡି ଯାଇଥିଲା କିନ୍ତୁ ଆଉ ଉଠି ପାରି ନଥିଲା ।


ତେବେ ମାଆ ହାତୀଟି ନିଜ ଛୁଆ କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିଲା ଏବଂ ନିଜ ମୁଣ୍ଡ କୁ ମଧ୍ୟ ପିଟୁ ଥିଲା ତେବେ ଏହାର କିଛି ସମୟ ପରେ ବନ ବିଭାଗ ର କିଛି କର୍ମଚାରୀ ମାନେ ଆସି ଜେସିବି ସାହାର୍ୟ୍ଯ ରେ ସେହି ହାତୀ ଛୁଆ ଟି କୁ ଉଦ୍ଧାର କରିଥିଲେ । ତେବେ ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *