ନିଆରା ଢଙ୍ଗରେ ଉଡନ୍ତା ଜାହାଜ ଭିତରେ Archita ଙ୍କ ଜନ୍ମଦିନ ସେଲିବ୍ରେଟ କଲେ Sabyasachi, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଅଭିନେତା ସବ୍ୟସାଚୀ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚିତା ଏବଂ ତାଙ୍କ ଟିମ ତରଙ୍ଗ ଟିଭିକୁ ପ୍ରୋମୋଟ କରିବା ନିମନ୍ତେ ଆମେରିକା ଯାଇଛନ୍ତି । ଏବଂ ଏହି ସମୟରେ ଅର୍ଚ୍ଚିତାଙ୍କ ଜନ୍ମଦିନ ପଡୁଥିବାରୁ, ଉଡାଜାହାଜରେ ନିଜ ଧର୍ମପତ୍ନୀଙ୍କ ଜନ୍ମଦିନ ସେଲିବ୍ରେଟ କରିଛନ୍ତି ସବ୍ୟସାଚୀ । ଉଡାଜାହାଜରେ ସଂପୂର୍ଣ୍ଣ ଟିମ ଅର୍ଚ୍ଚିତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଥିଲେ । ଏବଂ ସବ୍ୟସାଚୀ ଅର୍ଚ୍ଚିତାଙ୍କ ନିମନ୍ତେ କେକ କଟିବାର ବନ୍ଦୋବସ୍ତ ମଧ୍ୟ କରାଇଥିଲେ ।

ଏହାକୁ ଦେଖି ଅର୍ଚ୍ଚିତା ହଠାତ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏହି ଭିଡିଓକୁ ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବାର ନଜର ଆସିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀରେ ଏଭଳି କଳାକାର ମାନେ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଦ୍ଵାରା ବେସ ପରିଚିତ । ତେବେ କିଛି ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଭିନୟ କରି ଦର୍ଶକଙ୍କ ମନ ମୋହିବା ସହିତ ଦରିଦ୍ର ଲୋକଙ୍କ ପାଇଁ ସାଜିଛନ୍ତି ମସିହା ।

ସେହି ବିଶିଷ୍ଟ ଅଭିନେତା ତଥା ଅଭିନେତ୍ରୀ ଙ୍କ ମଧ୍ୟରୁ ସବ୍ୟସାଚୀ ଏବଂ ଅର୍ଚ୍ଚିତା ହେଉଛନ୍ତି ଅନ୍ୟତମ । ସବ୍ୟସାଚୀ, ଅର୍ଚ୍ଚିତାଙ୍କୁ ବିବାହ କରିବା ପୂର୍ବରୁ ଜଣେ ସମାଜସେବୀ ଭାବରେ ଲୋକଙ୍କ ଦୁଃଖ ଦରଦ ବୁଝିଥିଲେ ଏବଂ ବର୍ତ୍ତମାନ ମଧ୍ୟ ବିବାହ ପରେ ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚିତାଙ୍କର ବିଶେଷ ଯୋଗଦାନ ରହିଅଛି । ଉଭୟ ମିଶି ସମାଜରେ ଜନକଲ୍ୟାଣ ନିମନ୍ତେ ଦାଇତ୍ଵ ବହନ କରିଛନ୍ତି ।

ଗରିବ ଲୋକଙ୍କର ସୁବିଧା ଅସୁବିଧା ବୁଝିବା ସହିତ ଯଦି ସେମାନଙ୍କ ମଧ୍ୟରୁ କିଏ କେଉଁ ସମସ୍ୟାରେ ଫସି ରହିଛି ତେବେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଚିତ ସାହାର୍ଯ୍ୟ କରିବାକୁ ପଛାଊନାହାଁନ୍ତି ଅଭିନେତା ତଥା ସମାଜସେବୀ ସବ୍ୟସାଚୀ । ଅନେକ ଲୋକ ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି । କୋରୋନା ଭଳି ମହାମାରୀ ସମୟରେ ମଧ୍ୟ ଢାଲ ଭଳି ଯାଇ ସମସ୍ତଙ୍କୁ ସାହାର୍ଯ୍ୟ କରିଥିଲେ ସବ୍ୟସାଚୀ ।

କିଛି ଲୋକ ରାଜ୍ୟ ବାହାରେ ଏହି ମହାମାରୀରେ ଫସି ରହିଥିଲେ ତେବେ ସେମାନଙ୍କ ପାଖକୁ ବସ ପଠାଇ ଓଡିଶାକୁ ତଥା ସେମାନଙ୍କ ପରିବାର ନିକଟକୁ ଫେରାଇ ଆଣିଥିଲେ ସବ୍ୟ । ସବ୍ୟ କହିଛନ୍ତି ଯେ ଆମ୍ଭ ମାନଙ୍କ ଦ୍ଵାରା ଯେତେ ମାତ୍ରାରେ ସହାୟତା ହେବ ଆମ୍ଭେମାନେ କରିବାକୁ ପ୍ରସ୍ତୁତ କେବଳ ଓଡିଶାବାସୀଙ୍କ ଆଶୀର୍ବାଦ ଲୋଡା ବୋଲି କହିଛନ୍ତି ଅଭିନେତା ସବ୍ୟସାଚୀ ।

ତେବେ ମହତକାର୍ଯ୍ୟରେ ଯୋଗଦାନ କରୁଥିବା ଧର୍ମପତ୍ନୀ ଙ୍କ ଜନ୍ମଦିନକୁ ମଧ୍ୟ ବେସ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *