NCB ର ଦବଙ୍ଗ ଅଫିସର Sameer Wankhede ଙ୍କ ମୋଟ ସମ୍ପତ୍ତି କେତେ ଜାଣିଲେ ଆପଣଙ୍କ ଆଖି ଖୋସି ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ମୁମ୍ବାଇ କ୍ରୁସ ଡ୍ର-ଗ ମାମଲାରେ ଗି-ର-ଫ କରିବା ପରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ବହୁତ ଚର୍ଚାରେ ରହୁଛନ୍ତି । ଅବଶ୍ୟ ବର୍ତ୍ତମାନ ଆରିୟାନଙ୍କୁ ଜାମିନ ମିଳି ସାରିଛି ହେଲେ ନିଜ କାମ ଓ କର୍ତ୍ତବ୍ୟ ପାଇଁ ସମୀର ଦେଶ ବିଦେଶ ସବୁ ଆଡେ ଚର୍ଚାର ବିଷୟ ପାଲଟି ଛନ୍ତି । ସମୀରଙ୍କ ଲାଇଫ ଷ୍ଟାଇଲ ଠାରୁ ଆରମ୍ଭ କରି ସମୀରଙ୍କ ସମସ୍ତ କାମ ବିବାଦରେ ଅଛି ।

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଆଟାକରେ ଘାଇଲା ହୋଇଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ । ମନ୍ତ୍ରୀ ନବାବ ମଲିକ ଭିନ୍ନ ଭିନ୍ନ ସମୟରେ ସମୀରଙ୍କ ବିରୋଧରେ ଆଣି ଛନ୍ତି ସଙ୍ଗିନ ଅ-ଭି-ଯୋ-ଗ ଯାହା ଫଳରେ ଅନେକ ବି-ବା-ଦ ଦେଖା ଦେଇଛି । ନବାବ ମଲିକ ଏହା ମଧ୍ୟ କହିଛନ୍ତି, ସମୀର ବାଙ୍ଖଡେ ଏକ ଲକ୍ଷ ଟଙ୍କାର ପ୍ୟାଣ୍ଟ, ୭୦ ହଜାରରୁ ଅଧିକ ମୂଲ୍ୟର ସାର୍ଟ ଓ ୨୫ ରୁ ୫୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ।

ଜଣେ ସଚଟ ଅଧିକାରୀ ହୋଇ ସମୀର ବାଙ୍ଖଡେ କେମିତି ମହଙ୍ଗା ଜୀବନ ବିତାଉ ଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏନସିବି ଅଧିକାରୀ ସମୀର ବାଙ୍ଖଡେଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସରକାରୀ ନିୟମ ଅନୁଯାଇ ସମୀର ବାଙ୍ଖଡେ ପ୍ରତିବର୍ଷ ନିଜ ସମ୍ପତ୍ତିର ସମସ୍ତ ସୂଚନା ନିଜ ବିଭାଗକୁ ଦେଇ ଆସୁଛନ୍ତି । ସୂଚନା ଅନୁସାରେ ସମୀରଙ୍କ ପାଖରେ ରହିଛି ୪ ଏକର ଜମି ।

ମହାରାଷ୍ଟ୍ରର ଭାସିମ ଜିଲ୍ଲାରେ ପାରିବାରିକ ଭାଗୀଦାରୀରେ ଏହି ସମ୍ପତ୍ତି ରହିଛି । ସମୀରଙ୍କୁ ୨୦୦୪ ମସିହାରେ ୮୦୦ ବର୍ଗଫୁଟର ଘର ଦେଇଥିଲେ ମା ଜାହିଦା ବାଙ୍ଖଡେ ଯାହା ତାଙ୍କ ମା ଓ ସମୀରଙ୍କ ନାମରେ ଆଜି ବି ରହିଛି । ଏହା ସହିତ ସମୀରଙ୍କ ମା ଜାହିଦାଙ୍କ ନାମରେ ଆଉ ଏକ ଫ୍ଲାଟ ରହିଛି ଯାହା ୧୯୯୯ ମସିହାରେ କିଣା ଯାଇଥିଲା । ମୁମ୍ବାଇରେ ଥିବା ଏହି ୭୦୦ ବର୍ଗଫୁଟର ଫ୍ଲାଟ ବି ସମୀରଙ୍କ ପାଖରେ ଅଛି । 

କ୍ୟା-ନ୍ସ-ର-ରେ ମୃ-ତ୍ୟୁ ବରଣ କରିଥିବା ମାଉସୀଙ୍କ ସମସ୍ତ ସମ୍ପତ୍ତି ଅଛି ସମୀରଙ୍କ ପାଖରେ । କୌଣସି ପିଲା ଛୁଆ ନଥିବାରୁ ଏହି ସମ୍ପତ୍ତି ସମୀରଙ୍କୁ ଦେଇଥିଲେ ତାଙ୍କ ମାଉସୀ । ପ୍ରାୟ ଏକ ହଜାର ବର୍ଗଫୁଟର ମାଉସୀଙ୍କ ଜାଗାକୁ ଏକ ଅଫିସ ପାଇଁ ଭଡାରେ ଲଗାଇ ଛନ୍ତି ସମୀର ।

ଏହା ସହ ୧୯୯୫ ମସିହାରେ ନଭି ମୁମ୍ବାଇରେ କିଣା ଯାଇଥିବା ୧୧୦୦ ବର୍ଗଫୁଟର ପ୍ଳଟ ମଧ୍ୟ ସମୀର ଭଡାରେ ଲଗାଇ ଛନ୍ତି । ୨୦୧୬ରେ ୧୧୦୦ ବର୍ଗଫୁଟର ଏକ ଫ୍ଲାଟକୁ ସମୀର କିଣି ଥିଲେ । ଏଥିରେ ପତ୍ନୀ କ୍ରାନ୍ତିଙ୍କ ଫ୍ଲାଟ ବିକ୍ରି ଟଙ୍କା, ପିତାଙ୍କ ପେନସନ ଟଙ୍କା ଓ ମାଙ୍କ ଦେ-ହା-ନ୍ତ ପରେ ଏଲଆଇସି ଟଙ୍କା ଲାଗିଥିବାର କୁହା ଯାଉଛି ।


ଏସବୁ ଛଡା ସମୀରଙ୍କ ପାଖରେ ଏକ ଦାମୀ ଘଣ୍ଟା ରହିଛି ଯାହାର ଦାମ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଣ୍ଟାକୁ ତାଙ୍କ ମା ୨୦୦୫ ମସିହାରେ ୫୫ ହଜାର ଟଙ୍କାରେ କିଣି ଦେଇଥିଲେ ଏବେ ତାର ମୂଲ୍ୟ ଅଧିକ ହୋଇଯାଇଛି । ତା ହେଲେ ବନ୍ଧୁଗଣ ସମୀରଙ୍କ ସମ୍ପତ୍ତି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *