ଯାତ୍ରା Actress ମାମା (Prabhasini Panigrahi) ଖୋଲି ଦେଲେ ତାଙ୍କ ପବିତ୍ର ପାପର ପେଡ଼ି, କହିଲେ ନିଜ ଜୀବନର କିଛି ଅକୁହା କଥା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଆ ଯାତ୍ରା ଜଗତ ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ମାମା । ଓଡ଼ିଆ ଯାତ୍ରା ଜଗତ ରେ ମାମା ନାମ ରେ ତ ଅନେକ ନାୟିକା ଅଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରଭାସିନୀ ପାଣିଗ୍ରାହୀ ଙ୍କ କଥା । ଯେହେତୁ ସରକାର ଯାତ୍ରା କରିବା ନିମନ୍ତେ ୫୦ ପ୍ରତିଶତ ଦର୍ଶକ ଙ୍କୁ ନେଇ ଅନୁମତି ଦେଇଛନ୍ତି ସେଥିପାଇଁ ବର୍ତ୍ତମାନ ଆଖଡ଼ା ଶାଳା ଚଳାଚଞ୍ଚଳ ହେବାକୁ ଯାଉଛି । ତେବେ ଆସନ୍ତୁ ଯାତ୍ରା ଜଗତ ର ଜଣେ ଲୋକପ୍ରିୟ ନାୟିକା ଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।


ବନ୍ଧୁଗଣ ଯେତେବେଳେ ନାୟିକା ପ୍ରଭାସିନୀ ପାଣିଗ୍ରାହୀ ଙ୍କୁ ପଚରା ଯାଇଥିଲା ଯେ, ଯଦି ତାଙ୍କୁ ସିବାନୀ ଗଣ ନାଟ୍ୟ ତରଫ ରୁ ଯାତ୍ରାରେ ଆସିବାର ସୁଯୋଗ ମିଳି ନଥାନ୍ତା ତେବେ ତାଙ୍କର ଅନ୍ୟ ପରିଚୟ କଣ ହୋଇଥାନ୍ତା । ସେତେବେଳେ ସେ କହିଥିଲେ ଏଭଳି ହୋଇଥିଲେ ସେ ଡାନ୍ସ ଲାଇନ ରେ ଯାଇଥାନ୍ତେ ଏବଂ କେବେ ବି ଏତେ ବଡ଼ କଳାକାର ହୋଇପାରି ନଥାନ୍ତେ ।

ଏହି ନାୟିକା ସିବାନୀ ଗଣ ନାଟ୍ୟ ରେ ଦୀର୍ଘ ଆଠ ବର୍ଷ ଧରି ଡାନ୍ସ କରିଥିଲେ । ସେ ନିଜର ପ୍ରେରଣା ରୂପରେ ଯାତ୍ରା ଜଗତ ର ପ୍ରସିଦ୍ଧ ନାୟିକା ଟିକି ଅପା ଙ୍କୁ ଦେଖନ୍ତି । ତାଙ୍କର ହିଁ ପ୍ରେରଣା ରେ ସେ ଆଜି ଏଭଳି ସୁନ୍ଦର ଅଭିନୟ ପ୍ରଦର୍ଶନ କରିପାରିଛନ୍ତି । ନାୟିକା ପ୍ରଭାସିନୀ ପାଣିଗ୍ରାହୀ ତଥା ମାମା ଙ୍କ ପ୍ରସିଦ୍ଧ ନାଟକ ହେଉଛି ‘ହେ ଈଶ୍ୱର ନମସ୍କାର’ । ଏହା ବ୍ୟତୀତ ତାଙ୍କର ଆହୁରି ଦୁଇଟି ଲୋକପ୍ରିୟ ନାଟକ ରହିଛି ତାହା ହେଉଛି ପବିତ୍ର ପା-ପ ଏବଂ କହ କିଏ ନିଜର ।

ତାଙ୍କୁ ଯେତେବେଳେ ପ୍ରକୃତ ଜୀବନ ର ପବିତ୍ର ପା-ପ ସମ୍ବନ୍ଧରେ ପ୍ରଶ୍ନ କରାଗଲା ସେ ଉତ୍ତର ରେ କହିଥିଲେ ଯେ, ତାଙ୍କର ପ୍ରକୃତ ଜୀବନ ରେ ଏଭଳି କିଛି ନାହିଁ ଏବଂ ସେ ବର୍ତ୍ତମାନ ନିଜ ନାଟକ କ୍ୟାରିଅର ଉପରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଲକଡାଉନ ସମୟ ରେ ଯେତେବେଳେ ଯାତ୍ରା ଜଗତ ବନ୍ଦ ଥିଲା ସେତେବେଳେ ସେ ବହୁତ କଷ୍ଟ ର ସାମ୍ନା କରିଛନ୍ତି ବୋଲି ମଧ୍ୟ କହିଥିଲେ । ନାୟିକା ମାମା ଙ୍କୁ ଯାତ୍ରା ଜଗତ ରେ ଉଭୟ ପଜିଟିଭ ଏବଂ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିଥାଏ ।

କିନ୍ତୁ ଦର୍ଶକ ମାନେ ଅଧିକାଂଶ ସମୟ ତାଙ୍କୁ ନେଗେଟିଭ ଚରିତ୍ର ରେ ଦେଖିବାକୁ ପସନ୍ଦ କରନ୍ତି । ମାମା ଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି ଟିକି ଅପା । ତାଙ୍କୁ ସେ ନିଜର ଗୁରୁ ବୋଲି ମାନନ୍ତି ଏବଂ ତାଙ୍କୁ ଫଲୋ କରି ସେ ଆଜି ଏତେ ବଡ଼ ଆର୍ଟିଷ୍ଟ ହୋଇପାରିଛନ୍ତି । ଏହି କଥା ସ୍ୱୟଂ ଟିକି ଅପା ମଧ୍ୟ ଜାଣି ନାହାନ୍ତି । ଅଭିନେତ୍ରୀ ପ୍ରଭାସିନୀ ତଥା ମାମା ଙ୍କ ଅଭିନୟ କୁ ତ ସମସ୍ତ ଦର୍ଶକ ଖୁବ ପସନ୍ଦ କରନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରଭାସିନୀ ପାଣିଗ୍ରାହୀ ଙ୍କ ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *