“ଭୟଙ୍କର ରମ୍ପା..ଯିଏ ଯାହାକୁ ଯୋଉଠି ପାରିଲା ରାମ୍ପିଲା” ଓଡିଶାରେ ବଢୁଥିବା ଦୁଷ୍କର୍ମ ମାମଳାକୁ ନେଇ CM Naveen Patnaik ଙ୍କୁ କିଛି ଏମିତି କହିଲେ Sura ଭାଇ…

ନମସ୍କାର ବନ୍ଧୁଗଣ ତେବେ ଆପଣ ତ ଜାଣିଛନ୍ତି ପ୍ରେମ ପ୍ରତାରଣା ଏବଂ ବିଶ୍ୱାସଘାତକତାକୁ ନେଇ କିପରି ନିକଟ ଅତୀତରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି ରାଜଧାନୀ ଭୁବନେଶ୍ଵର ରେ । ଯାହା ସାମାଜିକ ଗଣ ମାଧ୍ୟମରେ ଏକ ଚର୍ଚ୍ଚାର ବିଷୟ ପାଲଟିବାରେ ଲାଗିଥିଲା । ଭୁବନେଶ୍ବର ର ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ଘଟଣା କୁ ନେଇ ଦିନକୁ ଦିନ ଚର୍ଚ୍ଚା ବୃଦ୍ଧି ପାଉଥିଲେ ବି ଏଯାବତ୍ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଯିବା ଏବଂ ସୌମ୍ୟ ଙ୍କ ପରିବାର କୁ ନ୍ୟାୟ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


ତେବେ ଏହାକୁ ନେଇ ଗାୟିକା ଅର୍ଥାତ୍ ସୌମ୍ୟ ଙ୍କ ପ୍ରେମିକା କୁହା ଯାଉଥିବା ସୋନାଲି ନନ୍ଦ ମଧ୍ଯ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ କେତେବେଳେ ଉଭୟ ପରିବାରର ଆରୋପ ପ୍ରତ୍ୟାରୋପ ର କଥା ଶୁଣିବାକୁ ମିଳୁଛି ତ ପୁଣି କେତେବେଳେ ଅଭିଯୋଗ । ଏସବୁ ଭିତରେ କୌଣସି ସମାଧାନର ବାଟ ବାହାରୁ ନାହିଁ କିମ୍ୱା ପୁଅର ପରିବାରକୁ ନ୍ୟାୟ ବି ମିଳି ପାରିନାହିଁ ।

ତେବେ ଏହାକୁ ନେଇ ସୌମ୍ୟଙ୍କ ଘର ଲୋକେ ମଧ୍ୟ ସୋନାଲି ନନ୍ଦ ଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । ତେବେ ଏହାରି ଭିତରେ ସୋନାଲି ଙ୍କ କୌଣସି ପ୍ରତିକ୍ରିୟା ଏବେ ଶୁଦ୍ଧା ମିଳି ପାରିନାହିଁ । କିମ୍ୱା ପୋଲିସ୍ ମଧ୍ଯ ସୋନାଲି ନନ୍ଦଙ୍କୁ ପଚରା ଉଚରା କରିବାକୁ ଯାଇନାହିଁ । ଏହାରି ଭିତରେ ଉକ୍ତ ଘଟଣାକୁ ନେଇ ଅନେକ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଥିବା ବେଳେ ଏବେ ଏହି ଘଟଣା ସହିତ ଜଡ଼ିତ ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ।

ଯେଉଁଠି ଜଣେ ଯୁବତୀ ଏକ ଫିଲ୍ମ୍ ରେ ସୋନାଲି ନନ୍ଦ ର ଚରିତ୍ର କରିବାକୁ ଆସି ଦୁଷ୍କର୍ମ ର ଶିକାର ହୋଇଛନ୍ତି । ଆଉ ଏ ବିଷୟରେ ସେ ଏବେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ତାଙ୍କର କହିବା ଅନୁସାରେ ଜଣେ ତାଙ୍କୁ ଫିଲ୍ମ୍ ରେ ଅଭିନୟ କରିବାକୁ ସୁଯୋଗ ଦେବା ନାମରେ ଭୁବନେଶ୍ଵର କୁ ଡାକିଥିଲେ ଏବଂ ନାବାଳିକା ଯୁବତୀ ଜଣଙ୍କ ଏହା ଶୁଣି ପ୍ରଲୋଭିତ ହୋଇ ଏହି ଚରିତ୍ରରେ ଅଭିନୟ କରିବାକୁ ଚାଲି ଆସିଥିଲେ । କିନ୍ତୁ ଶେଷରେ ତାଙ୍କ ସହିତ ଧୋକା ହୋଇଛି ।

ଏକ ସୁଟିଂ ସରିବା ପରେ ତାଙ୍କୁ ଜୋର୍ ଜବରଦସ୍ତ ଅମାନବୀୟ ଭାବରେ ଦେହରେ ଫେବିକ୍ୱିକ ଲଗାଇ ଦୁଷ୍କର୍ମ କରା ଯାଇଥିବା ସେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ।
ତେବେ ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ର ବରିଷ୍ଠ ଏବଂ ଲୋକପ୍ରିୟ ନେତା ସୁର ରାଉତରାୟ ନିଜର ବୟାନ ମିଡ଼ିଆ ଆଗରେ ରଖିଛନ୍ତି । ତେବେ ସେ କହିଛନ୍ତି କି ବର୍ତ୍ତମାନ ସମାଜରେ ଦୁଷ୍କର୍ମ କୁସଂସ୍କାର ବଢ଼ିବାରେ ଲାଗିଛି । କେତେବେଳେ କିଏ କାହା ଉପରେ ଆକ୍ରମଣ କରିନେଉଛି ତାହା କେହି ଜାଣି ନାହାଁନ୍ତି ।


ତେବେ ବର୍ତ୍ତମାନ ଦୁଷ୍କର୍ମ ର ସଂଖ୍ୟା ବଢିବାରେ ଲାଗିଛି । ଜଣଙ୍କୁ ଫିଲ୍ମ ନାମରେ କହି ଦୁଷ୍କର୍ମ କରି ଛନ୍ତି ଏହା ଠାରୁ ଆଉ ଲଜ୍ଜା ଜନକ ଖବର କିଛି ନୁହେଁ । ଯେଉଁଠି ପାରୁଛନ୍ତି ସେଇଠି ରାମ୍ପୁଛନ୍ତି । ତେବେ ଶେଷ ରେ ସେ ପୋଲିସ ପ୍ରଶାସନ କୁ ଏହା ଉପରେ କଡା ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *