CM Naveen Patnaik ଙ୍କ ମନ୍ତ୍ରୀ ମଣ୍ଡଳରେ ନବ ନିର୍ବାଚିତ କେଉଁ ମନ୍ତ୍ରୀ କେତେ ପାଠୁଆ ? ଜାଣନ୍ତୁ ସେମାନଙ୍କ ପଦବୀ ଓ ଶିକ୍ଷାଗତ ଯୋଗ୍ୟତା

ବନ୍ଧୁଗଣ ଏବେ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ନବୀନଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳର କେଉଁ ମନ୍ତ୍ରୀ କେତେ ପାଠୁଆ ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ଡିଗ୍ରୀ ରହିଛି । ଆପଣ ଜାଣିଛନ୍ତି କି, ଏହି ମନ୍ତ୍ରୀ ମାନଙ୍କ ମଧ୍ୟରେ କିଏ ଅଧିକ ପାଠୁଆ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗ୍ରାଜୁଏଟ ଅଟନ୍ତି ।

ନିରଞ୍ଜନଙ୍କ ପାଖରେ ଏଲଏଲବି ଏବଂ ବିକମ ଡିଗ୍ରୀ ରହିଛି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକୋତ୍ତର । ଏହା ସହ ସେ ଏଲଏଲବି ମଧ୍ୟ କରିଛନ୍ତି । ସେହି ପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆର୍ଟ୍ସରେ ଗ୍ରାଜୁଏସନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଦଶମ ପାସ୍ କରିଛନ୍ତି ।

ଇସ୍ପାତ, ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କମର୍ଷରେ ଗ୍ରାଜୁଏସନ କରିଛନ୍ତି । ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେସରୀ ଦେବ ଆର୍ଟ୍ସରେ ଗ୍ରାଜୁସେଅନ କରିଛନ୍ତି । ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଲଏଲବି କରିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ପୋଷ୍ଟ ଗ୍ରାଜୁଏସନ  କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଇଂରାଜୀରେ ଏମ.ଏ କରିଛନ୍ତି ।

ବିଜ୍ଞାନ କାରିଗରୀ ଓ ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜନୀତି ବିଜ୍ଞାନରେ ଏମଏ କରିଛନ୍ତି । ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହି ଆର୍ଟ୍ସରେ ଗ୍ରାଜୁଏସନ କରିଛନ୍ତି । ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବି.କମ କରିଛନ୍ତି । ସେହି ପରି ଏସସିଏସଟି ବିକାଶ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏଲଏଲବି କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏଲଏଲବି କରିଛନ୍ତି ।

ଅନ୍ୟ ପଟେ ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଏମ.ଏ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ବି.ଟେକ କରିଛନ୍ତି । ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦଶମ ପାସ କରିଛନ୍ତି । ଆଇଟି, କ୍ରିଡା ଓ ଯୁବ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏମ.ଟେକ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବି.ଟେକ କରିଛନ୍ତି । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଦଶମ ପାସ କରିଛନ୍ତି । ଶେଷରେ ମହିଳା ଓ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବରମ ବି.ଏ କରିଛନ୍ତି ।

Leave a Reply

Your email address will not be published. Required fields are marked *