ଓଡିଶାର ଘରେ ଘରେ ଲୋକପ୍ରିୟ କମେଡିଆନ ‘Natia’ ଙ୍କ Love Story କଣ ଜାଣିଛନ୍ତି ଆପଣ ? ଏ ନେଇ କଣ କହୁଛନ୍ତି Natia (Smruti Ranjan) ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନଟିଆ କମେଡି ନିଶ୍ଚୟ ଦେଖିଥିବେ । ଛୋଟ ରୁ ନେଇ ବଡ ସମସ୍ତ ଲୋକ ନଟିଆ କମେଡି ଦେଖିବା ପାଇଁ ବେସ ଭଲ ପାନ୍ତି । ବନ୍ଧୁଗଣ ନଟିଆ ଅର୍ଥାତ ସ୍ମୃତି ରଞ୍ଜନ ମହାନ୍ତିଙ୍କ ଲଭ ଷ୍ଟୋରି ପ୍ରଥମ ଥର ପାଇଁ ରିଭିଲ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ନଟିଆ ଊରଫ ସ୍ମୃତି ରଞ୍ଜନ ମହାନ୍ତିଙ୍କ ଲଭ ଷ୍ଟୋରି ବିଷୟରେ ।

ସ୍ମୃତି ରଞ୍ଜନ ପତ୍ନୀଙ୍କ ଅସଲି ନାମ ହେଉଛି ଦୀପିକା ମହାନ୍ତି ହେଲେ ବିବାହ ପରେ ତାଙ୍କ ଶାଶୁଘର ଲୋକ ତାଙ୍କ ନାମ ପ୍ରୀତି ରଖିଥିଲେ । ନଟିଆ ନିଜ ଲଭ ଷ୍ଟୋରି ବିଷୟରେ କହିଛନ୍ତି । ସ୍ମୃତିଙ୍କ ମତରେ-‘ସେ ୨୯ ଜୁନ ୨୦୦୯ ମସିହାରେ ପ୍ରୀତିଙ୍କ ସହ ସାକ୍ଷାତ କରିଥିଲି । ଏକ ବିବାହରେ ମୁ ପ୍ରଥମ ଥର ପାଇଁ ପ୍ରୀତିଙ୍କୁ ଦେଖିଥିଲି । ସେତେବେଳେ ସେ ନବମ ଶ୍ରେଣୀରେ ପାଠ ପଢୁଥିଲା ।

ଏହା ପରେ ଆଗକୁ ସ୍ମୃତି କହିଲେ-‘ମୁ ତାଙ୍କୁ ପଚାରିଲି ତମେ କେତେ ଶ୍ରେଣୀରେ ପାଠ ପଢୁଛ ସେ କହିଲା ନବମ ଶ୍ରେଣୀରେ ସେହି ସମୟରେ ମୁ କହିଲି ନାଇ ମ ତମେ ଦ୍ଵାଦଶରେ ପଢୁଥିବ । ସେ ଏହି କଥା ଶୁଣିବା ପରେ ମୋ ଉପରକୁ ଫୁଲ ପତ୍ର ଯାହା ମିଳିଲା ସବୁ ପକାଇଲା । ଏହା ପରେ ଆମେ ଧୀରେ ଧୀରେ କଥା ବାର୍ତ୍ତା ହେଲୁ । ମୁ ତାକୁ ମୋର ନମ୍ବର ଦେଇଥିଲି ସେ ମୋତେ ଫୋନ କରେ ଆଉ ଆମେ କଥା ହେଉ’ ।

ଆଗକୁ ସ୍ମୃତି କହିଛନ୍ତି-‘ଏମିତି ବହୁତ ଦିନ ଚାଲିଲା ତା ପରେ ମୁ ଆମ ଘରେ ବୁଲେଇ ବଙ୍କେଇ ଆମ ପ୍ରେମ କଥା କହିଥିଲି । ଯେହେତୁ ଆମ ଜାତିର ଥିଲା ତେଣୁ ବିବାହ ପାଇଁ କୌଣସି ସମସ୍ୟା ହେଲା ନାହିଁ । ଏହା ପରେ ତାଙ୍କ ଘର ଲୋକ ବି ପ୍ରସ୍ତାବରେ ରାଜି ହୋଇଥିଲେ ଶେଷରେ ବିବାହ ହୋଇଥିଲା । ଏବେ ଆମେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛୁ’ ।

Leave a Reply

Your email address will not be published. Required fields are marked *