‘4ର୍ଥ ନାଇଟ୍ ରେ ଜଣେ, ଏବେ ଆଉ ଜଣଙ୍କୁ କୁଣ୍ଢାଇଛି, ସେ ଝିଅ…’ ନନ୍ଦିନୀ ମାମଲାରେ ଦେଖନ୍ତୁ କଣ କହିଲେ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ ।

ତେବେ ବର୍ତ୍ତମାନ ସେ ମିଡ଼ିଆ ସାମ୍ନା ରେ ବର୍ତ୍ତମାନ ସମୟରେ ଚାଲୁଥିବା ସମସ୍ତ ପରିସ୍ଥିତି ବିଷୟରେ ନିଜର ମତ ରଖିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଚଳିତ ମାସରେ ଦ୍ୱିତୀୟ ଥର ଲାଗି ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୩ଟଙ୍କା ୫୦ ପଇସା ବଢିଛି । ସେହିଭଳି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବଢିଛି । ଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱରରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି ।

ତେବେ ସେହିଭଳି କଟକରେ ଏହି ଦର ୧୦୨୬ ଟଙ୍କା ୫୦ ପଇସାରୁ ବଢି ୧୦୨୯ ଟଙ୍କା ୫୦ ପଇସା ହୋଇଛି । ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ହଜାରେ ଟଙ୍କା ପାର କରିଛି । ଚଳିତ ମାସ ୭ ତାରିଖରେ ଗ୍ୟାସ ଦର ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୨୦୦ଟଙ୍କା ବଢ଼ି ୮୦୦ରୁ ହଜାରେ ଟଙ୍କା ଅତିକ୍ରମ କରିଛି ।

ତେବେ ଏହାକୁ ବିରୋଧ କରି ବର୍ତ୍ତମାନ ସୁର ରାଉତରାୟ ମୋଦିଙ୍କୁ ଟାର୍ଗେଟ କରି ବର୍ତ୍ତମାନ କହିଛନ୍ତି କି ଆଠ ବର୍ଷରେ ଭାରତ କୁ ଅର୍ଥନୀତି ଦୃଷ୍ଟି ରେ ଅଷ୍ଟମ ସ୍ଥାନରେ ପହଞ୍ଚାଇ ଦେଲ । ତେବେ ଇଲେକ୍ସନ ପୂର୍ବରୁ ତୁମେ ମାଗଣା ଗ୍ୟାସ ପାଇବେ,ଘଷି ଜାଳିବେନି ପରିଶ୍ରାମ କରିବେ ନାହିଁ ସବ୍ସିଡ଼ି ମିଳିବ । କୁଆଡେ ଗଲା ସେସବୁ । ତେବେ ସେପଟେ ରାମ ମନ୍ଦିର କରୁଛ ବଦ୍ରିନାଥ ମନ୍ଦିର କରୁଛ ଏପଟେ ପୁରୀ ମନ୍ଦିର,ତାରା ତାରିଣୀ ମନ୍ଦିର ନବୀକରଣ କରୁଛ ।

ତେବେ ଏହା ଭଲ ଆପଣ କର କିନ୍ତୁ ଏତିକି କଲେ କଣ ହୋଇଯିବ ଏହା ସହ ଗରିବ ଲୋକ କିପରି ଭଲରେ ରହିବ ସେଥିପାଇଁ ମଧ୍ୟ ଟିକେ ଧ୍ୟାନ ଦିଅନ୍ତୁ । ଏହା ଛଡା କହିଛନ୍ତି କି ଆମ ସମାଜରେ ଯୁବକ ମାନେ ଖରାପ ରାସ୍ତା କୁ ଗତି କରୁଛନ୍ତି ବ୍ରାଉନ ସୁଗାର ନେଉଛନ୍ତି । ଏଠି ଗୋଟିଏ ଝିଅ ଚତୁର୍ଥୀ ଦିନ ପରେ ସ୍ୱାମୀ ଘର ଛାଡ଼ି ପଳେଇ ଭିଣେଇ କୁ ଧରୁଛି ଏହା କଣ

ଆମେରିକା ନା ଇଂଲଣ୍ଡ ଏଭଳି ଆମ ସଂସ୍କୃତି କୁ ଖରାପ କରୁଛନ୍ତି ସେମାନଙ୍କ ପାଇଁ ଉଚିତ ଶାସ୍ତି ମିଳିବା ଆବଶ୍ୟକ ଅଟେ । ନବୀନଙ୍କୁ ଏହା ଉପରେ କଡା ପଦକ୍ଷେପ ନବାକୁ ପଡିବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *