ଅଡିଓ କଲ୍‌ରେ ନନ୍ଦିନୀ ମା’ କରୁଛନ୍ତି କମ୍ପରମାଇଜ୍ ଆଉ କହୁଛନ୍ତି କିଛି ଏମିତି…ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଧୋକାବାଜ ବୋହୂ ମାମଲାରେ ବର୍ତ୍ତମାନ ଆହୁରି ଅନେକ ରହସ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଛନ୍ତି ବୋହୂର ଭିଣୋଇ , ମଧ୍ୟସ୍ଥି ଓ ଧରମ ମା । ତେବେ ଲୋକଙ୍କ ନଜରକୁ ଆସିଥିବା ନନ୍ଦିନୀର ଭିଣୋଇ ହେଉଛି ସେଇ ଭିଣୋଇ ଯାହା ସହିତ ବିବାହ ଦିନ ନନ୍ଦିନୀ ନ୍ୟୁଅଡ଼ ଭିଡ଼ିଓ କଲ କରିଥିଲା ଆଉ ସ୍ୱାମୀ ସ୍ୱାମୀ ଆଗରେ ଧରା ପଡ଼ିଥିଲା । ପୁଣି ଧରା ପଡ଼ିବା ପରେ ସୁଯୋଗ ଦେଖି ସ୍ୱାମୀକୁ ମାଆଡ଼ ମଅରାଆଇ ଫେରାର ହୋଇ ଯାଇଥିଲା ।

ତେବେ ଏହି ମାମଲାର ରହସ୍ୟ ଦିନକୁ ଦିନ ଫିଟିବାରେ ଲାଗିଛି । ମାମଲା ପଛରେ ଆହୁରି ଏକାଧିକ ହାତ ଥିବା ଜଣା ପଡ଼ିଛି । ବର୍ତ୍ତମାନ ବିବାହର ମଧ୍ୟସ୍ଥି କରିଥିବା ବ୍ୟକ୍ତି ତାରଣ ବେହେରା ଲୋକ ଲୋଚନକୁ ଆସିବା ପରେ ଅନେକ ଦ୍ଵନ୍ଦ ପ୍ରକାଶ ପାଇଛି । କୁହାଯାଉଛି ଯେ ଏହି ମଧ୍ୟସ୍ଥି ଧୋକାବାଜ ବୋହୂ ଏବଂ ତାର ଭିଣୋଇର ପ୍ଲାନରେ ସାମିଲ ଅଛି । ଏସବୁ ମଧ୍ୟରେ ଆଉ ଏକ ଚେହେରା ସାମ୍ନାକୁ ଆସିଛି ।

ଯିଏକି ବଳରାମ ସାହୁଙ୍କ ପରିବାର ଆଗରେ ନିଜକୁ ନନ୍ଦିନୀଙ୍କ ମା ଭାବେ ପରିଚୟ କରାଇ ଥିଲେ । ତେବେ ବର୍ତ୍ତମାନ ନନ୍ଦିନୀ ଙ୍କ ମାଆ ଙ୍କର ଏକ ଅଡିଓ କଲ ଭାଇରାଲ ହେଉଛି ଯେଉଁଥିରେ କୁହା ଯାଉଛି ଯେ ସେ ନନ୍ଦିନୀର ଭିଣୋଇ ନୁହଁନ୍ତି ବରଂ ତାର ବୟଫ୍ରେଣ୍ଡ । ତେବେ ନହେଲେ ଜଣେ ବିବାହ ଦିନ କିପରି ସ୍ୱାମୀ ଥାଉ ଥାଉ ଭିଡ଼ିଓ କଲିଂରେ କଥା ହୋଇ ପାରିବ ।

ତେବେ ଏହି କଲ ରେ ତା ମାଆ କହୁଛନ୍ତି କି ସେମାନେ ପାଞ୍ଚ ବର୍ଷ ହେଲା ଭଲ ପାଉଛନ୍ତି ଚାହିଁଥିଲେ ପଳେଇ ମଧ୍ୟ ଯାଇଥାନ୍ତେ । ତେବେ ସେପଟେ ସେହି ଭିଣେଇ ଜଣଙ୍କ କହୁଛନ୍ତି ମୋ ନାଁ ରେ କେଶ କର ନାହିଁ ନ ହେଲେ ମୋ ଦାନା ପାଣି ବନ୍ଦ ହୋଇଯିବ । ତେବେ ସେପଟେ ପୁଅ ର ଭାଇ ସହ ନନ୍ଦିନୀ ଙ୍କ ମାଆ କମ୍ପରମାଇଜ କରିବାକୁ ମଧ୍ୟ କହୁଛନ୍ତି ଏବଂ କହୁଛନ୍ତି କି ତୁମ୍ଭର ବି ଗୋଟିଏ ଝିଅ ଅଛି ତୁମେ ବୁଝି ପାରୁଥିବ ।

ତେବେ ସୂଚନାଯୋଗ୍ୟ ଯେ ବଳରାମ ସାହୁ ନାମକ ଯୁବକ ନୂଆ କରି ବିବାହ କରିଥିଲେ ନନ୍ଦିନୀ ଙ୍କୁ । ତାଙ୍କ ଅଭିଯୋଗ ଯେଉଁଦିନ ଚଉଠି ରାତି ଥିଲା ସେଦିନ କୁଆଡ଼େ ବୟଫ୍ରେଣ୍ଡ ସହ ଭିଡ଼ିଓ ଚାଟିଂ କରୁଥିଲେ ତାଙ୍କ ପତ୍ନୀ । ଠିକ୍ ଏହି ସମୟରେ ରାତି ଅଧରେ ଉଠିପଡ଼ି ପତ୍ନୀର ଏଭଳି କାଣ୍ଡକୁ ଦେଖି ନେଇଥିଲେ ସ୍ୱାମୀ ବଳରାମ । ପଚାରିବାରୁ କ୍ଷମା ମାଗିଲେ ନବ ବିବାହିତା ପତ୍ନୀ ।


ତେବେ ସେତେବେଳେ କ୍ଷମା ମାଗିଲେ ସିନା କିନ୍ତୁ ତା’ପରଦିନ ଲିଙ୍ଗରାଜ ମନ୍ଦିର ଯିବା ଆଳ କରି ସ୍ୱାମୀ ବଳରାମଙ୍କୁ ସାଙ୍ଗରେ ନେବା ସହ ସଂପର୍କୀୟଙ୍କ ସହ ମିଶି ନିସ୍ତୁକ ମାଆଡ଼ ମାଆରିଇଥିଲେ ବୋଲି ଅଭିଯୋଗ କରିଛନ୍ତି ବଳରାମ । ଏପରିକି ହତୟଆ ଧମକ ବି ଦେଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରିଥିବା ବେଳେ ମନ୍ଦିର ଯିବା ପୂର୍ବରୁ ବଳରାମଙ୍କ ଘରେ ଥିବା ସମସ୍ତ ସୁନା, ଗହଣା ସହ ଟଙ୍କା ଧରି ବାପଘରକୁ ଚାଲି ଯାଇଥିଲେ ତାଙ୍କ ପତ୍ନୀ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *