ଏମାନେ ହେଲେ ଲୋକପ୍ରିୟ ଓଡିଆ ସିଙ୍ଗର Namita Agrawal ଙ୍କ 2 ପୁଅ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ, ଆପଣ ମାନେ ସମସ୍ତେ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠରେ ଗୀତ ଗାଇ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନମୀତା ଅଗ୍ରୱାଲ ୧୯୯୨ ମସିହାରେ ଲୋକପ୍ରିୟ ଭଜନ ଅଝଟିଆ କାଳିଆରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନମୀତା ଅଗ୍ରୱାଲ ତାଙ୍କର ସୁମଧୁର କଣ୍ଠ ପାଇଁ ଆଜି ଓଡିଶାରେ ନମ୍ବର ୱାନ ଗାୟିକା ଭାବରେ ପରିଚିତ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ତାଙ୍କ ଦୁଇ ପୁଅଙ୍କ ସମ୍ବନ୍ଧରେ ।

ନମୀତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀ ର ଫାଉଣ୍ଡର ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ । ବିବାହ ପରେ ହିଁ ନମୀତା ତାଙ୍କର ସିଙ୍ଗିଙ୍ଗ କ୍ୟାରିୟର କୁ ଆରମ୍ଭ କରିଥିଲେ । ଏହାପରେ ୧୯୯୩ ମସିହାରେ ନମୀତା ଏବଂ ସୀତାରାମ ଙ୍କର ଦୁଇଜଣ ଜାଆଁଳା ପୁଅ ଜନ୍ମ ନେଇଥିଲେ । ଯାହାଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଏବଂ ସାର୍ଥକ ଅଗ୍ରୱାଲ । ସିଦ୍ଧାର୍ଥ ଙ୍କୁ ବର୍ତ୍ତମାନ ୨୭ ବର୍ଷ ବୟସ ଅଟେ । ଏବଂ ସାର୍ଥକ ଙ୍କୁ ମଧ୍ୟ ୨୭ ବର୍ଷ ଅଟେ । ଉଭୟଙ୍କର ବର୍ତ୍ତମାନ ପାଠପଢା ସରି ଯାଇଛି ।

ବର୍ତ୍ତମାନ ସେ ତାଙ୍କ କମ୍ପାନିରେ କାର୍ଯ୍ୟରତ ଅଛନ୍ତି । ଉଭୟଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କାହାର ମଧ୍ୟ ବିବାହ ହୋଇ ନାହିଁ । ସୀତାରାମ ଅଗ୍ରୱାଲ ଜଗନ୍ନାଥ ଧାମ ସଙ୍କୃତି ର ସହର ପୁରୀରେ ଅବସ୍ଥିତ । ସୀତାରାମ ଅଗ୍ରୱାଲ ବହୁତ ପରିଶ୍ରମ କରି ଏ ପର୍ଯ୍ୟନ୍ତ ଆସିପାରିଛନ୍ତି । ତାଙ୍କ ପୁଅ ସାର୍ଥକ ଙ୍କ ନାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ରୁ ଅଧିକ ଓଡିଆ ଚଳଚିତ୍ର ନିର୍ମିତ ହୋଇ ସାରିଲାଣି ।

ସୀତାରାମ ଅଗ୍ରୱାଲ ଏଣ୍ଟଟେରମେଣ୍ଟ କ୍ଷେତ୍ରରେ ଓଡିଶାକୁ ନମ୍ବର ୧ ରେ ପହଞ୍ଚାଇବେ ବୋଲି ଲକ୍ଷ ରଖିଛନ୍ତି । ନମୀତା ଅଗ୍ରୱାଲ ଙ୍କ ଦୁଇ ପୁଅ ମା’ ବାପା ଙ୍କ ସମସ୍ତ କଥା ଶୁଣିବା ସହିତ ଉଚିତ ଶିକ୍ଷା ପାଇ ବର୍ତ୍ତମାନ ଉଭୟ ସଫଳତା ପରେ ସଫଳତା ହାସଲ କରିବାରେ ଲାଗିଛନ୍ତି ।

କିଛି ଦିନ ତଳେ ନମୀତା ଅଗ୍ରୱାଲ ନିଜର ସାନପୁଅ ଙ୍କୁ ଷ୍ଟୂଡିଓ ରେ ଗୀତ ଶିଖାଉଥିବାର ନଜର ଆସିଥିଲା । ଏବଂ ତାଙ୍କ ସାନପୁଅ ମଧ୍ୟ ବହୁତ ଭଲ ଗୀତ ଗାଇ ପାରନ୍ତି ବୋଲି ସେ କହିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *