Mumbai ରୋଡରେ ଚପଲ ବିକ୍ରି କରୁଛନ୍ତି ନକଲି କୋହଲୀ, ଭିଡିଓ ସେୟାର କରି ବିରକ୍ତ ହେଲେ Virat Kohli, ଆଉ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ଜାଣିଥିବେ ବିରାଟ କୋହଲୀ ଙ୍କ ନାମ ହିଁ ଗୋଟିଏ ବ୍ରାଣ୍ଡ, ରାସ୍ତାରେ ଚପଲ ବିକ୍ରି କରୁଛନ୍ତି ନକଲି କୋହଲୀ । ଏହାକୁ ଦେଖି ବିରକ୍ତଭାବ ପ୍ରକାଶ କରିଛନ୍ତି କ୍ରିକେଟର । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲୀ ଙ୍କ ଦେଶବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି । ଯାହା ଫଳରେ ବିରାଟ କୋହଲୀ ଙ୍କ ନାମ ହିଁ ଗୋଟିଏ ବ୍ରାଣ୍ଡ ପାଲଟିଛି ।

ଏହି ଲୋକପ୍ରିୟତାର ଲାଭ ଉଠାଇବାକୁ ତାଙ୍କପରି ଦେଖାଯାଉଥିବା ଜଣେ ବ୍ୟକ୍ତି ବୋମ୍ବେର ରାସ୍ତାରେ ଜୋତା ବିକ୍ରି କରିବା ଆରମ୍ଭ କରିଛନ୍ତି । ଭାରତୀୟ ଟିମ ଭଳି ଜର୍ଷି ପିନ୍ଧି ସେ ବିରାଟ ଙ୍କ ଭଳି ଲୁକ ଆପଣାଇ ଥିବାରୁ ଲୋକେ ତାଙ୍କ ସହିତ ସେଲଫି ନେଉଥିବା ଦେଖାଯାଇଥିଲା । ତେବେ କ୍ରିକେଟର କୋହଲୀ ଏହାକୁ ଦେଖି ବିରକ୍ତ ପ୍ରକାଶ କରିଛନ୍ତି ଏବଂ ଉକ୍ତ ବ୍ୟକ୍ତି ଙ୍କୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

କୋହଲୀ ସେୟାର କରି ଉଲ୍ଲେଖ କରିଛନ୍ତି ଯେ କେହି ଜଣେ ମୋହର ନକଲ କରୁଛି । ମୁମ୍ବାଇ ର ରାସ୍ତାରେ ପୁମାର ପୋଷାକ ତଥା ଚପଲ ବିକ୍ରି କରୁଛି ଏହାକୁ କମ୍ପାନୀ ନୋଟିସ କୁ ନେବ ବୋଲି ପଚାରିଛନ୍ତି । ତେବେ ଖବର ଅନୁଯାୟୀ ଭାରତୀୟ ଟିମ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବାବେଳେ କୋହଲୀ ଏହି ସିରିଜରୁ ବ୍ରେକ ନେଇଛନ୍ତି । ନିକଟରେ ସେ ସ୍ତ୍ରୀ ଅନୁଷ୍କା ଶର୍ମା ଙ୍କ ସହିତ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ।

ତେବେ କୋହଲୀ ଙ୍କ ନାମ ଏଭଳି ଭାବରେ ଫେମସ ଆପଣ ମାନେ ମଧ୍ୟ ଜାଣିଥିବେ । ରାଜରାସ୍ତାରେ ଏହିଭଳି ପୁମା ର ଜୋତା ବିକ୍ରି କରି ନକଲି କୋହଲୀ ଲୋକପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି ତାହା ପରିଲକ୍ଷିତ ହେଉଛି । ଏହି ଦୃଶ୍ୟରେ ଦେଖିବାକୁ ମିଳିଥିଲା ଯେ ଅବିକଳ କୋହଲୀ ଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ଙ୍କ ପାଖରେ ଜଣେ ଯୁବକ ଯାଇ ଫଟୋ କ୍ଲିକ କରୁଛନ୍ତି ।

ତେବେ କେବଳ ଜଣେ ନୁହେଁ ବରଂ ଅନେକ ଲୋକେ ଯୁବକ ଙ୍କ ସହିତ ଫଟୋ କ୍ଲିକ କରୁଥିବାର ନଜର ଆସିଥିଲା । ଯୁବକଙ୍କ ପ୍ରକୃତ ନାମ କଣ ତଥା ସେ କେଉଁଠାରେ ବସବାସ କରନ୍ତି ତାହା ଜଣାପଡିନାହିଁ । କ୍ରିକେଟର ବିରାଟ କୋହଲୀ କିନ୍ତୁ ଏ ନେଇ ବହୁତ ଅଶୋନ୍ତୋଷତା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ବିରାଟ ଙ୍କ ପୋଷ୍ଟ ପରେ କମ୍ପାନୀ କେଉଁ ପଦକ୍ଷପ ଗ୍ରହଣ କରୁଛି ତାହା ଦେଖିବା ଅପେକ୍ଷାର ବିଷୟ ଅଟେ । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *