ପୁଟିନଙ୍କ ଆଗରେ ମୁଣ୍ଡ ନୂଆଁଇଲେ ଜେଲେଂସ୍କି , NATO ରେ ସାମିଲ ହେବାକୁ ନେଇ କହିଲେ ଏହି ବଡ କଥା, କଣ ଏବେ ଯୁଦ୍ଧ ହେବ ଶେଷ ?

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୧ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ କୁହାଯାଉଛି ୟୁକ୍ରେନ ଋଷ ଆଗରେ ନଇଛି । ଏହା ସହିତ ଋଷ ମଧ୍ୟ ନମ୍ରତା ପଦର୍ଶନ କରୁଥିବାର ନଜର ଆସୁଛି ।

ବନ୍ଧୁଗଣ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି, ତାଙ୍କୁ ନାଟୋରେ ସାମିଲ ହେବାର ନାହିଁ । ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆନ ନ୍ୟୁଜ ଚ୍ୟାନେଲ ଏବିଶି ସହ କଥାବାର୍ତ୍ତା ହେବା ବେଳେ ବି ଏହି କଥା କହିଥିଲେ । ବନ୍ଧୁଗଣ ଜେଲେନ୍ସକି ଆଉ ନାଟୋରେ ସାମିଲ ହେବାକୁ ଚାହୁଁ ନାହାନ୍ତି ଓ ତାଙ୍କର ଏହି ବୟାନ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜ ଦେଶ ଓ ନିଜ ନାଗରିକଙ୍କୁ ବଞ୍ଚାଇବା ପାଇଁ ଜେଲେନ୍ସକି ଏଭଳି ବୟାନ ଦେଇଛନ୍ତି । ବନ୍ଧୁଗଣ ଯୁଦ୍ଧରେ ସାଧାରଣ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେଣୁ ଉପାୟ ଶୂନ୍ୟ ହୋଇ ଜେଲେନ୍ସକି ଏଭଳି ନିଷ୍ପତ୍ତି ନେଇଛନ୍ତି । ବନ୍ଧୁଗଣ ନାଟୋ ପାଇଁ ହିଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ଆଉ ଏବେ ଜେଲେନ୍ସକି ନାଟୋ ସହ ସାମିଲ ନହେବା କଥା କହିଦେଲେ ।

ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ୪ ଥର ମିଟିଙ୍ଗ ହୋଇସାରିଛି । ତେବେ ଏବେ ୟୁକ୍ରେନ ଋଷ ସାମ୍ନାରେ ନଇ ଥିବାର ନଜର ଆସୁଛି । ବନ୍ଧୁଗଣ ଏବେ ଏହି ଦୁଇଟି ଦେଶ ମଧ୍ୟରେ ସନ୍ଧି ହୋଇପାରେ ବୋଲି କୁହାଯାଉଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *