ନାଗର ଏମିତି ପ୍ରତିଶୋଧ ଆଗରୁ ଆପଣ କେବେ ବି ଦେଖି ନଥିବେ ! ପ୍ରତିଶୋଧ ନେବା ପାଇଁ ଲୋକଟି ସହିତ ସାଫା ଯାହା କଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନାଗକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । କେବଳ କାହାଣୀ ନୁହେଁ, ଅନେକ ହିନ୍ଦୀ, ଓଡ଼ିଆ, ତେଲୁଗୁ ଫିଲ୍ମ ମଧ୍ୟ ଦେଖିଥିବେ । କେତେବେଳେ ଭଗବାନ ଙ୍କ ଆଉ ଏକ ରୂପ ଭାବରେ ନାଗ ସାପ କୁ ଚିତ୍ରଣ କରାଯାଇଛି ତ ପୁଣି କେବେ ମଣିଷ ଓ ନାଗ ଭିତରେ ପ୍ରତିଶୋଧ ର କାହାଣୀ ଦେଖିଥିବେ । ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ନାଗ ମଣିଷ ଘଟଣା ସମ୍ପର୍କରେ କହିବୁ ଯାହା କୌଣସି ଫିଲ୍ମ ର କାହାଣୀ ଠାରୁ କମ ନୁହେଁ ।

କିନ୍ତୁ ଏହା ମିଛ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ସତ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଜଣେ ବ୍ୟକ୍ତି କୁ ୭୨ ଥର ଆକ୍ରମଣ କରିଛି ନାଗ ସାପ । ଏହା ଶୁଣିବା ପରେ ମନରେ ଭୟ ଆସିବା ନିଶ୍ଚିତ ରୂପରେ ସ୍ୱାଭାବିକ । ଆନ୍ଧ୍ରପ୍ରଦେଶ ର ଚିତ୍ତୁର ଜିଲ୍ଲା କୁମାରାଗୁଣ୍ଟା ଗ୍ରାମ ର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନା କୁ ଆସିଛି । ଏହି ଗ୍ରାମ ର ବାସିନ୍ଦା ଶୁଭ୍ର ମନୀୟମ କହିଛନ୍ତି ଯେ ତାଙ୍କୁ ସାପ ୭୨ ଥର ଦଂଶନ କରିଛି ।

ସେ ଆଜି ପର୍ଯ୍ୟନ୍ତ ସାପ କାମୁଡିବା ସତ୍ତ୍ୱେ ମଧ୍ୟ ଜୀବିତ ଅଛନ୍ତି । ତେବେ ଏହି ଘଟଣା କୁ ନେଇ ଶୁଭ୍ର ମନୀୟମ କହିଛନ୍ତି, ସେ ଯେତେବେଳେ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଥିଲେ ସେତେବେଳେ ପ୍ରଥମ ଥର ପାଇଁ ତାଙ୍କୁ ନାଗ ସାପ କାମୁଡ଼ି ଥିଲା । ଏହାପର ଠାରୁ ଏଭଳି କେଉଁ ବର୍ଷ ବି ଯାଇ ନାହିଁ ତାଙ୍କୁ ନାଗ ନ କାମୁଡ଼ିଛି । ତେବେ କାହିଁକି ନାଗ ତାଙ୍କୁ ପ୍ରତି ବର୍ଷ କାମୁଡୁଛି ସେ ସ୍ୱୟଂ ମଧ୍ୟ ଜାଣି ନାହାନ୍ତି । କେହି କେହି ଏହାକୁ ନାଗର ପ୍ରତିଶୋଧ ମଧ୍ୟ କହୁଛନ୍ତି ।

ପ୍ରତି ବର୍ଷ ଅମାବାସ୍ୟା ଦିନ ଶୁଭ୍ର ମନୀୟମ ଙ୍କ ଘରର କବାଟ ସାମ୍ନା ରେ ନାଗ ସାପ ଯେମିତି ହେଲେ ବି ଦେଖା ଦେଇଥାଏ । ଏହାପର ଠାରୁ ନାଗ ସାପ ପ୍ରତି ଶୁଭ୍ର ମନୀୟମ ଙ୍କ ଡର ବଢିଥିଲା । କେବଳ ଡରୁ ନଥିଲେ ବରଂ ଘରୁ ବାହାରିବା ମଧ୍ୟ ବନ୍ଦ କରି ଦେଇଥିଲେ । ଆଜି କୁ ୩୨ ବର୍ଷ ହେଲାଣି ଶୁଭ୍ର ମନୀୟମ ଙ୍କ ସହିତ ଏମିତି ଘଟି ଆସୁଛି । ତେବେ ଏହି ଘଟଣା କୁ ନେଇ ଶୁଭ୍ର ମନୀୟମ ଦୁଃଖ ପ୍ରକାଶ କରିବା ସହିତ ସବୁବେଳେ ଗୋଟିଏ ପ୍ରଶ୍ନ ର ଉତ୍ତର ଖୋଜି ହେଉଛନ୍ତି ଯେ, ସାପ କେଉଁ ଘଟଣା ର ପ୍ରତିଶୋଧ ନେବାକୁ ଚାହୁଁଛି ?

ଶୁଭ୍ର ମନୀୟମ ଜଣେ ଚାଷୀ ହୋଇ ଥିବାରୁ ନାଗକୁ ଡରି ସେ କାମ କୁ ଯାଇ ପାରନ୍ତି ନାହିଁ । ଏମିତି କି ତାଙ୍କୁ ପ୍ରତି ବର୍ଷ ସାପ କାମୁଡୁ ଥିବାରୁ ନିଜ ଚିକିତ୍ସା ପାଇଁ ୫୦,୦୦୦ ଟଙ୍କା ଖର୍ଚ୍ଚ କରିବା ମୁସ୍କିଲ । ଏଭଳି ପରିସ୍ଥିତି ରେ ତାଙ୍କୁ ରକ୍ଷା କରିବା ପାଇଁ ସେ ଭଗବାନ ଙ୍କୁ ପ୍ରାର୍ଥନା କରୁଥିବା ବୋଲି କହିଛନ୍ତି । ଘଟଣା କୁ ନେଇ ଜଣେ ସାପ ଧରାଳି କହିଛନ୍ତି ଯେତେବେଳେ ସାପ ପାଖରେ ସ୍ମରଣ ଶକ୍ତି ନାହିଁ ତେବେ ସେ କେଉଁ ବ୍ୟକ୍ତି କୁ ମନେ ରଖିବା ସହିତ ପ୍ରତିଶୋଧ ନେଇ ପାରିବା ସମ୍ଭବ ନୁହେଁ ।

ଏହା କେବଳ କଥା କଥିତ ମିଛ । ସାପ ପାଖରେ କୌଣସି ବ୍ୟକ୍ତି କିମ୍ବା ଜିନିଷ ଅଥବା ସାମାଜିକ ବନ୍ଧନ ନଥାଏ । ଶୁଭ୍ର ମନୀୟମ ଙ୍କ ସହିତ ଯାହା ହେଉଛି ତାହା କେବଳ ସଂଯୋଗ ବୋଲି ସାପ ଧରାଳି କହିଛନ୍ତି । ଭାରତରେ ପ୍ରତି ବର୍ଷ ଷାଠିଏ ହଜାର ବ୍ୟକ୍ତି ସାପ କାମୁଡ଼ା ର ଶିକାର ହୋଇ ପ୍ରାଣ ହରାଇ ଥାଆନ୍ତି । ବଡ଼ କଥା ହେଉଛି ଶୁଭ୍ର ମନୀୟମ ଙ୍କୁ ଏକାଧିକ ଥର ସାପ କାମୁଡିବା ପରେ ମଧ୍ୟ ସେ ବଞ୍ଚିଛନ୍ତି । ଏହି ସମ୍ବନ୍ଧରେ କୁହାଯାଇ ପାରିବ ତାଙ୍କ ଭାଗ୍ୟ ଜୋର ଅଟେ । ଯେଉଁ କାରଣରୁ ସେ ବର୍ତ୍ତି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *