ଏତେ ଦିନ ପରେ ମିଳିଲା ନନ୍ଦ ମଉସାଙ୍କ ଧୋତି, ହେଲେ କୁଆଡେ ଗଲେ ନନ୍ଦ ମଉସା ? କଣ ଲୁଚାଉଛି ବନ ବିଭାଗ ?

ବନ୍ଧୁଗଣ, ଗତ ୧୪ ଦିନ ହେବ ଏକ ଖବର ସମସ୍ତଙ୍କୁ ଚାଞ୍ଚଲ୍ୟ କରିଦେଇଥିଲା । ଜଣେ ବୟସ୍କ ବ୍ୟକ୍ତି ୧୪ ଦିନ ହେବ ନିଖୋଜ ଅଛନ୍ତି । ତେବେ ଏଭଳି କ’ଣ ହୋଇଥିବା ତାଙ୍କ ସହିତ ଯେ ତାଙ୍କର ସନ୍ଧାନ ହିଁ ମିଳୁନାହିଁ ? ଡମପଡା ଚନ୍ଦକା ଅଭୟାରଣ୍ୟରେ ନିଖୋଜ ନନ୍ଦ କିଶୋର ବେହେରାଙ୍କ ଆଜି ମଧ୍ୟ ଖୋଜ ଖବର ମିଳୁନାହିଁ । ଗାଡି ତଥା ପୋଷାକ ଜବତ କରିଥିବା ବେଳେ ପୋଲିସ କୁ ମିଳୁନାହିଁ ନନ୍ଦ କିଶୋରଙ୍କର କୌଣସି ସୁରାଗ ।

ତେବେ ଏହା ମଧ୍ୟରେ ନନ୍ଦ ମଉସା ଙ୍କ ଧୋତି ମିଳିଛି । ଏହାକୁ ନେଇ ସନ୍ଦେହ ଆହୁରି ବଢିବାରେ ଲାଗିଛି । ଅଜଗର ଗିଳିବା ସନ୍ଦେହ ମିଛ ବୋଲି ବନ ବିଭାଗ ପୋଲିସ ଏବଂ ବିଶେଷଜ୍ଞ କହିବା ପରେ ନନ୍ଦ କିଶୋରଙ୍କ ନିଖୋଜ ଆହୁରି ରହସ୍ୟମୟ ହୋଇଯାଇଛି । ପୋଲିସ ଏବଂ ବନ ବିଭାଗ ନିଜ ନିଜ ଦୋଷ ଲୁଚାଇବାକୁ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । ତେଣୁ କ୍ରାଇମ ବ୍ରାଞ୍ଚ କୁ ତଦନ୍ତ ଭାର ଦିଆଯାଉ ।

ବର୍ତ୍ତମାନ ମଧ୍ୟ ବାଙ୍କି ଡମପଡା ଜଙ୍ଗଲର ବେଙ୍ଗପାଣି ଘାଟିରେ ଏବେ ମଧ୍ୟ ଗଛ ଡାଳରେ ନନ୍ଦ ମଉସା ଙ୍କ ଧୋତି ବନ୍ଧାହୋଇଛି । ସେଥିରେ ପଲିଥିନ ରେ ପଶି ଟଙ୍ଗା ହୋଇଛି ନନ୍ଦ ମଉସାଙ୍କ ଧୋତି । ଏହାକୁ ପୋଲିସ ଏପର୍ଯ୍ୟନ୍ତ ମଧ୍ୟ ତଦନ୍ତ ପରିସରଭୁକ୍ତ କରିନଥିବା ଅଭିଯୁକ୍ତ କରିଛନ୍ତି ନନ୍ଦ ମଉସା ଙ୍କ ପରିବାର ଲୋକେ । ତେବେ ଭି-ଡି-ଓ ରେ ଥିବା ଗଛ ପାଖ ଖାଲୁଆ ଜାଗାରେ ନନ୍ଦ ମାଉସା ଙ୍କ ଚପଲ ପଡିଥିଲା । ନନ୍ଦ ମଉସା ଙ୍କ ନିଖୋଜ କୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଅଜଗର ମଣିଷ କୁ ଗିଳିପାରିବ କି ?

ଯଦି ଅଜଗର ଗିଳି ନାହିଁ ତେବେ ନନ୍ଦ ମଉସା ଗଲେ କୁଆଡେ ? ତେବେ ସୂଚନା ଅନୁଯାୟୀ ପରିବାର ଲୋକେ କହିଛନ୍ତି ଯେ ପ୍ରଥମେ ତାଙ୍କ ଗାଡି ମିଳିଲା । ଏହାପରେ ବନ୍ଧ ଉପରେ ତାଙ୍କ ଧୋତି ତଥା ଚପଲ କିଏ ଆଣି ରଖିଲେ, ଏହାପରେ ସାପ ଗିଳିବା କଥାକୁ ଭାଇରାଲ କରିଛନ୍ତି କେଉଁ ଲୋକ ? ଠିକ ସେ ଇଙ୍କ୍ବାରୀ କରିବା ସହିତ ତଦନ୍ତ ଠିକରେ କରିବା ନିମନ୍ତେ ପ୍ରଶାସନ କୁ ଦାବି କରିଛନ୍ତି ପରିବାର ଲୋକେ ।

ନନ୍ଦ ମଉସା ଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହୁଛନ୍ତି ଯେ ମୋ ସ୍ଵାମୀ କୁ ଖୋଜି ମୋ ପାଖକୁ ଆଣି ଦିଅନ୍ତୁ । ଅଧିକ କଣ କହିବି ଆଉ କିଛି କହିବାକୁ ତାଙ୍କ ପାଟି ଫିଟୁନି ବୋଲି ସେ କହିଛନ୍ତି । କାରଣ ୧୪ ଦିନ ପ୍ରାୟ ହେଲାଣି ବର୍ତ୍ତମାନ ନନ୍ଦ ମଉସା ଙ୍କର କୌଣସି ପ୍ରକାରର ଖବର ମିଳିନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.