ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ?

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଜଣାଶୁଣା ମନ୍ତ୍ରୀ ଅଟନ୍ତି ।ସେ ଜଣେ ବହୁତ ଭଲ ଲେଖକ ମଧ୍ୟ ଅଟନ୍ତି ।ତାଙ୍କର ରାଜନୀତି କ୍ଷେତ୍ରରେ ବହୁତ୍ ଭଲ ଜ୍ଞାନ ରହିଛି ଯାହାଦ୍ବାରା ସେ ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ।ସେ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନୀତ କଥା ଯାହା ଆପଣଙ୍କୁ ବହୁତ ଭଲ ଲାଗିବ ।ନବୀନ ପଟ୍ଟନାୟକ ଙ୍କ ବିଷୟରେ ବହୁତ ଲୋକ ବହୁତ କିଛି ଜାଣିଛନ୍ତି ଏବଂ ଆମେ ଆଜି କିଛି ନୂଆ ନୂଆ କଥା ଆପଣଙ୍କୁ ଜଣେଇବୁ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।

ବନ୍ଧୁଗଣ ନବୀନ ପଟ୍ଟନାୟକଙ୍କ ଜନ୍ମ ହୋଇଥିଲା ୧୬ ଅକ୍ଟୋବର ୧୯୪୬ ମସିହାରେ ଏବଂ ତାଙ୍କ ଜନ୍ମ କଟକ ଠାରେ ହୋଇଥିଲା ।ତାଙ୍କ ବାପା ମଧ୍ୟ ବହୁତ ଜଣାଶୁଣା ଲୋକ ।ଆପଣମାନେ ତାଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ସେ ଜଣେ ବହୁତ ବଡ଼ ନେତା ଥିଲେ ଏବଂ ତାଙ୍କ ନାମ ଥିଲା ବିଜୁ ପଟ୍ଟନାୟକ ।

ତାଙ୍କ ମାତାଙ୍କ ନାମ ଥିଲା ଜ୍ଞାନ ପଟ୍ଟନାୟକ ଓ ସେ ଜଣେ ପଞ୍ଜାବୀ ଥିଲେ ।ସେ ନିଜର ପାଠ ପଢା ଡେରାଡୁନ ଠାରେ କରିଥିଲେ ଏବଂ ସେ ଦିଲ୍ଲୀ ୟୁନିଭରସିଟି ରେ ନିଜର ବି.ଏ ପାସ କରିଥିଲେ ।ସେ ପ୍ରଥମେ ଜଣେ ବହୁତ ଭଲ ଲେଖକ ଥିଲେ ।ସେ ସବୁବେଳେ ରାଜନୀତି ଠାରୁ ଦୂରେଇ ରହୁଥିଲେ ହେଲେ ତାଙ୍କ ବାପାଙ୍କର ୧୯୯୭ ମସିହାରେ ମୃତ୍ୟୁ ହୋଇଯାଇଥିଲା ।ପରେ ତାଙ୍କର ରାଜନୀତି ରେ ଇଚ୍ଛା ନଥିଲେ ମଧ୍ୟ ସେ ସ୍ଥାନ ନେବାକୁ ବାଧ୍ୟ ହୋଇଥିଲେ ।

ଏହା ପରେ ସେ ଗୋଟେ ବର୍ଷ ପରେ ନିଜ ବାପାଙ୍କ ନାମରେ ଏକ ବିଜୁ ଜନତା ଦଳ ଗଠନ କଲେ ।ସେ ଗରିବଙ୍କ ପ୍ରତି ସରଳ ନୀତି ଓ ଦୁର୍ନୀତି ପ୍ରତି କଠୋର ନୀତି ଯୋଗୁଁ ଜନତା ତାଙ୍କୁ ବହୁତ ଭଲ ପାଉଥିଲେ ।ସେଥିପାଇଁ ସେ ଚାରି ଚାରି ଥର ଭୋଟ ଦ୍ଵାରା ନିଯୁକ୍ତି ହୋଇ ଆମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ତାଙ୍କ ବାପାଙ୍କ ଦେହାନ୍ତ ପରେ ସେ ଲୋକସଭାକୁ ନିଯୁକ୍ତି ହୋଇଥିଲେ ।ଏହାପରେ ସେ ବିଜେଡି ଦଳର ନେତା ଭାବେ କାର୍ଯ୍ୟ କରିଥିଲେ ।ଏହାପରେ ସେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।ଏହାପରେ ସେ ଓଡିଶା ପାଇଁ ଏତେ କାର୍ଯ୍ୟ କରିଛନ୍ତି ଯେ କହିବା ବହୁତ କଷ୍ଟ ହୋଇଥାଏ ।ସେ ଗରିବ ମାନଙ୍କ ପାଇଁ ବହୁତ ଭଲ ବଡ ବଡ କାର୍ଯ୍ୟ କରିଛନ୍ତି ସେଥିପାଇଁ ଯେତେ ନେତା ଆସିଲେ ବି ନବୀନ ପଟ୍ଟନାୟକଙ୍କୁ କେହି ହରେଇପାରିବେ ନାହିଁ ।

ସେଥିପାଇଁ ତାଙ୍କୁ ଚର୍ତୁଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।ନବୀନ ପଟ୍ଟନାୟକ ଏକ ମାତ୍ର ମୁଖ୍ୟ ମନ୍ତ୍ରୀ ଯେ କି ନିଜ ଓଡ଼ିଆ ଭାଷା ଜାଣିନାହାନ୍ତି ।ସେ ହିନ୍ଦୀ ,ଇଂରାଜି ,ପ୍ରାନ୍ସ ଭାଷାରେ ନିପୁଣ ଅଛନ୍ତି ।ସେ ନିଜ ଓଡ଼ିଆ ଭାଷା ଜାଣିନାହାନ୍ତି ବୋଲି ବହୁତ ଜାଗାରେ ଅପମାନ ପାଇଛନ୍ତି ।ତାଙ୍କୁ ବହୁତ ଆଦର୍ଶ ମୁଖ୍ୟମନ୍ତ୍ରୀ ର ପୁରସ୍କାର ମଧ୍ୟ ଦିଆ ଯାଇଛି ।

ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପତି ବିଷୟରେ କିଛି ।ସେ ହେଉଛନ୍ତି ପ୍ରାୟ ୫୦ କୋଟି ସମ୍ପତ୍ତିର ମାଲିକ ।ତାଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରାୟ ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା ରହିଅଛି।ତାଙ୍କର ସୁନା ଗହଣାରେ ଲୋଭ ନାହିଁ ହେଲେ ବି ତାଙ୍କ ପାଖରେ ପ୍ରାୟ ୨ ଲକ୍ଷ ୮୯ ହଜାର ଟଙ୍କାର ସୁନା ମଧ୍ୟ ଅଛି ।୧୯୮୦ ମଡେଲର ଏକ ଆମ୍ବାସଟର ଗାଡି ଅଛି ।ଫରିଦାବାଦ ରେ ତାଙ୍କର ବହୁତ ଜମି ଓ କୋଠା ଅଛି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *