‘ମୁଁ ମରିଗଲେ ମୋ ମୁହଁକୁ ଦେଖିବ ନାହିଁ କି ମତେ…’ ମୃତ୍ୟୁ ପୂର୍ବରୁ କିଛି ଏମିତି ଲେଖି ଦେଇଗଲେ ନବବଧୂ, କାରଣ ଜାଣି ଆପଣ ମଧ୍ୟ କାନ୍ଦି ପକେଇବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମୁଁ ଶାଶୂଘର ଲୋକଙ୍କ ତାଛଲ୍ୟ ଆଉ ସହି ପାରୁନି । ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡ଼ିଲିଣି । ମୋର ଅନ୍ତିମ ସଂସ୍କାର ମୁଁ ଜନ୍ମ ହୋଇଥିବା ଗାଁରେ କରାଇବେ । ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ । ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’ । ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତୟଆ କରିଛନ୍ତି ଜଣେ ନବବଧୂ ।

ହରିୟାଣାର ସାଇବର ସିଟି ଗୁରୁଗ୍ରାମରେ ଜଣେ ନବବଧୂଙ୍କ ଆତ୍ମହତୟଆକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଗୁରୁଗ୍ରାମ କାର୍ଟର ପୁରୀ ଗାଁର ୨୫ ବର୍ଷୀୟ ନବବିବାହିତା ଋତୁଙ୍କ ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଚାଲି ଯାଇଛନ୍ତି । ଯେଉଁଥିରେ ସେ ଆତ୍ମହତୟଆର କାରଣ ଓ ଶେଷ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଆତ୍ମହତୟଆ ପାଇଁ ସେ ଶାଶୂ ଘର ଲୋକଙ୍କୁ ଦାୟୀ କରିଛନ୍ତି ।

ସୁଇସାଇଡ୍‌ ନୋଟ୍‌ରେ ଋତୁ ନିଜ ଶେଷ ଇଚ୍ଛା ସମ୍ପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି, ‘ମୁଁ ମରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ନ ଦେଖନ୍ତି । ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି । ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡ଼ିଲିଣି । ’ ତେବେ ଘଟଣାକୁ ନେଇ ଋତୁଙ୍କ ଭାଇ କହିଛନ୍ତି ଗତ ଫେବୃଆରୀ ୧୮ରେ ଦିଲ୍ଲୀର ଚେତନ ନାମକ ଜଣେ ଯୁବକଙ୍କ ସହ ମୋ ଭଉଣୀର ବାହାଘର ହୋଇଥିଲା ।

ମୋ ଭଉଣୀ ଏମବିଏ ପରେ ଚାକିରି କରିବାକୁ ଚାହୁଁଥିଲା । ହେଲା ତା ଶାଶୂ ଘର ଲୋକଙ୍କୁ ଏହା ପସନ୍ଦ ନଥିଲା । ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ମୋ ଭଉଣୀକୁ ହଇରାଣ କରୁଥିଲେ । ଫଳରେ ଏସବୁ ସହି ନପାରି ଆତ୍ମହତୟଆ କରିବାକୁ ସେ ବାଧ୍ୟ ହୋଇଥିଲା । ତେବେ ସମ୍ପର୍କୀୟଙ୍କ କହିବା ଅନୁସାରେ ୩ ମାସ ପୂର୍ବେ ଋତୁଙ୍କ ବିବାହ ହୋଇଥିଲା । ବିବାହରେ ଆମେ ନିଜ ସାମର୍ଥ୍ୟଠୁ ଅଧିକ ଯୌତୁକ ଦେଇଥିଲୁ ।

ହେଲେ ଛୋଟ ଛୋଟ କଥାକୁ ନେଇ ଶାଶୂ ଘର ଲୋକ ଋତୁଙ୍କୁ ହଇରାଣ କରୁଥିଲେ । ସବୁକିଛି ଠିକ୍‌ ହୋଇଯିବ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏସବୁ କହି ଆମେ ଋତୁଙ୍କୁ ବୁଝାଇଥିଲୁ । ହେଲେ ଆମେ ଜାଣି ନଥିଲୁ ଶ୍ୱଶୁର ଘର ଲୋକଙ୍କ ତାଚ୍ଛଲ୍ୟରେ ସେ ଏତେ ଅସହ୍ୟ ହୋଇ ପଡ଼ିବେ ଓ ଶେଷରେ ସେ ଆତ୍ମହତୟଆ କରିବେ ।

ଅନ୍ୟପକ୍ଷେ ଋତୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ଶାଶୂ ଘର ଲୋକଙ୍କ ବିରୋଧରେ ଯୌତୁକ ହତୟଆ ନେଇ ମାମଲା ରୁଜୁ ହୋଇଛି । ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *