ବନ୍ଧୁଗଣ ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।
1- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର- ବେଲୁନ ।
2- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?
ଉତ୍ତର- ବୋତଲ ।
3- ମୁଁ ଜଣେ ମଣିଷ କୁ ଦୁଇ ଜଣ କରିଦିଏ, ମୁଁ କିଏ ?
ଉତ୍ତର- ଆଇନା ।
4- କେଉଁ ଜୀବ ର ପାଦ ନାହିଁ କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ ?
ଉତ୍ତର- ସାପ ।
5- ସେ କିଏ ଯିଏ ସବୁବେଳେ ତା ମୁହଁ କୁ ଭୁଇଁ ରେ ଘସୁଥାଏ ?
ଉତ୍ତର- ଝାଡୁ ।
6- କେଉଁ ଦୀପ ଜଳେ ନାହିଁ ?
ଉତ୍ତର- ପାରାଦୀପ ।
7- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରରେ ସୁଖେ ନାହିଁ ?
ଉତ୍ତର- ଝାଳ ।
8- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟ କୁ ରାସ୍ତା ଦେଖାଏ ?
ଉତ୍ତର- ଅନ୍ଧ ଲୋକଙ୍କ ବାଡି ।
9- ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନ ଥାଏ ?
ଉତ୍ତର- ଏପ୍ରିଲ ଫୁଲ ।
10- ଫୁଲ ନ ହେଲେ ବି ବାସ୍ନା ହୁଏ । ଈର୍ଷା ନ ଥିଲେ ବି ଜଳିଥାଏ । ତାହା କଣ ?
ଉତ୍ତର- ଧୂପକାଠି ।
11- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା । ଏହାର ଉତ୍ତର କଣ ?
ଉତ୍ତର- ଛୁଞ୍ଚି ସୂତା ।
12- ରାମୁର ବାପାଙ୍କ 3 ପୁଅ । ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କଣ ?
ଉତ୍ତର- ରାମୁ ।
13- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?
ଉତ୍ତର- ଜ୍ଞାନ ।
14- ଲୋକ ମାନେ ମୋତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନ ଥାନ୍ତି ? ମୁଁ କିଏ ?
ଉତ୍ତର- ଚାମଚ ।
15- ନ ଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି । କହିବାକୁ ମଧ୍ୟ ଲାଜ କରନ୍ତି । ତାହା କଣ ?
ଉତ୍ତର- ଚପଲ ବା ଜୋତା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।