ଓଡିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ Draupadi Murmu, ଦେଖନ୍ତୁ କିପରି କରାଗଲା ମୁର୍ମୁଙ୍କ ଭବ୍ୟ ସ୍ଵାଗତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଉତ୍ସବ ମୁଖର ପରିବେଶ ବର୍ତ୍ତମାନ ଭୁବନେଶ୍ଵର ବିମାନ ବନ୍ଦର ପରିସରରେ ସୃଷ୍ଟି ହୋଇଥିଲା । ଏବଂ ବିଜେପି ତଥା ବିଜେଡି ର ତମାମ ନେତୃବୃନ୍ଦ ଉପସ୍ଥିତ ଥିଲେ । ପାରମ୍ପରିକ ବେଶବୁଷା ସଙ୍ଗକୁ ପାରମ୍ପରିକ ନୃତ୍ୟ ସେଠାରେ ପରିବେଷଣ କରାଯାଇଥିଲା । ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ସ୍ଵାଗତ କରାଯାଇଥିଲା । ଟାଇଟ ସିକ୍ୟୁରିଟି ମଧ୍ୟ ରହିଥିଲା ।

ପାରମ୍ପରିକ ନୃତ୍ୟ ଏବଂ ପାରମ୍ପରିକ ବାଦ୍ୟଜନ୍ତ୍ରରେ ପ୍ରକୋମ୍ପିତ ହୋଇଛି ବର୍ତ୍ତମାନ ଭୁବନେଶ୍ବରର ବିମାନ ବନ୍ଦର ପରିସର । ସମସ୍ତେ ଏକାଠି ହୋଇ ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ କରିବା ନିମନ୍ତେ ବିରାଟ ଆୟୋଜନ କରାଯାଇଥିଲା । ତେବେ NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପହଞ୍ଚି ସାରିଛନ୍ତି । ଏହାପରେ ଭୁବନେଶ୍ଵର ବିମାନ ବନ୍ଦର ବାହାରକୁ ମଧ୍ୟ ଆସିଛନ୍ତି । ଭୁବନେଶ୍ଵରର ସାଂସଦ ଅପରାଜିତା ଶଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଦ୍ରୌପଦୀ ମୁର୍ମୁ ବହୁତ କଷ୍ଟ କରି ଏହି ସ୍ଥାନ କୁ ପ୍ରାପ୍ତି କରିଛନ୍ତି । ସେଠାରୁ ସେ ସିଧାସଳଖ ଅତିଥି ଭାବନକୁ ଯାଇଥିଲେ ଏବଂ କଡା ସୁରକ୍ଷା ମଧ୍ୟରେ ସେ ଅତିଥି ଭବନରେ ପହଞ୍ଚିଥିବା ସୂଚନା ମିଳିଅଛି । ରାଜ୍ୟ ଅତିଥି ଭବନରେ ଦ୍ରୌପଦୀ ମୁର୍ମୁ ପହଞ୍ଚି ସେଠାରେ ହାତ ହଲାଇ ସମ୍ଭୋଧନା କରିଥିଲେ । ଏହି ଠାରେ ଆଲୋଚନା ହେବାକୁ ଯାଉଅଛି । ଏହାପରେ ଆଉ ଏକ କାର୍ଯ୍ୟକ୍ରମ ହେବାକୁ ଯାଉଅଛି ଯେତେବେଳେ ବିଧାନସଭା ପରିସର କୁ ଯିବେ, ଏବଂ ବିଜୁ ଜନତା ଦଳ ତଥା ବିଜେଡି ଦଳ ସହିତ ଆଲୋଚନା କରିବେ ।

ତେବେ ନିଜ ଜୀବନରେ ଅନେକ ଦୁଖଃ କଷ୍ଟ ସହି ଦ୍ରୌପଦୀ ମୁର୍ମୁ ଏପର୍ଯ୍ୟନ୍ତ ଆସିଛନ୍ତି । ତାଙ୍କ ମନରେ ଅଳ୍ପକେ ରହିଯାଇଥିଲା ଦୁଖ । ତାହା ହେଉଛି ତାଙ୍କ ସ୍ଵାମୀ ତଥା ଦୁଇ ପୁଅ । ଏହି ତିନି ଜଣ ବର୍ତ୍ତମାନ ସଂସାରରେ ନାହାଁନ୍ତି । ତେବେ କେଉଁଠି ନା କେଉଁଠି ଦ୍ରୌପଦୀ ମୁର୍ମୁ ଚିନ୍ତା କରୁଥିବେ ଯେ ପରିବାର ଲୋକେ ଜୀବିତ ଥିଲେ ସେ ମଧ୍ୟ ବହୁତ ଆନନ୍ଦ ପ୍ରକାଶ କରିଥାନ୍ତେ ।

ଓଡ଼ିଶାର ଗୌରବ ଦ୍ରୌପଦୀ ମୁର୍ମୁ । ବହୁତ ବଡ ପଦବୀ ପାଇଁ ପ୍ରାର୍ଥି ଭାବରେ ନିର୍ବାଚିତ ହୋଇଛନ୍ତି । ଏହାକୁ ନେଇ ଓଡିଶା ବାସୀଙ୍କ ଖୁସିର ସୀମା କହିଲେ ନସରେ । ଭଗବାନ ଆଶୀର୍ବାଦ କରନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ଯେ ସେ ଜନକଲ୍ୟାଣ ନିମନ୍ତେ ଆଗକୁ ଆସି ଭାରତ ଦେଶର ଭାର ନିଜ ଅଧିନକୁ ନିଅନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀଟି ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *