ମହାନଦୀର କରାଲ ରୂପ, ଦେଖିବା ପାଇଁ ମୁଣ୍ଡଳୀ Bridge ଉପରେ ଲାଗିଛି ଲୋକଙ୍କ ଭିଡ…ଦେଖନ୍ତୁ Video

ମାଳ ମାଳ ଗାଡି ହଜାର ହଜାର ଲୋକ ମହାନଦୀର ମୁଣ୍ଡାଳି ବ୍ରିଜରେ ଯାତ୍ରା ଭଳି ଭିଡ । ହେଲେ ଲୋକ ମାନେ ଯାତ୍ରା ଦେଖିବାକୁ ଆସି ନାହାନ୍ତି ଲୋକ ମାନେ ଆସିଛନ୍ତି ମହାନଦୀରେ ବନ୍ୟା ପାଣି ଦେଖିବାକୁ । ବ୍ରିଜ ଉପରୁ ବନ୍ୟା ଜଳର ମଜା ଉଠେଇବାକୁ । କିଏ ସାଙ୍ଗ ସାଥି ସହ ଆସିଛି ତ ଆଉ କିଏ ପୁରା ପରିବାରକୁ ନେଇ । ସକାଳୁ ରାତି ଯାଏଁ ଅସମ୍ଭବ ଭିଡ । ବନ୍ୟା ପାଣି ସହ ଯମୁଛି ସେଲଫି ।

ସାଙ୍ଗ ସାଥିଙ୍କ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୁଳକୁ ଯାଇ ଫଟୋ ମଧ୍ୟ ଉଠାଉ ଛନ୍ତି ।ବନ୍ଧୁଗଣ ଏ ଦୃଶ୍ୟ ଦେଖିଲେ ଏମିତି ଲାଗୁଛି ବନ୍ୟା ଯେପରି ସହରୀ ଲୋକଙ୍କ ପାଇଁ ମନୋରଞ୍ଜନ ସାଜିଛି । ଶହ ଶହ ଗାଡି ମଟର ଓ ଟ୍ରାଫିକ ଭିତରେ ଆମ୍ବୁଲାନ୍ସ ବି ଫସିଛି । ହେଲେ ଲୋକ ବେଫିକର । ବନ୍ଧୁଗଣ ନାରାଜରେ ବି ସମାନ ଦୃଶ୍ୟ । ବ୍ରିଜ ଉପରେ ଲାଗିଛି ଗାଡିର ଲମ୍ବା ଲାଇନ ସୋରିଷ ପକେଇବାକୁ ବି ଜାଗା ନାହିଁ ।

ନାରାଜ ଏବେ ଖଚା ଖଚ ଭିଡ ରାତି ପାହିଲା ମାତ୍ରେ ଲୋକେ ପହଞ୍ଚି ଯାଉଛନ୍ତି ବନ୍ୟା ପାଣି ଦେଖିବା ପାଇଁ । ଦିନ ତମାମ ଭିଡ ଆଉ ସନ୍ଧ୍ୟାରେ ଅସମ୍ଭାଳ ଟ୍ରାଫିକ । ଭିଡ ହଟେଇବାକୁ ନାକେ ଦମ ହେଉଛି ପୋଲିସ । ମହାନଦୀର ବନ୍ୟା ଜଳ ଦେଖିବାକୁ ତିନି ଦିନ ହେଲା ଯୋବ୍ରାରେ ମଧ୍ୟ ଭିଡ କିଛି କମ ନୁହେଁ । ସକାଳୁ ସନ୍ଧ୍ୟା ଯାଏଁ ପିଲା ଠାରୁ ବୁଢା ବ୍ରିଜ ଉପରୁ ବିପଦ ପୂର୍ଣ୍ଣ ସ୍ଥିତିରେ ବନ୍ୟା ପାଣି ଦେଖୁଛନ୍ତି ।

ଲୋକଙ୍କ ଭିଡ ଦେଖି ସେଇଠି ଦୋକାନ ବି ଖୋଲି ଗଲାଣି । ଗତ କାଲି ନଦୀରେ ବଢିଲା ପାଣିରେ ସୁଅ ଭିତରେ ମାଛ ଧରା ବି ଚାଲିଛି । ଜୀବନକୁ ବିପଦରେ ପକାଇ ମାଛ ଧରୁ ଛନ୍ତି କିଛି ମତ୍ସ୍ୟଜୀବୀ । ତେବେ ପୋଲିସ ଅନେକଙ୍କ ତାଗିତ କରି ଘୋଡାଉଛି ସେପଟେ ବନ୍ୟ ଅଞ୍ଚଳ ଲୋକଙ୍କୁ ପାଣି ସହ ନ ଖେଳିବାକୁ ଏବଂ ସେଲଫି ନେବାକୁ ଯାଇ ନିଜ ଜୀବନକୁ ବିପଦରେ ନ ପକାଇବାକୁ ଅନୁରୋଧ କରିଛନ୍ତି ସ୍ଵତନ୍ତ୍ର ପୋଲିସ କମିଶନର ।

ବନ୍ଧୁଗଣ ପାଣି ସହ ନ ଖେଳିବା ପାଇଁ ଆଉ ସଚେତନ ରହିବା ପାଇଁ କମିଶନର କହିଛନ୍ତି କାରଣ ପାଣିର ଶକ୍ତି ବହୁତ ଅଧିକ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *