‘ମୁଁ କୃଷ୍ଣଙ୍କ ଭଜନ ଗାଇଛି, ସେମାନେ ମତେ ମିଛରେ…’ ଜଗନ୍ନାଥ ଭଜନ ଗାଇବାକୁ ନେଇ Humane Sagar ଙ୍କ Exclusive Interview, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗର ସାଧାରଣତଃ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି ।

ଆଉ ଏହି ଅଭିଯୋଗ ଆଣିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ଜାପାନୀ ଭାଇ । ଜାପାନୀ ଭାଇ ହ୍ୟୁମାନଙ୍କୁ ଦୀର୍ଘ 5 ବର୍ଷ ହେବ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ କହୁଥିଲେ ହେଲେ ହ୍ୟୁମାନ ତାଙ୍କୁ ସିଧା ମନା କରିଦେଇଥିଲେ । ଏମିତି କି ଜାପାନୀଙ୍କୁ ହ୍ୟୁମାନଙ୍କ ପିଏ ଧମକ ଦେଇଥିବା ନେଇ ମଧ୍ୟ ଜାପାନୀ ଅଭିଯୋଗ ଆଣିଛନ୍ତି । ତେବେ ଏତେ ସବୁ ହେଇଗଲା ପରେ ଏବେ ହ୍ୟୁମାନ ଏକ ସାକ୍ଷାତ୍କାର ଦେଇ ଏକ ବଡ ବୟାନ ଦେଇଛନ୍ତି ।

ହ୍ୟୁମାନ ଏହି ସାକ୍ଷାତ୍କାରରେ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ଏହି ସାକ୍ଷାତ୍କାରରେ ହ୍ୟୁମାନ ସାଗର କହିଛନ୍ତି-‘ଜଗନ୍ନାଥ ହେଉଛନ୍ତି ଜଗତର ନାଥ ଆଉ ସେ ମୋତେ ସୃଷ୍ଟି କରିଛନ୍ତି । ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଆଉ ଭକ୍ତି ମୋର ବହୁତ ଆଉ ବହୁତ ଭଲ ପାଏ ତାଙ୍କୁ । ପ୍ରେମାନନ୍ଦ ସାରଙ୍କର 5 ବର୍ଷ ମୁଁ ଭଜନ ଗାଇଛି ଆପଣ ୟୁଟ୍ୟୁବରେ ଦେଖିପାରିବେ ।

କୃଷ୍ଣ ଆଉ ଜଗନ୍ନାଥଙ୍କ ମଧ୍ୟରେ କିଛି ଅଲଗା ତ ନାହିଁ ଉଭୟ ସମାନ ମୁଁ ଯାହା ଭାବେ ମୁଁ ତ ଗାଇ ସାରିଛି ଆଜ୍ଞା ଆଉ କଣ କହିବି । ଆଉ ଏବେ କାହିଁକି ଏ ବିବାଦ ଉଠିଲା ସେହି ବ୍ୟକ୍ତି ଜାଣିଥିବେ ଯିଏ ଏହାକୁ ଉଠେଇଛନ୍ତି । ମୁଁ ଯେତେବେଳେ 2012ରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲି ସେତେବେଳେ ଏମାନେ ଜନ୍ମ ବି ହୋଇ ନଥିଲେ । ହେଲେ ହ୍ୟୁମାନ ସାଗର ଷ୍ଟାଡମ ପାଇସାରିଲା ପରେ ବହୁତ ଲୋକ କୁହନ୍ତି ମୋତେ ଗଢିଛନ୍ତି ବୋଲି ।

ପ୍ରକୃତରେ ମୋତେ ଗଢି ଛନ୍ତି ମୋ ଗୁରୁ ଶ୍ରୀ ପ୍ରେମାନନ୍ଦ ସାର । ସେଇ ଟାଇମରେ ୟୁଟ୍ୟୁବ ବି ନଥିଲା ମୁଁ ଆଉ ଥରେ କହୁଛି ଏମାନେ ଜନ୍ମ ବି ହୋଇ ନଥିଲେ ତା ହେଲେ ଏଇଟା ହେଉଛି ମୋ ଉତ୍ତର’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ହ୍ୟୁମାନ ସାଗର ନିଜର ବଡ ବୟାନ ଦେଇଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *