‘ମୁଁ ଖାଇଥିଲି ଆଚାର ଭାତ.. ଦିଅର ତା ପାଇଁ ଆଣିଥିଲେ ମିଲ’ ନନ୍ଦିନୀଙ୍କ ପ୍ରମାଣକୁ ମିଛ ପ୍ରମାଣ କରିଦେଲେ ବଳରାମଙ୍କ ଭାଉଜ, କଣ କହିଲେ ସେ ? ଦେଖନ୍ତୁ Video 

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ବଳରାମଙ୍କ ଭାଉଜ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ନନ୍ଦିନୀଙ୍କର ଅଭିଯୋଗ ଥିଲା ଯେ ବିବାହର ପ୍ରଥମ ଦିନରେ ତାଙ୍କୁ ଶାଶୁ ଘର ଲୋକ ଭାତ ଆଚାର ଖାଇବାକୁ ଦେଲେ ଆଉ ଏହାର ଏକ ଫଟୋ ମଧ୍ୟ ସେ ନିଜ ପରିବାର ଲୋକଙ୍କୁ ଛାଡି ଥିଲେ । ତେବେ ଏନେଇ ବଳରାମଙ୍କ ଭାଉଜ କହିଛନ୍ତି- ‘ମୁଁ ହେଉଛି ଘରର ବଡ ବୋହୁ କୁମୁଦୁନି ସାହୁ । ସେ ଝିଅ କହିଛି ତାକୁ ଆଚାର ଆଉ ଭାତ ଖାଇବାକୁ ଦିଆହେଲା ସେଇଟା ମିଛ କଥା ।

ଆଚାର ଭାତ ମୁଁ ମୋ ପାଇଁ ବାଢି ଥିଲି । ମୋ ପେଟ ଭଲ ଲାଗି ନଥିଲା ସେଥିପାଇଁ ମୁଁ ଭାତରେ ଲେମ୍ବୁ ଚୁପୁଡି ଟିକେ ଆଚାର ବାଢି ରଖିଥିଲି । ତା ରୁମକୁ ଯାଇ ମୁଁ ତା ସହ କଥା ହେଉଥିଲି ଆଉ ମୋ ହାତରେ ପ୍ଳେଟ ଥିଲା । ହେଲେ ସେହି ସମୟରେ ମୋ ପିଲା କାନ୍ଦିବାରୁ ମୁଁ ତା ରୁମରେ ପ୍ଳେଟ ଥୋଇ ଅନ୍ୟ ମନସ୍କରେ ଚାଲି ଆସିଥିଲି ହେଲେ ସେ ସେଇଟାକୁ ଫଟୋ ଉଠେଇ ଛାଡି ଦେଇଛି ।

ତାଙ୍କୁ ଦିଅର ହୋଟେଲରୁ ମିଲ ଆଣି ଖାଇବାକୁ ଦେଇଥିଲେ । ରୋଷେଇ ସରିନଥିଲା ଦିନ 2ଟା ବାଜିଥିଲା ତାଙ୍କୁ ଭୋକ ହେବ ବୋଲି ଦିଅର ହୋଟେଲରୁ ମିଲ ଆଣି ଦେଇଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବଳରାମଙ୍କ ଭାଉଜ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *