‘ମୁଁ ଯଦି ସବୁ ଖୋଲିଦେଲେ ପୁରା ରାଜ୍ୟ ଦୋହଲିଯିବ, ମତେ ଖାଲି ଅଧ ଘଣ୍ଟା ସମୟ ଦିଅ, ଆଉ ଦେଖ…’ କାହାକୁ ଟାର୍ଗେଟ କରି କହିଲେ Archana Nag

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ତେବେ ଅର୍ଚ୍ଚନା ନାଗ ଅଶ୍ଳୀଳ କାମ କରିବାର ଏକ ବଡ ରେକର୍ଡ କରିଛନ୍ତି । ଅନେକ ବଡ ବଡ ନେତା, ମନ୍ତ୍ରୀ ଓ ବିଜନେସ ମ୍ୟାନ ମାନଙ୍କୁ ସେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଶାରୀରିକ ସମ୍ପର୍କ ରଖିବା ବେଳେ ଏକ ସିକ୍ରେଟ କ୍ୟାମେରାରେ ସବୁ କିଛି ରେକର୍ଡ କରୁଥିଲେ ।

ଆଉ ପରେ ସେମାନଙ୍କୁ ବ୍ଲାକ ମେଲ କରି ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ଆଣୁ ଥିଲେ । ଅର୍ଚ୍ଚନା ନାଗ ବିବାହିତ ଆଉ ତାଙ୍କର ଗୋଟେ ପୁଅ ବି ଅଛି ହେଲେ ଏହି ସେକ୍ସ ରାକେଟରେ ତାଙ୍କ ସ୍ଵାମୀ ବି ସାମିଲ ଅଛନ୍ତି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ଶିକାର ହେବା ପରେ ଅର୍ଚ୍ଚନାଙ୍କ ବିଷୟରେ ସାରା ଓଡିଶା ଜାଣିଥିଲା । ଏବେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଛି ଆଉ ଏହି ମାମଲାର ତଦନ୍ତ ଏବେ ଇଡି କରୁଛି ।

ଆଉ ଏହାରି ମଧ୍ୟରେ ଅର୍ଚ୍ଚନା ନାଗ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଅର୍ଚ୍ଚନା ଗଣମାଧ୍ୟମ ଆଗରେ କହିଛନ୍ତି-‘ବିନା କୌଣସି ତଥ୍ୟ ପ୍ରମାଣରେ ଆପଣ କାହିଁକି କଳଙ୍କିତ କରୁଛନ୍ତି ମୁଁ ଆପଣ ମାନଙ୍କର କିଛି କ୍ଷତି କରିଛି କି ନା ଆପଣ ମାନେ ମୋ ଉପରେ ପର୍ଶନାଲ ରାଗ କିଛି ରଖିଛନ୍ତି । ଆରମ ସେ ମୁଁ କହିବି ଆଉ ଯେତେବେଳେ ମୁଁ କହିବି ନା ସେତେବେଳେ ସାରା ରାଜ୍ୟ ପରିବର୍ତ୍ତନ ହେଇଯିବ ।

ମୋତେ ସଫିସେଣ୍ଟ ସମୟ ଦରକାର ମୋତେ ଫସାଇ ଦେଇଛନ୍ତି । ମୁଁ ସମୟ ଆସିଲେ ତଥ୍ୟ ପ୍ରମାଣ ସହ ଦେବି ଆଜି ନହଲେ କାଲି ଦେବି ମୋତେ କେବଳ ସଫିସେଣ୍ଟ ସମୟ ଦରକାର । ସବୁ ଗୁମର ଖୋଲିବ କାହିଁକି ଖୋଲିବନି ମୁଁ ଛାଡିବିନି । ଅକ୍ଷୟ ପରିଜା ଫସିବା ପରଠାରୁ ଆପଣ ଚେକ କରନ୍ତୁ କେମିତି କଣ ସବୁ ହେଇଛି ପ୍ରେସମିଟ କରି ମୋତେ ଆରେଷ୍ଟ କରିଥାନ୍ତ ।

ଆଖି ମୁହଁ ପାଟି ବନ୍ଦ କରେଇ ମୋତେ ଆରେଷ୍ଟ କଲ । ମୁଁ କଣ ଆତଙ୍କବାଦୀ ଭଳିଆ ଦେଖା ଯାଉଛି ଆପଣ ମାନଙ୍କୁ । ଆପଣ ମାନଙ୍କ ମା ଭଉଣୀ ଭଳିଆ ମୁଁ ହେଲେ ଆପଣ କିଛି ନ ଜାଣି ମୋତେ ବଦନାମ କଲେ । ମୋର ପାଞ୍ଚ ବର୍ଷର ଗୋଟେ ଛୋଟ ଛୁଆର ଲୁହ ପଡିବ ଯେଉଁ ମାନେ ଏମିତି କରୁଛନ୍ତି ସେମାନଙ୍କ ଉପରେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *