Mumbai ରେ ଗଠନ ହେବ ନିର୍ଭୟା ସ୍କ୍ବାର୍ଡ଼ (Nirbhaya Squad), ଜାଣନ୍ତୁ ଏହା କିପରି ଓ କେଉଁଠି କେଉଁଠି କାମ କରିବ ?

ବନ୍ଧୁଗଣ ଗତ କିଛି ବର୍ଷ ହେବ ଭାରତରେ ମହିଳା ମାନଙ୍କ ଉପରେ ବହୁତ ଅ-ତ୍ୟା-ଚା-ର ଓ ଅ-ପ-ରା-ଧ କରାଯାଉଛି । ଦିଲ୍ଲୀ ନିର୍ଭୟା କେ-ସ ପରଠାରୁ ବ-ଲା-ତ-କା-ରୀ ମାନଙ୍କ ଉପରେ ଦୃ-ଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ସ୍ଥାନରେ ବ-ଲା-ତ-କା-ର ଓ ଗ-ଣ ଦୁ-ଷ୍କ-ର୍ମ ଆଦି ହେଉଛି । ଏହି ସବୁ ଅ-ପ-ରା-ଧ-କୁ ରୋକିବା ପାଇଁ ମୁମ୍ବାଇରେ ଗଠିତ ହେବାକୁ ଯାଉଛି ନିର୍ଭୟା ସ୍କ୍ବାର୍ଡ଼ ।

ବନ୍ଧୁଗଣ ଏହି ସ୍କ୍ବାର୍ଡ଼ର କାମ କଣ ଓ ଏହା କେଉଁ ସବୁ ସ୍ଥାନର ଗଠିତ ହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଗଠନ ହେବ ନିର୍ଭୟା ସ୍କ୍ବାର୍ଡ଼ । ମୁମ୍ବାଇର ପ୍ରତି ଥାନାରେ ମୁମ୍ବାଇ ସ୍କ୍ବାର୍ଡ଼ କାମ କରିବ । ମହିଳାଙ୍କ ବି-ରୋ-ଧ-ରେ ବଢିଥୁବା ଅ-ପ-ରା-ଧ ଉପରେ ରୋକ ଲଗାଇବା ପାଇଁ ଏହି ସ୍କ୍ବାର୍ଡ଼ ଗଠନ ହେବ ।

ଗତ ମଙ୍ଗଳବାର ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ସୁରକ୍ଷା ନିମନ୍ତେ ଗୁରୁତ୍ଵ ଦେବା ଲାଗି ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଡିଜିପି ଏବଂ ଉଚ୍ଚ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରତି ପାଞ୍ଚଟି ଥାନାକୁ ନେଇ ଜଣେ ନୋଡାଲ ଅଫିସର ରହିବେ । ଜଣେ ମହିଳା ଇନ୍ସପେକ୍ଟରଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯିବ ।

ଶିଶୁ, ଅନାଥ ପିଲା, ବାଳଶ୍ରମ ଓ ମହିଳା ହସ୍ଟେଲଙ୍କ ଉପରେ ମଧ୍ୟ ନଜର ରଖାଯିବ । ମହିଳା ମାନଙ୍କ ଉପରେ ହେଉଥିବା ଅ-ପ-ରା-ଧ-କୁ ରୋକିବ ଏହି ନିର୍ଭୟା ସ୍କ୍ବାର୍ଡ଼ । ଏହା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହେବ । ଏଥିପାଇଁ ସ୍କ୍ବାର୍ଡ଼କୁ ସ୍ଵତନ୍ତ୍ର ଭାବରେ ଟ୍ରେନିଙ୍ଗ ଦିଆଯିବ ।

ଗତ କିଛି ଦିନ ତଳେ ମୁମ୍ବାଇର ସାକିନାକା ଅଞ୍ଚଳରେ ଏକ ୩୨ ବର୍ଷୀୟ ମହିଳାଙ୍କୁ ଲୁହା ରଡରେ ନି-ର୍ଯା-ତ-ନା ଦେଇଥିଲା ଅ-ପ-ରା-ଧୀ । ଗୁରୁତ୍ଵର ଅବସ୍ଥାରେ ଯୁବତୀଙ୍କ ମୃ-ତ୍ୟୁ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ଵର ଉଠିଥିଲା । ତେଣୁ ବନ୍ଧୁଗଣ ଏହି ସବୁ ଅ-ପ-ରା-ଧ-କୁ ରୋକିବା ପାଇଁ ବର୍ତ୍ତମାନ ନିର୍ଭୟା ସ୍କ୍ବାର୍ଡ଼ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *