Mukesh Ambani ଙ୍କ ଝିଅ ଏମିତି ଖର୍ଚ୍ଚ କରେ କୋଟି କୋଟି ଟଙ୍କା, ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ଆମ ମୁକେଶ ଅମ୍ବାନିଙ୍କ ନାମ ନିଶ୍ଚୟ ଶୁଣିଥିବେ । ମୁକେଶ ଅମ୍ବାନି ହେଉଛନ୍ତି ଭାରତର ନମ୍ବର 1 ବିଜନେସ ମ୍ୟାନ ଏହା ବ୍ୟତୀତ ସେ ବିଶ୍ଵର ଟପ 10 ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅନ୍ଯତମ । ମୁକେଶ ଅମ୍ବାନିଙ୍କ ପରିବାର ନିଜର ଖର୍ଚ୍ଚ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମୁକେଶ ଅମ୍ବାନିଙ୍କ ସ୍ତ୍ରୀ ନିତା ଅମ୍ବାନିଙ୍କ ଖର୍ଚ୍ଚ ବିଷୟରେ ତ ସାରା ବିଶ୍ଵ ଜାଣିଛି । ଆଜି ଆମେ ଆପଣ ମାନେ ମୁକେଶ ଓ ନିତାଙ୍କ ଏକ ମାତ୍ର ଝିଅ ଇଶା ଅମ୍ବାନିଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଇଶା ଅମ୍ବାନି ବହୁତ କମ ବୟସରେ ତାଙ୍କ ବାପାଙ୍କ କମ୍ପାନୀର ସେୟାର ହୋଲ୍ଡର ହୋଇଯାଇଥିଲେ ତେଣୁ ତାଙ୍କ ଲାଇଫ ବହୁତ ଲକ୍ସରିଅସ । ଇଶା ଅମ୍ବାନିଙ୍କ ବାହାଘର ଭାରତ ସବୁଠାରୁ ମହଙ୍ଗା ବାହାଘର ରୂପେ ଜଣା ଯାଏ ।

ତାଙ୍କ ବିବାହର ନିମନ୍ତ୍ରଣ କାର୍ଡ ହିଁ 10 ଲକ୍ଷ ଟଙ୍କାର ଥିଲା । ତାଙ୍କ ବିବାହକୁ ଆସିଥିବା ସମସ୍ତ ଅତିଥିଙ୍କୁ ଗୋଟିଏ ଗୋଟିଏ ସୁନା ଚେନ ମଧ୍ୟ ଦିଆଯାଇଥିଲା । ଇଶା ଅମ୍ବାନିଙ୍କ ବାହାଘର ପରେ ତାଙ୍କ ପାଇଁ ଏକ ନୂଆ ଘର ତିଆରି କରାଯାଇଥିଲା ଯାହାର ନାମ ହେଉଛି ଗୁଲିଟା । 2012 ମସିହାରେ ସେହି ଘରର ଦାମ ସାଢେ 4 କୋଟି ଟଙ୍କା ଥିଲା ଆଉ ଆଜି ସେହି ଘର ଦାମ କେତେ ହୋଇଥିବ ଅନୁମାନ କରନ୍ତୁ ।

ଇଶା ଅମ୍ବାନିଙ୍କ ବାହାଘର ଡ୍ରେସର ଦାମ 90 କୋଟି ଟଙ୍କା ଥିଲା । ସେହି ଶାଢୀରେ ସୁନାର ପରଖ ସହ ହୀରା ମଧ୍ୟ ଲଗାଯାଇଥିଲା । ଇଶା ଦୁନିଆର ସବୁଠାରୁ ମହଙ୍ଗା ଫୋନ ବ୍ୟବହାର କରୁଛନ୍ତି ଯାହାର ଦାମ କୋଟି କୋଟି ଟଙ୍କା ଅଟେ । ତାଙ୍କ ପାଖରେ ଫାଳକୋନ ସୁପର ନୋଟା ଆଇଫୋନ 6 ଅଛି ଯେଉଁଥିରେ ଗୋଲାପି ରଙ୍ଗର ଡାଇମୋଣ୍ଡ ଲଗାଯାଇଛି ଯାହାର ଦାମ ସାଢେ ତିନି ଶହ କୋଟି ଟଙ୍କା ଅଟେ ।

ଏହି ଫୋନଟି 24 କ୍ୟାରେଟ ସୁନାରେ ତିଆରି କରାଯାଇଛି । ଇଶା ଅମ୍ବାନିଙ୍କ ବେଡରୁମ ଠାରୁ ଆରମ୍ଭ କରି ବାଥୃମ ପର୍ଯ୍ୟନ୍ତ ଥିବା ସବୁ ଛୋଟ ଛୋଟ ଜିନିଷର ଦାମ ଲକ୍ଷ ଲକ୍ଷ ଟଙ୍କା ଅଟେ । ଇଶାଙ୍କ ବାଥୃମର ସବୁ ଜିନିଷ ଅଟୋ ମେଟିକ ଟେକ୍ନୋଲୋଜି ଦ୍ଵାରା କାମ କରେ । ଏହି ସବୁ କୁ କମ୍ପୁଟର ଦ୍ଵାରା କଣ୍ଟ୍ରୋଲ କରାଯାଏ କୁହାଯାଏ ଏହି ବାଥୃମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଇଶା ନିଜ ମେକ ଅପ୍ ଓ ସପିଙ୍ଗରେ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଇଶାଙ୍କ ପାଖରେ ଏକ ହେଣ୍ଡ ବ୍ୟାଗ ଅଛି ଓ ତାହାର ମୂଲ୍ୟ ଚାରି କୋଟି ଟଙ୍କା ଅଟେ । ଇଶାଙ୍କ ପାଖରେ ମର୍ସଡିଜ, ଫରାରି, ରେଞ୍ଜ ରୋଭର ଓ ଜାଗୁଆର ଭଳି ଅନେକ ମହଙ୍ଗା କାର ଅଛି । ଇଶା କେବଳ ନିଜ ବାପାଙ୍କ ଟଙ୍କାକୁ ଉଡାନ୍ତି ନାହିଁ ସେ ଅନେକ ଗରିବ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *