Mukesh Ambani କେମିତି ଉଡାନ୍ତି ନିଜର କୋଟି କୋଟି ଟଙ୍କାର ସମ୍ପତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ମୁକେଶ ଅମ୍ବାନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ତ ଜାଣିଥିବେ ଯେ, ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତିତ୍ବ ଅଟନ୍ତି । କିନ୍ତୁ ସେ ନିଜର ଧନ କୁ କିପରି ଏବଂ କେଉଁଠାରେ ଉଡାଉଛନ୍ତି କଣ ଆପଣ ମାନେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ନେଟ ୱର୍ଥ ସମ୍ବନ୍ଧରେ । ବର୍ତ୍ତମାନ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ଙ୍କ ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି, ୭୬.୫ ବିଲିଅନ ଆମେରିକାନ ଡ଼ଲାର । ଯାହାକୁ ଭାରତୀୟ ପଇସା ହିସାବରେ ଗଣନା କରିଲେ ୫.୬ ଲକ୍ଷ କୋଟି ଟଙ୍କା ଅଟେ । ଏତେ ଧନୀ ହେବା ପରେ ମଧ୍ୟ ମୁକେଶ ଅମ୍ବାନୀ ସର୍ବଦା ସାଧାସିଧା ରୁହନ୍ତି । ଏକ ଇଣ୍ଟରଭ୍ୟୁ ରେ ମୁକେଶ ଅମ୍ବାନୀ ଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ସମ୍ବନ୍ଧରେ ପଚରା ଯାଇଥିଲା ।

ସେ ଉତ୍ତର ରେ କହିଥିଲେ ତାଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ପ୍ରିୟ ଅଟେ । ଧନ ଦୌଲତ ରେ ପରିପୂର୍ଣ୍ଣ ମୁକେଶ ଅମ୍ବାନୀ ଙ୍କୁ ପର୍ସ ସବୁବେଳେ ଖାଲି ରହିଥାଏ । କିନ୍ତୁ ସେ ନିଜର ପରିବାର ଙ୍କ ପାଇଁ ପ୍ରଚୁର ଧନ ଖର୍ଚ୍ଚ କରିଥାନ୍ତି । ତାହା ନିଜ ପୁଅ ଝିଅ ଙ୍କ ବିବାହ ରେ ହେଉ ଅଥବା ନିଜ ପତ୍ନୀ ଙ୍କ ଜନ୍ମଦିନ ରେ ହେଉ । ମୁକେଶ ଅମ୍ବାନୀ ନିଜର ପତ୍ନୀ ନିତା ଅମ୍ବାନୀ ଙ୍କ ୫୦ତମ ଜନ୍ମ ଦିନ ଉପଲକ୍ଷେ ଯୋଥପୁର ରେ ଏକ ରାଜକୀୟ ପାର୍ଟି ର ଆୟୋଜନ କରିଥିଲେ ।

ସେଠାରେ ସେ ଏଭକି ଆୟୋଜନ କରିଥିଲେ ଯାହା ଯୋଥପୁର ଙ୍କ ଅଧିବାସୀ ଙ୍କ ସବୁଦିନ ପାଇଁ ମନେ ରହି ଯାଇଥିବ । ଏହି ପାର୍ଟିରେ ଦେଶ ବିଦେଶ ରୁ ଲୋକମାନେ ଭାଗ ନେଇଥିଲେ । ଏହି ଜନ୍ମଦିନ ପାର୍ଟି ଦୁନିଆର ସବୁଠାରୁ ମହଙ୍ଗା ପାର୍ଟି ଥିଲା । ତେବେ ଏହି ପାର୍ଟି ରେ ସମୁଦାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଯଦି ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କ ନିତ୍ୟ ଜୀବନ ସମ୍ବନ୍ଧରେ କହିବା ତେବେ ସେ ନିଜ ଦିନର ଆରମ୍ଭ ଗୋଟିଏ କପ୍ ଚା’ ରୁ ଆରମ୍ଭ କରନ୍ତି । ସେ ଯେଉଁ କପ୍ ରେ ଚା’ ପିଅନ୍ତି ସେହି କପ୍ ସେଟ ର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ଅଟେ । ସେଥିରେ ଗୋଲ୍ଡ ରେ ଡିଜାଇନ ହୋଇଥାଏ ଯାହା ଅନ୍ୟ କୌଣସି ବ୍ୟକ୍ତି ପାଖରେ ନଥିବ । ନିତା ଅମ୍ବାନୀ ଙ୍କ ପାଖରେ ସବୁଠାରୁ ଦାମୀ ପୋଷାକ, ସାଣ୍ଡାଲ, ପର୍ସ ରହିଛି ।

ଯାହାର ଦାମ ଲକ୍ଷ ଓ କୋଟି ଟଙ୍କା ରେ ଗଣନା କରାଯିବ । ଏହା ସହିତ ତାଙ୍କ ପାଖରେ ଏଭଳି ଏକ ଶାଢ଼ୀ ରହିଛି ଯାହାର ଦାମ ୪୦ଲକ୍ଷ ଟଙ୍କା ଅଟେ । ସେହି ଶାଢ଼ୀ କୁ ତିଆରି ହେବା ପାଇଁ ଏକ ବର୍ଷ ସମୟ ଲାଗିଥିଲା । ସେହି ଶାଢ଼ୀ ର ଓଜନ ୮କେ.ଜି ଅଟେ । ଏହା ସହିତ ତାଙ୍କର ଏକ ପର୍ସ ର ଦାମ ଦେଢ଼ କୋଟି ଟଙ୍କା ଅଟେ । ନିତା ଅମ୍ବାନୀ କେବଳ ନିଜ ଉପରେ ନୁହେଁ ବରଂ ନିଜ ଘର କୁ ସଜାଇବା ପାଇଁ ଅନେକ ଦାମୀ ସାମଗ୍ରୀ ର ବ୍ୟବହାର କରିଥାନ୍ତି । ନିତା ଅମ୍ବାନୀ ଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ ଅଛି ଯାହା ତାଙ୍କୁ ଜନ୍ମଦିନ ରେ ଉପହାର ସ୍ୱରୂପ ମୁକେଶ ଆମ୍ବନୀ ପ୍ରଦାନ କରିଥିଲେ ।

ସେହି ପ୍ଲେନ ର ମୂଲ୍ୟ ପାଖାପାଖି ୨୩୦ କୋଟି ଟଙ୍କା ଅଟେ । ମୁକେଶ ଅମ୍ବାନୀ ଙ୍କ ଘର ର ରକ୍ଷଣାବେକ୍ଷଣ ପାଇଁ କାମ କରୁଥିବା ଚାକର ମାନଙ୍କ ଦରମା ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ । ସେ ନିଜର ଘରର ସୁରକ୍ଷା ପାଇଁ ପ୍ରତି ମାସରେ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ଝିଅ ଇସା ଅମ୍ବାନୀ ଙ୍କ ବିବାହ ସମ୍ବନ୍ଧରେ । ଏହି ବିବାହ ଦଉନି ର ସବୁଠାରୁ ମହଙ୍ଗା ବିବାହ ଥିଲା । ଏହି ବିବାହରେ ୭୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତାଙ୍କ ବିବାହ ର କାର୍ଡ ର ଦାମ ପାଖାପାଖି ୫ଲକ୍ଷ ଟଙ୍କା ଅଟେ ।


ତେବେ ଇସା ତାଙ୍କ ବିବାହ ରେ ପିନ୍ଧିଥିବା ଡ୍ରେସ ର ମୂଲ୍ୟ ୯୦କୋଟି ଟଙ୍କା ଥିଲା । ଏଥିରେ ହୀରା ଓ ସୁନା ର ଡିଜାଇନ ହୋଇଥିଲା । ଏଭଳି ରାଜକୀୟ ବିବାହ ଜଣେ ସାଧାରଣ ବ୍ୟକ୍ତି କଳ୍ପନା ରେ ମଧ୍ୟ କରି ନଥାଏ । ମୁକେଶ ଅମ୍ବାନୀ କେବଳ ନିଜ ପରିବାର ଉପରେ ହିଁ ନୁହେଁ ବରଂ ଅନ୍ୟ ର ସାହାଯ୍ୟ କରିବା ନିମନ୍ତେ ମଧ୍ୟ ପଇସା ଖର୍ଚ୍ଚ କରନ୍ତି । ଏଥିପାଇଁ ସେ ରିଲାଏନ୍ସ ଫାଉଣ୍ଡେସନ ର ସଂସ୍ଥା ଖୋଲିଛନ୍ତି । କରୋନା ମହାମାରୀ ସମୟରେ ସେ ସରକାର ଙ୍କୁ ୫୦୦ କୋଟି ଟଙ୍କା ର ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *