ଧରା ପଡିଲା 550 କିଲୋର ବିରଳ ମାଛ ! ମୁହଁ ଦେଖିବାକୁ କରତ ଭଳି, ଯାହାକୁ ଦେଖିବା ପାଇଁ ଲାଗିଲା ଲୋକଙ୍କ ଗହଳି

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ମାଛ ଦେଖିବାକୁ ମିଳିଛି ଯାହା ପ୍ରାୟ ୫୦୦-୫୫୦ କିଲୋଗ୍ରାମ ର ଅଟେ । ତେବେ ଆସନ୍ତୁ ଜାଣିନେବା ଏହି ମାଛ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହି ବିରଳ ପ୍ରଜାତିର ମାଛ ହେଉଛି ଶଙ୍କର ଜାତୀୟ ମାଛ । ଏହା ମୁଖ୍ୟତଃ ଖୁବ କମ ଜାଗାରେ ଦେଖିବାକୁ ମିଳନ୍ତି । ଏହାର ମୁହଁ ଟି ଲମ୍ବା ଏବଂ କରତ ଭଳି । କରତ ଯାହାକୁ ଆମ୍ଭେ କାଠ କାଟିବାରେ ବ୍ୟବହାର କରନ୍ତି ।

ଯାହାର ଦୁଇ ପଟରେ ଧାର ରହିଥାଏ । ତେବେ ଏହି ମାଛଟି ସାଧାରଣତଃ ଗଭୀର ସମୁଦ୍ର ଭିତରେ ଦେଖିବାକୁ ମିଳିଥାଏ । ସବୁଠାରୁ ବଡ କଥା ହେଉଛି ଯେ ଧରା ପଡିଥିବା ଶଙ୍କର ପ୍ରଜାତିର ମାଛ ର ଓଜନ ହେଉଛି ୫୦୦-୫୫୦ କିଲୋଗ୍ରାମ । ଏହି ମାଛଟି ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି ।

ମତ୍ସ୍ୟଜୀବୀ ମାନେ ଏହା ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନ କାରୀ ଔଷଧ ତିଆରି କରାଯାଇଥାଏ । ତେବେ ପାରାଦୀପର ଏକ ଟ୍ରଲରରେ ଏହି ମାଛଟି ଦିଘା ମୁହାଣକୁ ଆସିବା ପରେ ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ ଯମୁଛି । ଆଉ ଏହି ମାଛଟିକୁ ଦିଘା ରେ ନିଲାମ କରାଯାଇଥିଲା । ଏହାର ବଜାର ମୂଲ୍ୟ ଏକଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ସବୁଠାରୁ ବଡ କଥା ଏହି ମାଛର ମୁହଁ କରତ ଭଳି ଦେଖାଯାଉଥିବାରୁ ଏହି ମାଛ କୁ ଦେଖିବାକୁ ଆଖପାଖ ଗାଁ ରୁ ଲୋକେ ଧାଇଁ ଆସୁଛନ୍ତି । ତେବେ ଏହିଭଳି ଏକ ଅବିଷ୍ମୟ ଜନକ ମାଛ କୁ ଅନେକ ଲୋକେ ଦେଖି ନଥିବାର କହିଥିଲେ ମଧ୍ୟ ଏହା ବହୁତ କମ ମାତ୍ରାରେ ସମୁଦ୍ରରେ ଦେଖିବାକୁ ମିଳିଥାଏ । ମାଛଟିର ମୁହଁ ଟି ଏତେ ଲମ୍ବା ଯେ ସାଧାରଣତଃ କେହି ଏଭଳି ମୁହଁ ଥିବା ବିରାଳ ମାଛ ଦେଖି ନଥିବା କହିଛନ୍ତି ।

ଅନେକ ସଂଖ୍ୟାରେ ଲୋକ ଏଥି ନିମନ୍ତେ ଏହାକୁ ଦେଖିବାକୁ ଆସୁଛନ୍ତି ବୋଲି କହିଛନ୍ତି । ବିଶେଷ କରି କୁନି କୁନି ପିଲା ମାନେ ଏହାକୁ ଦେଖି ନିଜ ମାତାପିତା ଙ୍କୁ ନାନା ପ୍ରକାରର ପ୍ରଶ୍ନ ପଚାରିଥିବାର ନଜର ଆସିଛନ୍ତି । ତେବେ ଦେଖାଯାଉ ମାଛଟିକୁ କିଏ କିଣୁଛି ? ଏବଂ ଏହାର ମୂଲ୍ୟ କେତେ ହେଉଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *